ଏବେ ଏବେ କାଳିଆ ଯୋଜନା ନେଇ ଏକ ବହୁତ ବଡ଼ ଅପଡେଟ ସାମ୍ନାକୁ ଆସିଛି କାଳିଆ ଯୋଜନା ନେଇ ଏବେ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ଚାଲିଥିଲା ଯାହାକି କାଳିଆ ଯୋଜନା ବର୍ତ୍ତମାନ ରହିବ ନା କାଳିଆ ଯୋଜନା ବନ୍ଦ ହୋଇଯିବ କିନ୍ତୁ ଏବେ ଏବେ ଯେଉଁ ଅପଡେଟ ଆସିଛି | ସେହି ଅପଡେଟରେ ପୃଭର ସହିତ ଲେଖା ହୋଇଛି କାଳିଆ ଯୋଜନା ବନ୍ଦ ହେବନି କାଳିଆ ଯୋଜନାକୁ ନେଇ ସରକାର ନେଲେ ବଡ଼ ପଦକ୍ଷେପ କଣ ଆସିଛି ନୂଆ ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ |
ଦୀର୍ଘ 24 ବର୍ଷ ପରେ ବିଜେଡି ସରକାରଙ୍କୁ ହଟାଇ ବିଜେପି ସରକାର ଗଠନ କରିଛି ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଉ ନେଉ ବେଶ ଆକ୍ଟିଭ ମୋଡରେ ମୋହନ ଚରଣ ମାଝି ନୂଆ ସରକାର ଆସିଲା ପରେ ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲିଛି ବିଜେପି ସରକାର | ରାଜ୍ୟରେ ଚାଲୁଥିବା 5-T ଏବଂ ମୋ ସରକାରଙ୍କୁ ହଟାଇବା ନିର୍ଦେଶ ପରେ ଏବେ ଅନ୍ୟ ଯୋଜନାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି |
ଏହା ଭିତରେ ରାଜ୍ୟରେ ପୂର୍ବରୁ ଓଡିଶାରେ ବିଜେଡି ସରକାର ପୂର୍ବରୁ ଆରମ୍ଭ କରିଥିବା କାଳିଆ ଯୋଜନାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି | କାଳିଆ ଯୋଜନା ଚାଲୁ ରହିବ କି ବନ୍ଦ ରହିବ ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି ଏହା ଭିତରେ କାଳିଆ ଯୋଜନାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ନୂଆ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେବ
ଜାତୀୟ ଗଣମାଧ୍ୟମ ଏନଆଇକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି କାଳିଆ ଯୋଜନା ବନ୍ଦ ହୋଇଯିବ ବୋଲି କୁହାଯାଇ ନାହିଁ ଏହା ଭିତରେ ସେ କହିଛନ୍ତି ଗୋଟିଏ ରାଜ୍ୟରେ ଦୁଇଟି ଯୋଜନା ସାମନ୍ତରାଳ ଭାବରେ ଚାଲି ପାରିବ ନାହିଁ ତେଣୁ ଖୁବ ଶୀଘ୍ର ରାଜ୍ୟ ବାସୀ ପିଏମ କିଷାନ ଯୋଜନାର ଲାଭ ଅଧିକରୁ ଅଧିକ ଉଠାଇବେ ସେନେଇ ଯୋଜନା କରାଯାଇଛି