ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସରକାର ନେଲେ ବଡ଼ ନିଷ୍ପତି ,ସ୍କୁଲ ଖୋଲିବା ପୂର୍ବରୁ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ ସବୁ Student ମାନେ ଜାଣିରଖନ୍ତୁ

ରାଜ୍ୟରେ ପଢ଼ୁଥିବା ସ୍କୁଲଛାତ୍ର ଛାତ୍ରୀଙ୍କ ପାଇଁ ଏଇ ଏବେ ଏବେ ଆସିଲା ବଡ଼ ସୂଚନା ବର୍ତମାନ ଯାହାବି କିଛି ନୂଆ ସୂଚନା ଆସିଛି ତାହାକୁ ପ୍ରେତ୍ୟକ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ଜାଣିବା ନିହାତି ଆବଶ୍ୟକ | ତେବେ ଆସନ୍ତୁ ଜାଣିବା କଣ ସେହି ଖବର ବିଷୟରେ…ଆସନ୍ତ ୧୮ରେ ସ୍କୁଲ ଖୋଲିବ । ସ୍କୁଲ ଖୋଲିବା ଏକ ସପ୍ତାହ ପୂର୍ବରୁ କରାଯିବ ପ୍ରସ୍ତୁତି। ଶ୍ରେଣୀ ଗୃହ ଠାରୁ ଆରମ୍ଭ କରି
ଶୌଚାଳୟ ପରିଷ୍କାର କରିବାକୁ ସମସ୍ତ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ସ୍କୁଲ ଆସିବାକୁ କୁହାଯାଇଛି।

ସେମାନେ ସମସ୍ତ ଜିନିଷକୁ ଯାଞ୍ଚ କରିବେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ଏପରି ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଆଗୁଆ ସ୍କୁଲ ଛୁଟି କରାଯାଇଥିଲା। ସ୍କୁ ଲର ପରିସର ଓ ସେଠାରେ ଥିବା ସମସ୍ତ ଉପକରଣର ଯତ୍ନ ନେବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ତେବେ ସ୍କୁଲ ଖୋଲିବା ପୂର୍ବରୁ ପୂର୍ବ ପ୍ରସ୍ତୁତି କରିବାକୁ କୁହାଯାଇଛି। ଗଣଶିକ୍ଷା ବିଭାଗର ନିର୍ଦ୍ଦେଶରେ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସମସ୍ତ ସ୍କୁଲକୁ ଏନେଇ ଚିଠି କରାଯାଇଛି।

ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ। ଅନାବନା ଘାସ କଟା ଏନେଇ ଚିଠି କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଶ୍ରେଣୀ ଗୃହ, କ୍ୟାମ୍ପସକୁ ସଫା କରାଯିବ। ଅନାବନା ଘାସ କଟା ଯିବ । ପାଣି ଟାଙ୍କି ସଫା କରଯିବ। ଶ୍ରେଣୀ ଗୃହରେ ଥିବା ସମସ୍ତ ଫଣ୍ଡିଚରକୁ ସଫା କରିବା ସହ ପିଲା ବସିବା ପାଇଁ ଉପଯୋଗୀ କରାଯିବ । ଶୌଚାଳୟକୁ ନିଶ୍ଚିତ ଭାବେ ସଫେଇ କରଯିବ। ରୋଷେଇ ଶାଳ, ବାସନ, ଗ୍ୟାସ୍ ଷ୍ଟୋଭ୍ ସବୁକୁ ସଫା କରାଯିବ। ମଧ୍ୟାହ୍ନ ଭୋଜନ ପାଇଁ ଥିବା ରୋଷେଇ ସାମଗ୍ରୀକୁ ଯାଞ୍ଚ କରାଯିବ। ଏହାର ଏକ୍ସପାରୀ ତାରିଖ ଯାଞ୍ଚ କରାଯିବ ।

ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀକୁ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇ ରଖାଯିବ । ସ୍କୁଲ ଖୋଲିବାର ଏକ ସପ୍ତାହ ସୁଦ୍ଧା ଇଣ୍ଟରନେଟ୍ ସଂଯୋଗକୁ ନିଶ୍ଚିତ କରାଯିବ । ପାନୀୟ ଜଳକୁ ଗୁରୁତ୍ଵ ଦିଅଯିବ । ପିଲାଙ୍କୁ ଶୁଦ୍ଧ ପାଣି ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ। ବର୍ତମାନ ଜହାବିକିଛି ଅପଡେଟ ଆସିଥିଲା ତାହାକୁ ଆପଣମାନଙ୍କୁ ଆମେ ଜଣେଇ ଦେଇଛୁ । ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ଆମର ଏହି ଖବର କେତେ ଉପଯୋଗୀ ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *