ଆଜିର ରାଶିଫଳ 6 ମେ ସୋମବାର 2024 ,କେମିତି କଟିବ ଆଜିର ଦିନ

ମେଷ ରାଶି – ଆଜି ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି, ରାଜନୀତି, କଳା, ସାହିତ୍ୟ, ସଂଗଠନ ତଥା ଅଧ୍ୟାପନା କ୍ଷେତ୍ରରୁ ପ୍ରଶଂସା ମିଳିବ। କିନ୍ତୁ ଠିକ୍‌ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି।

ବୃଷ ରାଶି – ଅର୍ଥନୈତିକ ପ୍ରଗତି, ପାରିବାରିକ ସଦ୍‌ଭାବ, ବନ୍ଧୁଙ୍କ ସାହାଯ୍ୟ ଲାଭକରି କାମ ହାସଲ କରିବେ। କର୍ମକ୍ଷେତ୍ରରେ ସମ୍ଭାବ୍ୟ ସମସ୍ୟାକୁ ପ୍ରତିରୋଧ କରିବାରେ ସମର୍ଥ ହେବେ। ପାରିବାରିକ ଟେନସନ୍‌ ଦୂର ହେବ ଏବଂ କଳ୍ପନା କିମ୍ବା ଆଶା କରି ନ ଥିବା ଜିନିଷ ଲାଭ କରିବେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସିତ ହେବେ।

ମିଥୁନ ରାଶି – ଗତକାଲିଠାରୁ ଯାହା ଚିନ୍ତା କରିଛନ୍ତି ଆଜି ତାହା ବାସ୍ତବତାରେ ପରିଣତ ହେବାରେ ପ୍ରତିବନ୍ଧକ ରହିବ ନାହିଁ। ବୌଦ୍ଧିକତାର ଅଭିବୃଦ୍ଧି ସହ ବୁଦ୍ଧିଜୀବୀ ଗହଣରେ ପ୍ରଶଂସା ଓ ପ୍ରତିଷ୍ଠା ପାଇବେ। ଆରଦ୍ରା ନକ୍ଷତ୍ର ସକାଶେ ସମସ୍ତ ସୁବିଧା ଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।

କର୍କଟ ରାଶି – ଆଜି ଯାହା ଓ ଯେତିକି ପାଇବା କଥା ତାହା ଅବଶ୍ୟ ପାଇବାରେ କୌଣସି ଅସୁବିଧା ରହିବ ନାହିଁ। କେତେକ କାମ ସକାଶେ ଅବଶ୍ୟ ବନ୍ଧୁମାନଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। ସଭାସମିତିରେ ସଫଳତା ହାସଲ କରିବେ କିନ୍ତୁ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି। ପୁନର୍ବସୁ ନକ୍ଷତ୍ର ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।

ସିଂହ ରାଶି – ରାଶ୍ୟାଧିପ ରବିଙ୍କ ଉଚ୍ଚାବସ୍ଥାନ ଯୋଗୁ ରାଜକୀୟ ଠାଣି ଆପଣଙ୍କ ପ୍ରାଧାନ୍ୟକୁ ପ୍ରକଟିତ କରିବ। କିନ୍ତୁ ସାମୟିକ ଭାବରେ ଆପଣଙ୍କ ଚିନ୍ତାଧାରାର ବିପରୀତ ଆଚରଣକୁ ବରଦାସ୍ତ କରିପାରିବେ ନାହିଁ। ଭୁଲ୍‌ ନିଷ୍ପତ୍ତି ନେବା କାରଣରୁ କେତେକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟିର କାରଣ ହୋଇପାରେ।

କନ୍ୟା ରାଶି – ଆପଣଙ୍କ କଥା ଓ କାମକୁ ବନ୍ଧୁମାନେ ପସନ୍ଦ କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ହେବେ। ସାଧାରଣ କଥାକୁ ଜଟିଳକରି ଅଯଥା ପରିବାରରେ ଅଶାନ୍ତିର ଆଶଙ୍କା ରହିଛି। ହସ୍ତା ନକ୍ଷତ୍ର ଅର୍ଥ ସଙ୍କଟ ହେତୁ କାମଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡି ହେବନାହିଁ।

ତୁଳା ରାଶି – ଆଜି ସ୍ବାସ୍ଥ୍ୟରେ ଉନ୍ନତି, ଆର୍ଥିକ ପ୍ର୍ରଗତି, ପାରିବାରିକ ସନ୍ତୋଷ ଯୋଗୁ ଖୁସି ରହିବେ। ପାରିପାର୍ଶ୍ୱିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମନକୁ ଉଲ୍ଲସିତ କରିବ। କୌଣସି ଅସୁବିଧା ନ ଥିଲେ ମଧ୍ୟ ଅନ୍ୟମାନଙ୍କ କାର୍ଯ୍ୟକଳାପକୁ ନେଇ ତର୍କବିତର୍କ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଆଶଙ୍କା ରହିଛି।

ବିଛା ରାଶି – ଅଧିକାଂଶ କ୍ଷେତ୍ରରେ ନୀରବତା ହିଁ ଆପଣଙ୍କ ଭାବମୂର୍ତ୍ତିକୁ ବୃଦ୍ଧି କରିବ। ଯୁକ୍ତିଯୁକ୍ତ ଭାବଗର୍ଭକ ମନ୍ତବ୍ୟ ବିଜ୍ଞବ୍ୟକ୍ତିଙ୍କ ଗ୍ରହଣୀୟ ହୋଇପାରେ। ପଦସ୍ଥ ବ୍ୟକ୍ତିଙ୍କ ସୁଦୃଷ୍ଟି, ସାମାଜିକ, ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ର୍ର ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ। ଅର୍ଥ ସଙ୍କଟ ଦୂର ହେବ, କାର୍ଯ୍ୟରେ ପୂର୍ଣ୍ଣତା ଆସିବ ଏବଂ ଶତ୍ରୁତାର ଅବସାନ ମଧ୍ୟ ଘଟିବ।

ଧନୁ ରାଶି – ପାରିବାରିକ ସମ୍ପର୍କ ଓ ପାରିପାର୍ଶ୍ୱିକ ସମ୍ପର୍କ ବହୁତ ଭଲ ରହିବ। କର୍ମକ୍ଷେତ୍ର୍ରରେ ପ୍ରତ୍ୟେକ କାମ ସହଜରେ ହାସଲ କରିପାରିବେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡିବେ, କିନ୍ତୁ କୌଣସି କାମ ଅଟକିବ ନାହିଁ। ମୂଳା ନକ୍ଷତ୍ର ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।

ମକର ରାଶି – ଆଜି ଧନିଷ୍ଠା ଆନୁଷ୍ଠାନିକ କାମରେ ସାମାଜିକ ପ୍ରତିଷ୍ଠା ବୃଦ୍ଧିପାଇବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ହଠାତ୍‌ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହେବାରୁ ଦୁଶ୍ଚିନ୍ତା ବଢିଯାଇପାରେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ସହକର୍ମୀଙ୍କୁ ବିଭିନ୍ନ ବିନୟପୂର୍ଣ୍ଣ କଥା କହିପାରନ୍ତି।

କୁମ୍ଭ ରାଶି – ଆଜି ସମ୍ପର୍କୀୟଙ୍କ ସହଯୋଗରୁ ପ୍ରତ୍ୟେକ କାମକୁ ସୁବିଧାରେ ସମ୍ପନ୍ନ କରିବେ। ପୂର୍ବଭାଦ୍ର ନକ୍ଷତ୍ରର ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ରାସ୍ତା ଖୋଲିଯିବ। ରାଜନୀତି କ୍ଷେତ୍ରରେ କିମ୍ବା ଆଲୋଚନା କାଳରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ପରିବାରର ବ୍ୟତିକ୍ରମ ଘଟଣାଟି ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।

ମୀନ ରାଶି – ବିଭିନ୍ନ ଘରୋଇ ସମସ୍ୟା ମନକୁ ଭାରାକ୍ରାନ୍ତ କରିବା ହେତୁ ମନସ୍ତାପ କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ସୃଷ୍ଟି ହୋଇପାରେ। ପଡ଼ୋଶୀ କିମ୍ବା ଅନ୍ତରଙ୍ଗ ବନ୍ଧୁମାନେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇପାରନ୍ତି। ବେଳକୁ ବେଳ ପରିବାରର ଖର୍ଚ୍ଚଭାର ବୃଦ୍ଧି ଯୋଗୁ ଚିନ୍ତା ପ୍ରକଟ କରିବେ।

Leave a Reply

Your email address will not be published. Required fields are marked *