ସୁଭଦ୍ରା ଯୋଜନାକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଆଜି ସୁଭଦ୍ରାକୁ ନେଇ ଆସିବ ନୂଆ ଗାଇଡଲାଇନ୍ । ଦିନ 3ଟାରେ ବୈଠକ ବସିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ରିଜେକ୍ଟ ଲିଷ୍ଟ ଉପରେ ଆଜି ଆଲୋଚନା ହୋଇପାରେ ।
ସୁଭଦ୍ରାରେ ଯୋଜନାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 67 ହଜାର ଆବେଦନ ଖାରଜ ହୋଇଛି । ତେବେ ଏହି ଖାରଜ ଲିଷ୍ଟ ଉପରେ ଆଜିର ବୈଠକରେ ଆଲୋଚନା ହୋଇପାରେ ବୋଲି ସେ କହିଛନ୍ତି । ତେବେ ଖୁବଶୀଘ୍ର ସୁଭଦ୍ରା ଟଙ୍କା ଆସିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ପ୍ରଭାତି ପରିଡାଙ୍କ କହିବା ଅନୁସାରେ, “ଅତିଶୀଘ୍ର ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ମିଳିବ ।
ଯେଉଁମାନେ ଟଙ୍କା ପାଇନାହାନ୍ତି ସେମାନଙ୍କୁ ପାଇଁ ଆଜି ଗାଇଡଲାଇନ ଆସିବ । ବାଦ ପଡିଥିବା 2 ଲକ୍ଷ 67 ହଜାର ମହିଳାଙ୍କ ପାଇଁ ମୋଡାଲିଟି ପ୍ରସ୍ତୁତ ହେବ । ଆଜି ଅପରାହ୍ନରେ ବୈଠକ ବସି ରୂପରେଖ ପ୍ରସ୍ତୁତ ହେବ । ଶେଷ ପର୍ଯ୍ୟନ୍ତ ପଢ଼ି ଥିବାରୁ ଆପଣଙ୍କୁ ଧନ୍ୟବାଦ୍ । ଆଉ ଏହି ପରି ପୋଷ୍ଟ ପାଇଁ ଆମ ପୋଷ୍ଟକୁ ଲାଇକ ଆଉ ଆମ ପେଜ କୁ ଫଲୋ ନିଶ୍ଚୟ କରିବେ ।