ଏବେ ଏବେ ସରକାର କଲେ ବଡ଼ ଘୋଷଣା, ଏହି ଦିନ ମିଳିବ ଟଙ୍କା ଦେଖନ୍ତୁ ପୁରା ଖବର |

ନୂଆଖାଇରେ ମିଳିବ ସିଏମ କିସାନର ପ୍ରଥମ କିସ୍ତି। ଆଜି କୃଷି ବିଭାଗ ଖର୍ଚ୍ଚ ଦାବି ଆଲୋଚନା ପରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ବେଳେ କୃଷି ମନ୍ତ୍ରୀ ତେବେ ମନ୍ତ୍ରୀ ନିଜ କଥା ଦର୍ଶାଇ କହିଛନ୍ତି ଯଦି ଜଣେ ଚାଷୀ ପିଲା ବଡ ସଫଳତା ପାଉଛି ରାଜା ପିଲା କାହିଁକି ଚାଷୀ ହୋଇ ପାରିବନି।

ଚାଷୀଙ୍କ ପାଇଁ ଏହି ସରକାର ସମର୍ପିତ। ତେଣୁ କୃଷକଙ୍କ କଲ୍ୟାଣ ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ପୂର୍ବାପେକ୍ଷା ବଜେଟ ଦୁଇ ଗୁଣା ବୃଦ୍ଧି କରାଯାଇଛି। ସିଏମ କିସାନ ଯୋଜନାରେ ବର୍ଷରୁ ଦୁଇ ହଜାର ଲେଖାଏ ଦୁଇଟି କିସ୍ତି ମିଳିବ। କାଳିଆ ଅପେକ୍ଷା ସିଏମ କିସାନ ଯୋଜନା ପାଇଁ ଅଧିକ ବ୍ୟୟ ବରାଦ ହୋଇଛି।

କାଳିଆ କେବଳ ଦଳୀୟ କର୍ମୀଙ୍କୁ ଦିଆଯାଉଥିଲା କିନ୍ତୁ ସିଏମ କିସାନ ଯୋଜନା ରୁ କୌଣସି ଯୋଗ୍ୟ ହିତାଧୀକାରୀ ବାଦ ପଡ଼ିବେନି। ଭୂମିହୀନ ଚାଷୀଙ୍କୁ ତିନିଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। କୃଷକଙ୍କ ପାଇଁ ସମର୍ପିତ ଏହି ସରକାର। ଏଥିପାଇଁ ସରକାର କୃଷି ବିଭାଗର ସର୍ବକାଳୀନ ବଜେଟ କରିଛନ୍ତି।

କୃଷକଙ୍କ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ କୃଷି ବିଦ୍ୟା ନିଧି ଯୋଜନା ବି ସରକାର ଆରମ୍ଭ କରିଛନ୍ତି। ଓଡ଼ିଶା ହେବ ମିଲେଟ ହେବ। ଏଥିପାଇଁ ଶ୍ରୀ ଅନ୍ନ ଯୋଜନା କରାଯାଇଛି। ୩୦ ଜିଲ୍ଲାର ୧୭୭ ବ୍ଲକରେ ମାଣ୍ଡିଆ ଚାଷ କରାଯିବ। ସବ ଡିଭିଜନ ସ୍ତରରେ ୫୮ ଶୀତଳ ଭଣ୍ଡାର ନିର୍ମାଣ କରାଯିବ।

Leave a Reply

Your email address will not be published. Required fields are marked *