Cricket News : ହାରିଲା ପାକିସ୍ତାନ ଭାରତର ହେଲା ବଡ଼ ଲାଭ, ଦେଖନ୍ତୁ ପୁରା ଖବର।

ଟେଷ୍ଟ କ୍ରିକେଟ ଇତିହାସରେ ଏକ ବିରଳ ଘଟଣା ଘଟିଛି। ଘରୋଇ ମାଟିରେ ପାକିସ୍ତାନକୁ ୧୦ ଉଇକେଟରେ ପରାଜିତ କରିଛି ବାଂଲାଦେଶ। ପୂର୍ବରୁ ଦୁଇଦେଶ ମଧ୍ୟରେ ୧୩ଟି ଟେଷ୍ଟ ମ୍ୟାଚ ଖୋଳଯାଇଥିବାବେଳେ ପାକିସ୍ତାନ ୧୨ଟିରେ ବିଜୟଲାଭ କରିଥିଲା। ଗୋଟିଏ ମ୍ୟାଚ ଅମୀମାଂଶିତ ଭାବେ ଶେଷ ହୋଇଥିଲା।

କିନ୍ତୁ ରବିବାର ପ୍ରଥମ ଥର ଲାଗି ପାକିସ୍ତାନ ଭଳି ଏକ ଶକ୍ତିଶାଳୀ ଦେଶ ବାଂଲାଦେଶଠାରୁ ପରାଜିତ ହୋଇଛି। ବାଂଲାଦେଶ ଟିମ୍‌ ଏବେ ପାକିସ୍ତାନ ଗସ୍ତରେ ରହିଛି। ଦୁଇଦେଶ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ହେବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ବିଜୟ ସହିତ ବାଂଲାଦେଶ ୧-୦ରେ ଆଗୁଆ ରହିଛି। ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲେ ହେଁ ଭ୍ରମଣକାରୀ ଦଳ ଭଲ ପ୍ରଦର୍ଶନ ଆରମ୍ଭ କରିଥିଲା।

ପ୍ରଥମ ଇନିଂସରେ ମାତ୍ର ୧୬ ରନରେ ପାକିସ୍ତାନ ୩ ଉଇକେଟ ହରାଇଥିଲା। ଏହା ପରେ ସଉଦ ଶକୀଲ ଏବଂ ମହମ୍ମଦ ରିଜଓ୍ବାନଙ୍କ ଶତକ ବଳରେ ଘରୋଇ ଦଳ ୪୪୮ ରନର ବିଶାଳ ସ୍କୋର ଛିଡ଼ା କରି ଇନିଂସ ଘୋଷଣା କରିଥିଲା। କିନ୍ତୁ ଏହା ଦଳ ପାଇଁ ବୁମେରାଂ ସାଜିଲା। କାରଣ ବାଂଲାଦେଶ ପ୍ରଥମ ଇନିଂସରେ ଲଢ଼ୁଆ ପ୍ରଦର୍ଶନ କରି ମୁସଫିକର ରହିମଙ୍କ ୧୯୧ ରନର ଇନିଂସ ବଳରେ ୧୧୭ ରନ୍‌ର ଲିଡ୍‌ ନେଇଥିଲା। ସେପଟେ ୨ୟ ଇନିଂସରେ ପାକିସ୍ତାନ ଦଳ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।

ବାଂଲା ବୋଲରଙ୍କୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାମ୍ନା କରିବାରେ ବିଫଳ ହେବା ସହିତ ମାତ୍ର ୧୪୬ ରନରେ ଅଲଆଉଟ୍‌ ହୋଇଯାଇଥିଲେ। ଫଳରେ ୨ୟ ଇନିଂସରେ ବାଂଲାଦେଶ ୩୦ ରନ୍‌ର ବିଜୟ ଲକ୍ଷ୍ୟକୁ ବିନା କୌଣସି ଉଇକେଟ ହରାଇ ସହଜରେ ହାସଲ କରି ନେଇଥିଲା। ପାକିସ୍ତାନକୁ ୧୦ ଉଇକେଟରେ ହରାଇବାରେ ବାଂଲାଦେଶ ପ୍ରଥମ ଦେଶ ଭାବେ ଇତିହାସ ରଚିଛି।

Leave a Reply

Your email address will not be published. Required fields are marked *