ଦୁନିଆର ସବୁଠାରୁ ଖତରନାକ ଚାକିରୀ ଯାହାକୁ ଜାଣିଲେ ଆପଣ ଚାକିରୀ କରିବାକୁ ଭୁଲିଯିବେ |

ନମସ୍କାର ବନ୍ଧୁଗଣ ଦୁନିଆରେ ସବୁ ପ୍ରକାରର ଚାକିରୀ ରହିଛି କିନ୍ତୁ ଦର୍ଶକ ବନ୍ଧୁ ସାଧାରଣ ଚାକିରୀ ଠାରୁ କିଛି ଚାକିରୀ ଏମିତି ବି ରହିଛି ଯାହା ବୋହୁତ ଖତରନାକ ହୋଇଥାଏ ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଦୁନିଆର ଏମିତି କିଛି ଖତରନାକ ଚାକିରୀ ବିଷୟରେ ଜାଣିବା ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସ୍କାଏ କ୍ରେପର୍ ୱିଣ୍ଡୋ କ୍ଲିନର
ଦର୍ଶକ ବନ୍ଧୁ ଆପଣ ଯଦି ସଫେଇ କରିବାକୁ ପସନ୍ଦ କରନ୍ତି ତାହେଲେ ଏହି ଚାକିରୀ ଆପଣଙ୍କ ପାଇଁ ଅଟେ କାରଣ ଏହି ଚାକିରୀରେ ଆପଣଙ୍କୁ କେବଳ ଝରକା ସଫା କରିବାକୁ ପଡ଼ିବ କିନ୍ତୁ ଏହା ଆପଣଙ୍କୁ ପବନରେ ଗୋଟିଏ ରସି ସାହାଯ୍ୟରେ ଲଟକି ରହି କରିବାକୁ ପଡ଼ିବ କାରଣ ସ୍କାଏ କ୍ରେପର୍ ବଡ଼ ବଡ଼ ଵିଲ୍ଡିଂ ଗୁଡ଼ିକର ଝରକାକୁ ଗୋଟିଏ ରସି ସାହାଯ୍ୟରେ ଲଟିକି ରହି କରିଥାନ୍ତି ଏହି କାମରେ ଯଦି ଆପଣ ଟିକିଏ ବି ଭୁଲ୍ କରିଲେ ତେବେ ଆପଣଙ୍କ ଜୀବନ ମଧ୍ୟ ଯାଇପାରେ ଏହି ଚାକିରୀରେ।

ସ୍ନେକ୍ ଫାର୍ମିଂ
ଦର୍ଶକ ବନ୍ଧୁ ଚାଷ ତ ବୋହୁତ ପ୍ରକାର ହୋଇଥାଏ କିନ୍ତୁ ସାପର ଚାଷ କରିବା ସବୁଠାରୁ ଖତରନାକ ଅଟେ କିନ୍ତୁ ଦର୍ଶକ ବନ୍ଧୁ ଇଣ୍ଡୋନେସିଆ ଏବଂ ଚାଇନା ଭଳି ଦେଶରେ ସ୍ନେକ୍ ଫାର୍ମିଂ ଏକ ସାଧାରଣ କଥା ଅଟେ ଏମାନେ ହଜାର ହଜାର ସାପକୁ ପାଳିଥାନ୍ତି ଏବଂ ଏହା ମଧ୍ୟରେ ଏନେକ ଏପରି ସାପ ମଧ୍ୟ ରହିଥାନ୍ତି କି ଯାହାର କାମୁଡାରେ ଜଣେ ସାଙ୍ଗେ ସାଙ୍ଗେ ମୃତ୍ୟୁବରଣ କରିବ ଦର୍ଶକ ବନ୍ଧୁ ଏମାନେ ସାପକୁ ପାଲି ବଡ କରି ତାହାର ବିଷ ଏବଂ ଖାଲ୍ ବିକ୍ରୀକରି ବୋହୁତ ଟଙ୍କା ରୋଜଗାର କରିଥାନ୍ତି।

ଟାୱାର କ୍ଲାଇବିଂ
ଟାୱାର କ୍ଲାଇବିଂ ଏକ ଏପରି କାମ ଅଟେ ଯାହାକୁ ଦୁନିଆର କିଛି ଲୋକ ହିଁ କରି ପାରନ୍ତି ଦର୍ଶକ ବନ୍ଧୁ ଏହି କାମରେ ୧୫ ଶହ ଫୁଟର ଉଚ୍ଚା ଟାୱାରରେ ଏକ ରସି ସାହାଯ୍ୟରେ ଚଢ଼ିବାକୁ ପଡ଼ିଥାଏ ଏବଂ ନିଜ ସହିତ କେତେକ ଟୁଲକୁ ମଧ୍ୟ ନେବାକୁ ପଡ଼ିଥାଏ ଏବଂ ଯେଉଁଠାରେ ଏହି ଟାୱାର ଖରାପ ହୋଇଥାଏ ତାହାକୁ ଠିକ୍ କରିବାକୁ ପଡ଼ିଥାଏ ଏବଂ ବେଳେ ବେଳେ ଏହି କର୍ମଚାରୀ ମାନଙ୍କୁ ଜୋର୍ ପବନର ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ।

ସଲ୍ଫର୍ ମାଇନିଂ
ଦର୍ଶକ ବନ୍ଧୁ ସଲ୍ଫର୍ ମାଇନିଂ ଦୁନିଆର ସବୁଠାରୁ ଖତରନାକ ଚାକିରୀ କହିଲେ ଭୁଲ୍ ହେବ ନାହିଁ କାରଣ ଏହି କାମ କରିଥିବା ସମସ୍ତ କର୍ମଚାରୀ ମାନେ ମୁଖ୍ୟତଃ ୫୦ ବର୍ଷ ହିଁ ବଞ୍ଚିପରାନ୍ତି ଦର୍ଶକ ବନ୍ଧୁ ଦୁନିଆରେ ବୋହୁତ ଦେଶର ସଲ୍ଫର୍ ମାଇନିଂ କାମ କରାଯାଇଥାଏ କିନ୍ତୁ ଇଣ୍ଡୋନେସିଆର କବାଆଇଜେନ୍ ଭୋଲକାନୋ ଆଖପାଖ ଇଲାକାରେ ସଲ୍ଫର୍ ମାଇନିଂର ବଡ ସେଣ୍ଟର୍ ଅଟେ ଏହାର ପାହାଡ ପାଖରେ ଏକ ସୁନ୍ଦର ପୋଖରୀ ରହିଛି ଯାହାର ପାଣିର ରଙ୍ଗ ପୁରା ସବୁଜ ଅଟେ କିନ୍ତୁ ଏହାର ପାଣିକୁ ଆପଣ ଛୁଇଁଲେ ଜଳିଯିବେ ଦର୍ଶକ ବନ୍ଧୁ ଏହିଠାରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଏହି ପୋଖରୀ ପାଖ ଦେଇ ପାହାଡକୁ ଭାଙ୍ଗି ସଲ୍ଫର୍ ଆଣିବାକୁ ପଡ଼ିଥାଏ ଏବଂ ଏହି କାମରେ ଯଦି ସେମାନେ ଟିକେ ଭୁଲ କରିଲେ ତେବେ ସେମାନଙ୍କର ଜୀବନ ଯାଇପାରେ।

ଇଲେକ୍ଟ୍ରିକାଲ ପାୱାର ଲାଇନ୍ ଇନ୍ଷ୍ଟୋଲର
ଦର୍ଶକ ବନ୍ଧୁ ଆପଣଙ୍କୁ ତ ଆପଣଙ୍କ ଘରେ ବି ଜଣେ ଇଲେକ୍ଟ୍ରିସୀୟନ୍ ବସିଥିବାର ମିଳିଯିବ ଯିଏ ଆପଣଙ୍କ ଘରର ବିଜୁଳି ସହିତ ଜଡିତ ଛୋଟ କାମକୁ କରିଦେଉଥିବ ଦର୍ଶକ ବନ୍ଧୁ ଏଠାରେ ଆପଣ ଦେଖିପାରୁଥିବେ ବିଜୁଳିକୁ ଦୂର ଦୂର ପଠାଇବା ପାଇଁ ଏହି ଲୋକମାନେ ବୋହୁତ କଷ୍ଟ କରିଥାନ୍ତି ଦର୍ଶକ ବନ୍ଧୁ ପାୱାର ଲାଇନ୍ ଇନ୍ଷ୍ଟୋଲର କାମ ଦୁନିଆର ସବୁଠାରୁ ଖତରନାକ କାମ ହୋଇଥାଏ ଏହି ଲୋକମାନଙ୍କୁ ଶହ ଶହ ଫୁଟର ଉଚ୍ଚତାରେ କାମ କରିବା ସହିତ ୮ ଲକ୍ଷ ଭୋଲ୍ଟର କରେଣ୍ଟ ଥିବା ତାର ମଧ୍ୟ ଠିକ୍ କରିବାକୁ ପଡ଼ିଥାଏ ଆଉ ଏହି କାମରେ ଯଦି ଟିକେ ବି ଭୁଲ୍ ହୋଇଗଲା ସେମାନଙ୍କ ଜୀବନ ମଧ୍ୟ ଯାଇପାରେ।

Leave a Reply

Your email address will not be published. Required fields are marked *