School ପାଇଁ ଆସିଲା ନୂଆ ସୂଚନା, ସରକାର କଲେ ବଡ଼ ଘୋଷଣା, ଦେଖନ୍ତୁ ପୁରା ଖବର |

ରାଜ୍ୟରେ ଥିବା ସମସ୍ତ ସ୍କୁଲ ପାଇଁ ଆସିଛି କିଛି ନୂଆ ସୂଚନା ବର୍ତମାନ ଯାହାବି କିଛି ନୂଆ ଅପଡେଟ ଆସିଛି ତାହା ସମସ୍ତେ ଜାଣିବା ନିହାତି ଦରକାର | ଆସନ୍ତୁ ଜାଣିବା ସମ୍ପୂର୍ଣ ଅପଡେଟ | ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ କରାଯିବ ବୃଦ୍ଧି । ସର୍ବନିମ୍ନ ୧ ଟଙ୍କା ବୃଦ୍ଧି କରିବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ସୁପାରି ଶ କରାଯାଇଛି । ଚଳିତ ବର୍ଷ ଆର୍ଥିକ ବର୍ଷରୁ ଏହାକୁ ଲାଗୁ କରାଯାଇପାରେ। ଯେଉଁ ସ୍କୁଲରେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାର ବ୍ୟବସ୍ଥା ଥିବ ସେଠାରେ ଏହାକୁ ଲାଗୁ କରାଯିବ। ବଜାରରେ ଦରଦାମ୍ ବୃଦ୍ଧିକୁ ଲକ୍ଷ୍ୟ କରି କମିଟି ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିବାକୁ ସୁପାରିଶ କରିଛି ।

ମଧ୍ୟାହ୍ନ ଭୋଜନ ଯୋଜନାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ହିସାବରେ ୧୦୦ ଗ୍ରାମ ଚାଉଳ ସହ ୫ ଟଙ୍କା ୯୦ ପଇସା ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ମୁଣ୍ଡପିଛା ୧୫୦ଗ୍ରାମ ଚାଉଳ ଓ ୮ ଟଙ୍କା ୮୨ ପଇସା ଆର୍ଥିକ ସହାୟତା ସରକାର ଦେଉଛନ୍ତି। ଦିନକୁ ଦିନ ଦରଦାମ ବୃଦ୍ଧି ପାଉଥିବା ବେଳେ ଏତିକି ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗାଇବା ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପକ୍ଷେ ଅସମ୍ଭବ। ଏତିକି ଟଙ୍କାରେ ପିଲାଙ୍କ ମୁହଁରେ ପୁଷ୍ଟିକର ଆହାର ଦେବା ଏବେ କାଠିକର ପାଠ ହେଉଛି ବୋଲି ବାରମ୍ବାର ଅଭିଯୋଗ କରୁଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ତେବେ ବଜାର ଦରଦାମକୁ ଦୃଷ୍ଟିରେ ରଖି ବିଧାନସଭା ଷ୍ଟାଣ୍ଡିଂ କମିଟି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମୀକ୍ଷା କରି ଅର୍ଥ ରାଶି ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। ଷ୍ଟେଟ୍ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (ଏସ୍‌ପିଏମ୍ ୟୁ ) ମଧ୍ୟାହ୍ନ ଭୋଜନ ପାଇଁ କରିଥିବା ଚାର୍ଟ ଅନୁସାରେ, ଜଣେ ପ୍ରାଥମିକ ସ୍କୁଲର ଜଣେ ପିଲାର ଡାଲି ଖର୍ଚ୍ଚ ବାବଦକୁ ୫ଟଙ୍କା ୫୦ ପଇସା ଧାର୍ଯ୍ୟ କରିଛନ୍ତି । ଏଥିରେ ୨୫ ଗ୍ରାମ ଡାଲି ପାଇଁ ୨ଟଙ୍କା ୫୦ ପଇସା, ୫ ଗ୍ରାମ ତେଲ ପାଇଁ ୮୦ ପଇସା ଓ ୬୦ଗ୍ରାମର ପରିବା ଓ ମସ ଲା ପାଇଁ ୧ଟଙ୍କା ୭୦ ପଇସା ଏବଂ ଜାଳେଣି ଖର୍ଚ୍ଚ ପାଇଁ ୫୦ ପଇସା ଧାର୍ଯ୍ୟ କରିଛନ୍ତି। ସୋୟାବଡ଼ି ତରକାରୀ ବାବଦକୁ ୪ ଟଙ୍କା ୨୦ ପଇସା ଧର୍ଯ୍ୟ କରିଛନ୍ତି ।

ଏଥିରେ ୧୨ ଗ୍ରାମ ସୋୟା ବଡ଼ି ବାବଦକୁ ୧ଟଙ୍କା ୨୦ପଇସା, ୫ଗ୍ରାମ ତେଲ ପାଇଁ ୮୦ ପଇସା, ୬୦ ଗ୍ରାମ ପରିବା ପାଇଁ ୧ଟଙ୍କା ୭୦ ପଇସା ଓ ଜାଳେଣି ବାବଦକୁ ୫୦ ପଇସା ହି ସାବ କରିଛନ୍ତି। ସେ ହି ପର ଅଣ୍ଡା ତରକାରୀ ପାଇଁ ୮ଟଙ୍କା ଧାର୍ଯ୍ୟ କରିଛନ୍ତି। ଅଣ୍ଡା ଗୋଟା ୫ଟଙ୍କା, ତେଲ, ପରିବା, ଜାଳେଣି ପାଇଁ ୩ ଟଙ୍କା ରଖିଛନ୍ତି। ସୂଚନା ଅନୁଯାୟୀ, ୨୦୨୦ରେ ସରକାର ମଧ୍ୟାହ୍ନ ଭୋଜନ ପାଇଁ ପ୍ରାଥମିକ ସ୍କୁଲ ପିଲା ସିନ୍ଧା ୫ ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ପିଲା ମୁଣ୍ଡପିଛା ୮ଟଙ୍କା ୧୦ ପଇସା ଅର୍ଥ ରାଶି ପ୍ରଦାନ କରୁଥିଲେ।

ମାତ୍ର ଗ୍ୟାସ, ରାସନ ସାମଗ୍ରୀ ଦର ବୃଦ୍ଧି ପରେ ଶେଷ ଥର ୨୦୨୨ ଅକ୍ଟୋବର ୧ରେ ଏମ୍ଡିଏମ୍ ଅନୁଦାନ ରାଶି ବୃଦ୍ଧି କରିଥିଲେ। ଯେଉଁଥିରେ ପ୍ରାଥମିକ ସ୍କୁଲ୍ ପିଲାଙ୍କ ମୁଣ୍ଡ ପିଛା ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ପିଲାଙ୍କ ମୁଣ୍ଡ ପିଛା ୮ ଟଙ୍କା ୮୨ ପଇସା ଦେଉଛନ୍ତି | ତେବେ ଏବେ ଯଦି ୧ ଟଙ୍କା ଲେଖାଏଁ ମଧ୍ୟାହ୍ନ ଭୋଜନ ରାଶିରେ ବୃଦ୍ଧି କରାଯାଏ ତେବେ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୬ ଟଙ୍କା ୯୦ ପଇସା ଏବଂ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାଶି ୯ ଟଙ୍କା ୮୨ ପଇସା ପ୍ରଦାନ କରିପାରନ୍ତି ସରକାର।

Leave a Reply

Your email address will not be published. Required fields are marked *