ଆଜି ୧୧ ଅଗଷ୍ଟ, ଆଜି ରାତିରୁ ପ୍ରବଳ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ଦେଲା ଏମିତି ସୂଚନା |

ଦର୍ଶକ ବନ୍ଧୁ ଏବେ ଏବେ ପାଣିପାଗ କେନ୍ଦ୍ର ତରଫରୁ ଆସିଛି ବହୁତ୍ ବଡ଼ ଅପଡେଟ ଯାହା ଅନୁସାରେ ଆସିବାକୁ ଯାଉଛି ଆଉ ଏକ ଲଘୁଚାପ ହେବାକୁ ଯାଉଛି ଆହୁରି ବର୍ଷା ତାହେଲେ କେଉଁ କେଉଁ ଜିଲ୍ଲାକୁ ହେବ ବର୍ଷା ଆପଣଙ୍କ ଜିଲ୍ଲା ସେହି ଜିଲ୍ଲାମାନଙ୍କ ମଧ୍ୟରେ ଅଛି କି ନାହିଁ ଆଉ ଡେରି ନକରି ଆସନ୍ତୁ ଜାଣିବା। ଆଜି ଅର୍ଥାତ୍ ୧୧ ରୁ ୧୩ ପ୍ରବଳରୁ ଅତି ପ୍ରବଳ ବର୍ଷା ।

ଉତ୍ତର ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଅଞ୍ଚଳ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜି ଠାରୁ ରୁ ଓଡ଼ିଶାରେ ପ୍ରବଳ ବର୍ଷିବ । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସୋମବାର ସକାଳ ୧୦ ସୁଦ୍ଧା ଏହା ଅବପାତରେ ପରିଣତ ହେବ ।

ଅବପାତରେ ପରିଣତ ପରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । କାଳକ୍ରମେ ତୀବ୍ର ଅବପାତରେ ପରିଣତ ହୋଇ ୧୨ରେ ଆନ୍ଧ୍ର ଉପକୂଳ ଛୁଇଁବ । ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୧୧ ରୁ ୧୩ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା, ଶନିବାର ମଧ୍ୟରେ ରାଜ୍ୟରେ ସ୍ଵଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ତେବେ ଆଜି ଠାରୁ ୧୩ ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୧ ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଓ ରାୟଗଡାରେ ପ୍ରବଳ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଘଣ୍ଟା ପ୍ରତି ୪୫ ରୁ ୫୫ କିମି ବେଗରେ ପବନ ବହିବ, ସମୁଦ୍ର ଅଶାନ୍ତ ହେବ, ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରଭିତରକୁ ଯିବାକୁ ବାରଣ କରାଯାଇଛି । ସେହିଭଳି ଗତ ୨୪ ଘଣ୍ଟା ଭିତରେ ସ୍ଵଳ୍ପରୁ ମଧ୍ୟମଧରଣର ବର୍ଷା ରେକର୍ଡ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ସର୍ବାଧିକ ୫୩.୦ମିମି ବର୍ଷା ହୋଇଛି । ସେହିପରି କୋରାପୁଟ ଜିଲ୍ଲା ଜୟପୁରରେ ୩୫.୬ ଓ ବୋରିଗୁମ୍ମାରେ ୩୫.୮ମିମି ବର୍ଷା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *