ଏବେ ଏବେ ଆସିଲା ଚାଷୀଭାଇଙ୍କ ପାଇଁ ଖୁସିଖବର ହେବାକୁ ଯାଉଛି ଡିଜିଟାଲ ଫସଲ ସର୍ବେକ୍ଷଣ ଅଗଷ୍ଟ ମାସ 16 ତାରିଖରୁ ସେପ୍ଟେମ୍ବର ମାସ 15 ତାରିଖ ପର୍ଯ୍ୟନ୍ତ ଡାଇରେକ୍ଟ ଚାଷ ଜମିର ଫୋଟୋ ଉଠାଯିବା କାହାର କେମିତି ଚାଷ ହେଉଛି ଯାହାଦ୍ୱାରା ଆମେ ସରକାରଙ୍କ ତରଫରୁ କିଛି ଆର୍ଥିକ ସହାୟତା ମିଳିବ ଲୋନ ମଧ୍ୟ ଛାଡ ହୋଇପାରିବ | ତେବେ କଣ ଆସିଛି ପୁରା ଖବର ଆସନ୍ତୁ ଜାଣିବା |
କୃଷି ବିଭାଗ ଏନେଇ ଟୁଇଟ କରି ସୂଚନା ଜାରି କରିଛନ୍ତି ଚଳିତ ବର୍ଷ ୧୬ ଅଗଷ୍ଟ ରୁ ୧୫ ସେପ୍ଟେମ୍ବର ମଧ୍ୟରେ ଡିଜିଟାଲ୍ ଫସଲ ସର୍ବେକ୍ଷଣ କରାଯିବ । ସ୍ଥାନୀୟ ସର୍ବେକ୍ଷଣକାରୀମାନେ ମୋବାଇଲ୍ ଆପ୍ ଦ୍ବାରା ଫସଲର କ୍ଷେତ୍ରସ୍ତରୀୟ ପ୍ରକୃତ ଓ ସଠିକ୍ ତଥ୍ୟ ସଂଗ୍ରହ କରିବେ । ସର୍ବେକ୍ଷଣରେ ସହଯୋଗ କରିବା ନିମନ୍ତେ ସମସ୍ତ ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ ।
ଏହା ଛଡ଼ା ଯେଉଁ ନୋଟିପିକେସନ ଆସିଛି ଡିଜିଟାଲ୍ ଫସଲ ସର୍ବେକ୍ଷଣ ୧୬ ଅଗଷ୍ଟ ରୁ ୧୫ ସେପ୍ଟେମ୍ବର ମଧ୍ୟରେ | ସମସ୍ତ ଗ୍ରାମରେ ଡିଜିଟାଲ୍ ଫସଲ ସର୍ବେକ୍ଷଣ
| ସ୍ଥାନୀୟ ସର୍ବେକ୍ଷଣକାରୀ ମୋବାଇଲ୍ ଆପ୍ ଦ୍ବାରା ତଥ୍ୟ ସଂଗ୍ରହ କରିବେ | ଚାଷୀଙ୍କୁ ନିଜ ନାମ, ଆଧାର, ଜମି ଏବଂ ଫସଲ ସମ୍ବନ୍ଧୀୟ ତଥ୍ୟ ଦେବା ପାଇଁ ଅନୁରୋଧ | ଭାଗଚାଷୀ ନିଜ ଜମି ମାଲିକଙ୍କ ଠାରୁ ଅନୁମତି ପତ୍ର ଆଣିବା ପାଇଁ ଅନୁରୋଧ କୃଷକ ଓଡ଼ିଶା ପୋର୍ଟାଲ୍ ରେ ପଞ୍ଜିକରଣ କରାଇ ନିଅନ୍ତୁ ତଥ୍ୟରେ ଆପରି ଥିଲେ agristack.gov.in ରେ ଅଭିଯୋଗ କରନ୍ତୁ