ଟିମ ଇଣ୍ଡିଆ ପାଇଁ ଆସିଲା ଆଉ ଏକ ଖୁସି ଖବର, ବୋଲିଙ୍ଗ କୋଚ ଦାୟିତ୍ବ ନେଲେ ଜାହିର ଖାନ ବାଦ ପଡ଼ିବେ ଏହି ଦୁଇ ବୋଲର

ଜାହିର ଖାନ ହେଲେ ଟିମ ଇଣ୍ଡିଆର ନୂଆ ବୋଲିଙ୍ଗ କୋଚ ଗୌତମ ଗମ୍ଭୀର ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ନେତୃତ୍ୱ ନେଇଛନ୍ତି ଭାରତୀୟ କ୍ରିକେଟ ବୋର୍ଡ ସଚିବ ଜୟ ସାହା ଗତ ମଙ୍ଗଳବାର ଦିନ ଏନେଇ ଘୋଷଣା କରିଥିଲେ ଗମ୍ଭୀର ଭାରତୀୟ କ୍ରିକେଟ ବୋର୍ଡ ଭାବରେ ନିଯୁକ୍ତି ପାଇବା ପରେ ଏବେ ବୋଲିଙ୍ଗ କୋଚକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଭଳି ସ୍ଥିତିରେ ପୂର୍ବତନ ପ୍ରେସର୍ ବୋଲର ଜାହିର ଖାନଙ୍କ ନାମ ସାମ୍ନାକୁ ଆସିଛି। ଜାହିର ବୋଲିଙ୍ଗ କୋଚ ହୋଇ ପାରନ୍ତି ଏକ ରିପୋର୍ଟ ରୁ ଜଣା ପଡ଼ିଛି।

ଜାହିରଙ୍କ ସହିତ ଅନ୍ୟ କିଛି ଖେଳାଳି ମାନଙ୍କ ମଧ୍ୟ ରେସରେ ରହିଛନ୍ତି। ଗମ୍ଭୀର ନୂଆ କୋଚ ହୋଇ ସାରିବା ପାରେ ଟିମ ଇଣ୍ଡିଆର ଏବେ କେଉଁ ପ୍ଲେୟାର ମାନେ ରହିବେ ବୋଲି ଜଣା ପଡ଼ି ନାହିଁ । ସବୁଠାରୁ ବଡ଼ କଥା ହେଉଛି ୨୦୧୧ ବିଶ୍ଵକପ ରେ ଟିମ ଇଣ୍ଡିଆ କୁ ବିଜୟ କରିଥିବା ଦ୍ରୁତ ବୋଲର ଜାହିର ଖାଁଙ୍କ ନାମ ବୋଲିଙ୍ଗ କୋଚ ରେସ ରେ ରହିଛି । ଏହା ସହିତ ବାଲାଜୀଏବଂ ବିନୟ କୁମାରଙ୍କ ନାମ ମଧ୍ୟ ସାମିଲ ରହିଛି ।

ଜାହିର ଯଦି ଟିମ ଇଣ୍ଡିଆର ବୋଲି ଙ୍ଗ କୋଚ ହୁଅନ୍ତେ ତେବେ ରୋହିତ ଏବଂ ତାଙ୍କ କମ୍ପାନୀ ପାଇଁ ବହୁତ ଲାଭ ହୁଅନ୍ତା କାରଣ ଜାହିରଙ୍କ ଆନ୍ତର୍ଜାତୀୟ କ୍ରିକେଟ ରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି । ସେ ବିଶ୍ଵର କୋଣ ଅନୁକୋଣରେ ଖେଳିଛନ୍ତି ଏବଂ ଏଥିସହ ସେ ଟିମର ସିଷ୍ଟମ ସହ ଭଲ ଭାବରେ ପରିଚିତ ହୋଇଛନ୍ତି । ଜାହିର ଦୁଇଶହ ଦିନିକିଆ ମ୍ୟାଚ ଖେଳି ଦୁଇଶହ ବୟା ଅସି ଉଇକେଟ ହାସଲ କରିଥିଲେ

ସେ ୯୨ ଟି ଟେଷ୍ଟରେ ୨୧୧ ଟି ଉଇକେଟ ହାସଲ କରିଥିଲେ । ସେ ଆଇପିଏଲ୍ ରେ ୧୦୦ ଟି ମ୍ୟାଚ ଖେଳି ୧୦୨ ଟି ଉଇକେଟ ଅତିଆର କରିଛନ୍ତି ଆଗାମୀ ପାଞ୍ଚ ବର୍ଷ ଭିତରେ ଟିମ ଇଣ୍ଡିଆ ପାଞ୍ଚୋଟି ICC ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବ ଏଥିପାଇଁ କୋଚଙ୍କ ଆବଶ୍ୟକତା ନିହାତି ଜରୁରୀ ।

Leave a Reply

Your email address will not be published. Required fields are marked *