+2 ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ଆଡମିଶନକୁ ନେଇ ଉପୁଜିଲା ବଡ଼ ଦ୍ୱନ୍ଦ୍ୱ ସବୁ Student ମାନେ ଜାଣିରଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଯୁକ୍ତ ଦୁଇରେ ସରକାର ସିଟ ବଢ଼ାଉଛନ୍ତି ଉଚ୍ଚ ମାଧ୍ୟମିକ ସ୍କୁଲ ସଂଖ୍ୟା ମଧ୍ୟ ବୃଦ୍ଧି କରୁଛନ୍ତି ହେଲେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସିଟ ସଂଖ୍ୟା ଠାରୁ କମ ପିଲା ଆବେଦନ କରିଛନ୍ତି | ଗତବର୍ଷ ଉଚ୍ଚ ମାଧ୍ୟମିକ ବୋର୍ଡ ଅଧୀନରେ ଯେତିକି ପିଲା ମାଟ୍ରିକ ପାସ କରିଛନ୍ତି ସେତିକି ପିଲା ଯୁକ୍ତ ଦୁଇ ପାଇଁ ଆବେଦନ କରି ନାହାଁନ୍ତି | ତେଣୁ ଡ୍ରପ୍ ଆଉଟ୍ ଆଶଙ୍କା କରାଯାଉଛି। ଏହାକୁ ନେଇ ଶିକ୍ଷାବିତମାନେ ଚିନ୍ତାରେ ପଡ଼ିଛନ୍ତି।

+୨ ନାମଲେଖା ପାଇଁ ଆବେଦନ ଗତ ୧୨ ଜୁଲାଇରେ ଶେଷ ହୋଇଥିବା ବେଳେ ସାମ୍ନା ତଥ୍ୟ ଅନୁଯାୟୀ, ୨୩୪୩ଟି କଲେଜ ପାଇଁ ୫ ଲକ୍ଷ ୪୮ ହଜାର ୨୪୯ ସିଟ୍‌ରେ +୨ ନାମଲେଖା ହେବ ରାଜ୍ୟରେ ମୋଟ ୫ ଲକ୍ଷ ୮ ହଜାର ୧୬୧ ଜଣ ପଞ୍ଜୀକରଣ କରିଥିବାବେଳେ ୪ ଲକ୍ଷ ୭୬ ହଜାର ୫୮ ଜଣ ଆବେଦନ କରିଛନ୍ତି । ଏଥିରୁ ୪ ଲକ୍ଷ ୭୧ ହଜାର ୫୭୧ ଜଣ ଅନଲାଇନରେ ଆବେଦନ ଫି’ ଦାଖଲ କରିଛନ୍ତି |

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକରେ ୫ ଲକ୍ଷ ୩୦ ହଜାର ୧୫୩ ଜଣ ପିଲା ପାସ୍ କରିଛନ୍ତି । କିନ୍ତୁ, ଚଳିତବର୍ଷ ପାଖାପାଖୁ ୮୦ ହଜାର କମ୍ ପିଲା ଆବେଦନ କରିଛନ୍ତି। ଗତବର୍ଷ ୫ ଲକ୍ଷ ୨୪ ହଜାର ସିଟ୍ ଥିବା ବେଳେ ୪ ଲକ୍ଷ ୬୭ ହଜାର ପିଲା ଆବେଦନ କରିଥିଲେ ଏଥୁରୁ ନାମ ଲେଖାଇଥିଲେ ୪ ଲକ୍ଷ ୧୩ ହଜାର ୬୮୫ ଜଣ ଛାତ୍ର ଛାତ୍ରୀ | ଗତବର୍ଷ ୧ ଲକ୍ଷ ୧୦ ହଜାର ୭୩୩ ସିଟ୍ ଖାଲି ପଡ଼ିଥିଲା।

ଗତ ଦୁଇ ତିନି ବର୍ଷ ହେବ, ଏମିତି ସମାନ ପରିସ୍ଥିତି ହିଁ ଦେଖିବାକୁ ମିଳୁଛି ଏଥୁରୁ ଆଶଙ୍କା କରାଯାଉଛି ଯେ, ଚଳିତବର୍ଷ ମଧ୍ୟ ସିଟ୍ ଖାଲି ପଡ଼ିବ। ଏଥୁରୁ ଆଶଙ୍କା କରାଯାଉଛି ଯେ, ଚଳିତବର୍ଷ ମଧ୍ୟ ସିଟ୍ ଖାଲି ପଡ଼ିବ। ମାତ୍ର କେଉଁ ବିଭାଗରେ କେତେ ପିଲା କମ୍ ଆବେଦନ କରିଛନ୍ତି, ତାହା ଜଣାପଡ଼ିନି। ନାମଲେଖା ଶେଷ ହେବା ପରେ ତାହା ସୃଷ୍ଟି ହେବ |

Leave a Reply

Your email address will not be published. Required fields are marked *