ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବଡ଼ ଖୁସି ଖବର, ଏହି ହିତାଧିକାରୀ ମାନେ ପାଇପାରିବେ ଘର ଜାଣନ୍ତୁ କିପରି କରିବେ ଆବେଦନ

ଏବେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର ଏବେ ସାମ୍ନାକୁ ଆସି ସାରିଛି କେବେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛି ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ | ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଂଚାୟତିରାଜ ମନ୍ତ୍ରୀଙ୍କ ବଡ଼ ବୟାନ। କନକ ନ୍ୟୁଜକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ମନ୍ତ୍ରୀ ରବି ନାୟକ କହିଛନ୍ତି, ବର୍ଷା ଦିନ ପରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ପ୍ରଥମ କିସ୍ତିରେ ରାଜ୍ୟକୁ ଆସିବ ୫ ଲକ୍ଷ ଘର ।

ଚିଠା ପ୍ରାୟ ପ୍ରସ୍ତୁତ ହୋଇ ସାରିଛି । ଘରେ ବାପା ଓ ଦୁଇ ପୁଅ ଥିଲେ, ଯଦି ସେମାନେ ଅଲଗା ରହୁଥିବେ ତାଙ୍କୁ ମଧ୍ଯ ଘର ଦେବାକୁ ଯୋଜନା କରୁଛନ୍ତି ସରକାର | ମନ୍ତ୍ରୀଙ୍କ ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟି ତାର ସଂକଳ୍ପ ପତ୍ରରେ ପନ୍ଦର ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେବାକୁ ଉଲେଖ କରିଥିଲେ | ଓଡ଼ିଶାର ଏସିସିସି ତାଲିକାରେ ୧ ଲକ୍ଷ ୨୦ ହଜାର ରହିଥିବା କହିଛନ୍ତି ମନ୍ତ୍ରୀ। କେନ୍ଦ୍ର ତରଫରୁ ପ୍ରଥମ କିସ୍ତିରେ ରାଜ୍ୟକୁ ୫ ଲକ୍ଷ ଘର ମିଳିଛି।

ଆଗାମୀ ଦିନରେ ଏହି ଘରକୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ। ଏବେ କିଛି ଲୋକ ବିଡ଼ିଓଙ୍କୁ ଦରଖାସ୍ତ ଦେଇଛନ୍ତି, ଆଉ କିଛି ଲୋକ ଅନଲାଇନରେ ଆବେଦନ କରିଛନ୍ତି। ତାକୁ ସଂକଳନ ଚାଲିଛି। ଯଦି ଏହା ୧୫ ଲକ୍ଷରୁ ଅଧିକ ହୁଏ ତେବେ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି | ଏହା ସହ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ରର ଯୋଜନା ହୋଇଥିବାରୁ ପୂର୍ବ ସରକାରଙ୍କ ଆନ୍ତରିକତା ନଥିଲା

ତେଣୁ ଲୋକ ପାଇବାରୁ ବଞ୍ଚିତ ହୋଇଥିଲେ ବିଭିନ୍ନ ସମୟରେ ଅଯୋଗ୍ୟ ହିତାଧିକାରୀ ମାନେ ମଧ୍ୟ ଘର ପାଇଛନ୍ତି | ତାହା ଭିତରେ କିଛି ଲୋକମାନଙ୍କ କାମ ମଧ୍ୟ କରି ନାହାଁନ୍ତି ଏଥର ଗ୍ରାମ ସଭା ଓ ପଲ୍ଲୀ ସଭା ମାଧ୍ୟମରେ ପ୍ରକୃତ ହିତାଧିକାରୀ ବଛାଯିବ । ଯଦି ବାପା ଓ ଦୁଇ ପୁଅ ଅଲଗା ଅଲଗା ରହୁଛନ୍ତି ।

ସେମାନଙ୍କୁ ୩ଟି ଘର ମିଳୁ ନଥିଲା। ଏବେ ସମସ୍ତଙ୍କୁ ଘର ଦେବାକୁ ଯୋଜନା କରୁଛନ୍ତି ସରକାର। ଯେମିତି ରାଜ୍ୟର ସବୁ ଗରିବ ଯୋଗ୍ୟ ହିତାଧୁକାରୀ ଘର ପାଇପାରିବେ । ଏବେ ଯୋଗ୍ୟ ହିତାଧ୍ୟାକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହେବ। ବର୍ଷା ଦିନ ସରିବା ମାତ୍ରେ ଯୋଗ୍ୟ ହିତାଧ୍ୟାକାରୀଙ୍କୁ ଘର ମିଳିବ।

Leave a Reply

Your email address will not be published. Required fields are marked *