ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ ଘରକୁ ଆଣନ୍ତୁ ଏହି ୧ ଜିନିଷ, ପ୍ରଭୁ ଶିବଙ୍କ କୃପାରୁ ଘରେ ହେବ ଧନର ବର୍ଷା କେବେ ବି ରହିବ ନାହିଁ ଅଭାବ

ମହାଦେବଙ୍କର ଏହି ପ୍ରିୟ ଜିନିଷ ଯଦି ଆପଣ ଶ୍ରାବଣ ମାସରେ ଶିବ ମନ୍ଦିରରୁ ଭସ୍ମ ଆଣି ପୂଜା ସ୍ଥଳରେ ରଖନ୍ତି ତେବେ ଏହାଦ୍ବାରା ମହାଦେବ ବହୁତ ଜଲଦି ପ୍ରସନ୍ନ ହେବେ ଏବଂ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ । ବଳକା ଭସ୍ମକୁ ସିନ୍ଧୁକ କିମ୍ବା ଧନ ରଖୁଥିବା ସ୍ଥାନରେ ରଖିଲେ ଆର୍ଥିକ ବୃଦ୍ଧି ସହିତ ମାନ ସମ୍ମାନ ବୃଦ୍ଧି ହେବ ।ଶ୍ରାବଣ ମାସରେ ଏକ ଲୋଟା ଜଳ ଚଢ଼ାଇ ଦେଲେ ହିଁ ମହାଦେବ ପ୍ରସନ୍ନ ହୁଅନ୍ତି ।

ମହାଦେବ ନିଜ ଜଟରେ ଗଙ୍ଗାଙ୍କୁ ଧାରଣ କରିଛନ୍ତି ତେଣୁ ଏହି ମାସରେ ମହାଦେବଙ୍କୁ ଗଙ୍ଗା ଜଳରେ ଅଭିଷେକ କରାଇଲେ ମହାଦେବ ପ୍ରସନ୍ନ ହୁଅନ୍ତି । ଏହାଦ୍ବାରା ଆର୍ଥିକ ବୃଦ୍ଧି ସହିତ ସବୁ ସମସ୍ୟାର ସମାଧାନ ହୋଇଥାଏ ।ରୁଦ୍ରାକ୍ଷ ଏକ ଫଳ ଅଟେ କିନ୍ତୁ ତାହାକୁ ମହାଦେବଙ୍କ ଅଂଶ ବୋଲି ମାନା ଯାଇଥାଏ । ଶ୍ରାବଣ ମାସରେ ମହାଦେବଙ୍କୁ ରୁଦ୍ରାକ୍ଷ ଅର୍ପଣ କରିବା ଦ୍ୱାରା ମହାଦେବ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ଏହାକୁ ଘରେ ରଖିବା ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ଏହାକୁ ଧାରଣ କରିବା ମଧ୍ୟ ଭଲ ହୋଇଥାଏ ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ସନ୍ତୁଳନ ବଜାୟ ରହେ ।ଭଗବାନଙ୍କୁ ବେଲପତ୍ର ଅତ୍ୟନ୍ତ ପ୍ରିୟ ଅଟେ । ଯଦି ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ବେଲପତ୍ର ଆଣିବା ଅସମ୍ଭବ ହେଲେ ଚାନ୍ଦିର ବେଲପତ୍ର ଆଣି ମହାଦେବଙ୍କୁ ଅର୍ପିତ କରନ୍ତୁ ।

ଏହାଦ୍ବାରା ଧନ ପ୍ରାପ୍ତି ହେବା ସହିତ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଭଗବାନ ଶିବଙ୍କ କୃପାରୁ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।ପାରଦ ଶିବଲିଙ୍ଗ ଘରେ ରଖିଲେ ମହାଦେବ ପ୍ରସନ୍ନ ହୁଅନ୍ତି ଏବଂ ରୋଗ ଏବଂ ଦାରିଦ୍ର୍ୟତା ଦୂରେଇ ଯାଏ , ଘର ପରିବାରରେ ଖୁସି ଦେଖିବାକୁ ମିଳିଥାଏ ।

ପାରଦ ଶିବଲିଙ୍ଗ ଘରେ ରଖିଲେ ଗ୍ରହ ଦୋଷରୁ ମୁକ୍ତି ମିଳିଥାଏ ଏବଂ ଘରର ବ୍ୟକ୍ତିଙ୍କୁ ସ୍ୱୟଂ ମହାକାଳ ସବୁ ସମସ୍ୟାରୁ ମୁକ୍ତି କରିଥାନ୍ତି । ଯଦି ଆପଣ ଏହି ସବୁ କାର୍ଯ୍ୟ କରନ୍ତି ତାହେଲେ ଆପଣଙ୍କୁ ଧନୀ ହେବାରୁ କେହି ଅଟକ ପାରିବେ ନାହିଁ।

Leave a Reply

Your email address will not be published. Required fields are marked *