13 ତାରିଖରୁ ପୁଣି ଓଡ଼ିଶାରେ ବଢିବ ବର୍ଷା ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବବଳୟ ବଜ୍ରପାତରେ ଆକାଶ ଥରିବ ଆଣିବ ଜଳ ପ୍ରଳୟ | ଏହି ସବୁ ଜିଲ୍ଲାକୁ ସାବଧାନ କରିଦେଲା ପାଣିପାଗ ବିଭାଗ | ରାଜ୍ୟରେ 13 ତାରିଖରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା ରହିଛି ଆଉ 14 କିମ୍ବା 15 ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବବଳୟ ସୃଷ୍ଟି ହେବାର ରହିଛି |
ତେଣୁ ଏହି ଘୂର୍ଣ୍ଣିବବଳୟ ପ୍ରଭାବରେ ଲଘୁଚାପ ମଧ୍ୟ ସୃଷ୍ଟି ହେବାକୁ ଯାଉଛି ଯାହା ଫଳରେ 14 ତାରିଖରୁ ବର୍ଷା ବଢିବାର ସମ୍ଭାବନା ରହିଛି | ଆଉ କିଛି କିଛି ସ୍ଥାନରେ ଏବେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କୋରାପୁଟ,ରାୟଗଡ଼ା ଏବଂ ଗଜପତି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଥିବାର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି |
ବର୍ଷା ସହିତ ପବନର ବେଗ ଘଣ୍ଟାପ୍ରତି 30ରୁ 40 କିଲୋମିଟର ବେଗରେ ରହିବ ଏବେ 20 ଜିଲ୍ଲାକୁ ଏଲୋୱାରର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ | ତେବେ ସେହି ଜିଲ୍ଲା ଗୁଡିକ ହେଲା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗସିଂହପୁର, ମୟରଭଞ୍ଜ, କେଉଁଝର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା ଏବଂ ପୁରୀ ଜିଲ୍ଲା |
ତେବେ ଘୂର୍ଣ୍ଣିବବଳୟ ପ୍ରଭାବରେ ଆଗାମୀ 4ରୁ 5 ଦିନ ପର୍ଯ୍ୟନ୍ତ ବର୍ଷା ଜାରିରହିପାରେ | ଏଥିସହିତ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷାର ପ୍ରକୋପ ରହିବା ନେଇ ସମ୍ଭାବନା ରହିଛି | ତେବେ ବର୍ତମାନ ବର୍ଷା ପବନ ସହ ସବୁଠୁ ଅଧିକ ବିପଦ ରହୁଛି ବଜ୍ରପାତକୁ ନେଇ |
ଆଉ ଏବେ ସୁଦ୍ଧା ଏହି ବଜ୍ରପାତ କାରଣରୁ ଶହ ଶହ ଲୋକଙ୍କ ଜୀବନ ଚାଲିଗଲାଣି, ତେଣୁ ଏଥର ତାଳଗଛ କାଟିବା ପାଇଁ ବାରଣ ମଧ୍ୟ କରାଯାଇଛି | ଆଉ ବର୍ଷା ସମୟରେ ବଜ୍ରପାତକୁ ନେଇ ଅଧିକ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି |