ମହଙ୍ଗା ହେବା ପରେ ଜିଓର ଉତ୍ତମ ପ୍ଲାନ 98 ଦିନ ମିଳିବ ମାଗଣା ସେବା 169 ଜିବି ଡାଟା ସହ ସବୁ କିଛି ଫ୍ରି ନିକଟରେ ଟେଲିକମ କମ୍ପାନୀ ଗୁଡ଼ିକ ନିଜର ପ୍ଲାନ ମହଙ୍ଗା କରିବା ଦ୍ୱାରା ବିଭିନ୍ନ ସମସ୍ୟାର ସମୁଖିନ ହୋଇଛନ୍ତି ଗ୍ରାହକ | ଏହା ସହ ଏହି ମହଙ୍ଗା ପ୍ଲାନ ଗ୍ରାହକଙ୍କୁ ଝଟକା ଦେଇଛି ତେବେ ପ୍ଲାନ ଗୁଡ଼ିକ ମହଙ୍ଗା ହେବା ପରେ ଜିଓ ତାର ଗ୍ରାହକଙ୍କୁ ଟିକେ ଆଶ୍ବସ୍ତି ପ୍ରଦାନ କରିଛି | ବର୍ତ୍ତମାନ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ କମ୍ପାନୀ 98 ଦିନ ପାଇଁ ଡାଟା ଏବଂ ମାଗଣା କଲିଙ୍ଗ ସୁବିଧାର ରିଚାର୍ଜ ପ୍ଲାନ ଆଣିଛି |
ଭାରତରେ ରିଲିଆନ୍ସ ଜିଓର 44 କୋଟିରୁ ଅଧିକ ସକ୍ରିୟ ଉପଭୋକ୍ତା ଅଛନ୍ତି | କମ୍ପାନୀ ଏହାର ଅନେକ ପ୍ରିପେଡ ଯୋଜନା ହାରକୁ ବୃଦ୍ଧି କରିଛି | ଏହା ବ୍ୟତୀତ କମ୍ପାନୀ ଆଉ ଅନେକ ନୂଆ ଯୋଜନା ମଧ୍ୟ ଆରମ୍ଭ କରିଛି ବର୍ତ୍ତମାନ ଜିଓ ଏହାର ବ୍ୟବହାର କାରୀଙ୍କ ପାଇଁ 98 ଦିନର ବୈଧତା ସହିତ ଏକ ନୂଆ ଯୋଜନା ତାଲିକା ଭୁକ୍ତ କରିଛି | ଏହି ଯୋଜନାରେ ଉପଭୋକ୍ତା ମାନେ 196 ଜିବି ଡାଟା ସହିତ ଅନଲିମିଟେଡ ଭଏସ କଲିଙ୍ଗ ଏବଂ ଅସୀମିତ 5G ର ଲାଭ ପାଇବେ |
98 ଦିନର ବୈଧତା ସହିତ ରିଲିଆନ୍ସ ଜିଓ ରିଚାର୍ଜ ଯୋଜନା ଉପଭୋକ୍ତାଙ୍କୁ 999 ଟଙ୍କାରେ ମିଳିବ | ଏହି ଯୋଜନାରେ ଉପଭୋକ୍ତା ମାନେ ଅନଲିମିଟେଡ ଭଏସ କଲିଙ୍ଗର ଲାଭ ପାଆନ୍ତି ଏହି ପ୍ରିପେଡ ଯୋଜନାରେ ଉପଭୋକ୍ତା ମାନଙ୍କୁ ପ୍ରତିଦିନ ଦୁଇ ଜିବି ଡାଟା ସୁବିଧା ଦିଆଯାଉଛି | ଏହି ଯୋଜନାରେ ଉପଭୋକ୍ତା ମାନେ ମୋଟ 196 ଜିବି ଡାଟା ପାଇବେ ଜିଓର ଏହି ରିଚାର୍ଜ ଯୋଜନା ପ୍ରତିଦିନ ମାଗଣା SMS ସହିତ ଆସିଥାଏ |
ଜିଓର ନୂଆ ସଂଶୋଧିତ ଯୋଜନା ବିଷୟରେ କହିବାକୁ ଗଲେ କମ୍ପାନୀ ପ୍ରତ୍ୟକ ଯୋଜନାରେ ଅସୀମିତ 5G ମାଗଣା ଡାଟା ପ୍ରଦାନ କରୁଛି | ଯେଉଁଥିରେ ପ୍ରତିଦିନ ଦୁଇ ଜିବି ଡାଟା ଉପଲବ୍ଧ ରହିଛି ଜିଓର ଏହି ରିଚାର୍ଜ ଯୋଜନାରେ ଉପଭୋକ୍ତା ମାନେ ଜିଓ ଟିଭି ,ଜିଓ ସିନେମା ଏବଂ ଜିଓ କ୍ଲାଉଡର ସଦସ୍ୟତା ମଧ୍ୟ ପାଇବେ |