ଘରର ମୁଖ୍ୟଦ୍ଵାରରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ ,ନଚେତ ଜୀବନ ସାରା କାନ୍ଦିବେ ଆପଣ ଦାରିଦ୍ରତା କେବେବି ଆପଣଙ୍କ ପିଛା ଛାଡ଼ିବ ନାହିଁ

ଦର୍ଶକବନ୍ଧୁ ଆଜି ଆମେ ଜାଣିବା ସେହି ପାଞ୍ଚୋଟି ଜିନିଷ ବିଷୟରେ ଯେଉଁ ଜିନିଷକୁ ଘରର ମୁଖ୍ୟ ଦ୍ୱାରରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ସେହି ଘରକୁ ପ୍ରବେଶ କରିଥାଆନ୍ତି ଏବଂ କେଉଁ ଜିନିଷ ମୁଖ୍ୟ ଦ୍ୱାରରେ ନରଖିବା ଦ୍ୱାରା ମାତା ଲକ୍ଷ୍ମୀ ସେହି ଘରକୁ ପ୍ରବେଶ କରିନଥାନ୍ତି ଯେଉଁ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିନଥାନ୍ତି ସେହି ଘରେ ଚିନ୍ତା ସର୍ବଦା ବଢ଼ିବାରେ ଲାଗିଥାଏ ସବୁବେଳେ ସମସ୍ୟା ଲାଗି ରହିଥାଏ | ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଘରେ ସାକାରାତ୍ମକ ଶକ୍ତି ବଢ଼ାଇବା ପାଇଁ ଏହା ସହିତ ଘରେ ସୁଖ ସମୃଦ୍ଧି ବଢ଼ାଇବା ପାଇଁ ଘରର ମୁଖ୍ୟ ଦ୍ୱାରରେ କେଉଁ ସବୁ ଜିନିଷ ରଖିବା ଉଚିତ ହୋଇଥାଏ | ଘରର ଦ୍ୱାର ହେଉଛି ମୁଖ୍ୟ ଦ୍ୱାର ଏହି ଦ୍ୱାର ଦେଇ ଶୁଭ ଏବଂ ଅଶୁଭ ଲୋକ ,ଶୁଭ କିମ୍ବା ଅଶୁଭ ଶକ୍ତି ପ୍ରବେଶ କରିଥାଏ ତେଣୁ ଘରର ମୁଖ୍ୟ ଦ୍ୱାର ଉପରେ ସବୁବେଳେ ଦୃଷ୍ଟି ଦେବା ଉଚିତ ହୋଇଥାଏ | ଘରର ମୁଖ୍ୟ ଦ୍ୱାରରେ ଏମିତି ଜିନିଷ ରଖିବା ଉଚିତ ଯାହା ଦ୍ୱାରା ସୁଖ ଶାନ୍ତି ବଜାୟ ରହିବ ଏବଂ ଘରକୁ ଟଙ୍କା ପଇସା ଧନର ଆଗମନ ହେବ | ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ଜିନିଷ ଗୁଡ଼ିକ

ଯଦି ଆପଣ ଗଣେଶଙ୍କର ଫୋଟ କିମ୍ବା ଟାଇଲ ଲଗାଇଥିବେ ଏବଂ ଗଣେଶଙ୍କର ମୁହଁ ଘରର ବାହାର ଆଡକୁ ଓ ପିଠି ଭିତର ଆଡକୁ ଥିବ, ଯାହାକି ଆମେ କହୁଛୁ। ଆମେ କହିଥାଉ କି ପ୍ରଭୁ ଗଣେଶ ଆମ ଘର ଭିତରେ ରୁହନ୍ତୁ। ଯଦି ଆପଣ ଗଣେଶଙ୍କ ଫୋଟ ବାହାର ଆଡକୁ ଲଗାଇଥାନ୍ତି ତେବେ ଏହାର ଅର୍ଥ ହେଉଛି ଗଣେଶ ଆପଣଙ୍କ ଘରୁ ବାହାରି ଯାଉଛନ୍ତି। ମାତା ଲକ୍ଷ୍ମୀଙ୍କର ଫୋଟ ଲଗାଇଥିଲେ ଯାହାକୁ ଦେଖିଲେ ଲାଗିବ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରୁଛନ୍ତି। ଅର୍ଥାତ ଚରଣ ଘରର ଭିତର ଆଡକୁ ଥିବ। ମାତା ଲକ୍ଷ୍ମୀଙ୍କର ଚରଣ ଏମିତି ସ୍ଥାନରେ ଲଗାଇବେ ନାହିଁ, ଯେମିତି ଲୋକଙ୍କର ପାଦ ପଡିବ।

ଲୋକେ ଘରର ମୁଖ୍ୟ ଦ୍ଵାରକୁ ସଜାଇବା ପାଇଁ ବିଭିନ୍ନ ଗଛ, ଫୁଲ ଗଛ ଲଗାଇଥାନ୍ତି। ଯାହାଦ୍ୱାରା ତାଙ୍କ ଘର ଆକର୍ଷିତ ଲାଗିବ। କିନ୍ତୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ଭୁଲ ଗଛ କିମ୍ବା ଫୁଲ ଗଛ ଲଗାଇବେ ତେବେ ତାହାର ଭୁଲ ପ୍ରଭାବ ଘର ଉପରେ ପଡିଥାଏ। ଯେମିତି ଆପଣ ଘରର ମୁଖ୍ୟଦ୍ଵାରରେ ଗୋଲାପ ଗଛ ଲଗାଇଥାନ୍ତି। ଏମିତି କଣ୍ଟାଜାତୀୟ ଫୁଲଗଛ ଲଗାଇବା ଉଚିତ ନୁହଁ

ଘରର ପ୍ରବେଶ ଦ୍ଵାର କବାଟରେ ଧ୍ୟାନ ଦେବେକି ଯେମିତି ଏହାକୁ ଖୋଲିବା ଓ ବନ୍ଦ କରୁଥିବା ସମୟରେ କୌଣସି ଶବ୍ଦ ଆସୁନଥିବ। ଯାହାକି ନକ-ରା-ତ୍ମ-କ ଧ୍ୱନି ଉତ୍ପନ କରିଥାଏ। ଘରର ମୁଖ୍ୟ ଦ୍ଵାରରେ କଲିଙ୍ଗ ବେଲ ଲଗାଯାଇଥାଏ। ଯାହାଏ ଶବ୍ଦ ମଧ୍ୟ ମଧୁର ହୋଇଥିବା ଉଚିତ। ଯାହାକି, ଘର ମଧ୍ୟରେ ସକା-ରା-ତ୍ମ-କ ଶକ୍ତି ଉତ୍ପନ କରିଥାଏ।

ଘରର ପ୍ରବେଶ ଦ୍ଵାରାରେ ନିହାତି ପାପୋଛ ରଖିଥିବେ। ଯାହାଦ୍ୱାରା ଘରକୁ ପ୍ରବେଶ କରୁଥିବା ସମୟରେ ଏହି ପାପୋଛ ଜରିଆରେ ଘର ମଧ୍ୟକୁ କୌଣସି ନକ-ରା-ତ୍ମ-କ ଶକ୍ତି ପ୍ରବେଶ କରିନଥାଏ। ମନେରଖନ୍ତୁ, ଏହି ପାପୋଛ ଆୟତାକାର ହୋଇଥିବା ଦରକାର। ଘରର ମୁଖ୍ୟଦ୍ଵାରା ପୂର୍ବ ଓ ଉତ୍ତରକୁ ରହିବା ଉଚିତ।

Leave a Reply

Your email address will not be published. Required fields are marked *