ପୋଷ୍ଟ ଅଫିସର ଏହି ଧମାକାଦାର Scheme ଆପଣଙ୍କୁ କରିଦେବ କୋଟିପତି ,ଯେତେ ଟଙ୍କା ରଖିବେ ପାଇବେ ଡବଲ ଜାଣନ୍ତୁ କିପରି ଉଠାଇବେ ଲାଭ

ପୋଷ୍ଟାଲ ନିବେଶକ ମାନଙ୍କ ପାଇଁ ବଡ଼ ସ୍କିମ ପଇସା ନିବେଶ କରୁଥିଲେ ଟଙ୍କା ପାଇବେ ଡବଲ ମାଚ୍ୟୁରିଟିରେ ମିଳିବ ଦୁଇଗୁଣା ଟଙ୍କା ପୋଷ୍ଟ ଅଫିସ ବିଭିନ୍ନ ପ୍ରକାରର ଯୋଜନା ପ୍ରଦାନ କରୁଛି ଯାହା ଦ୍ୱାରା ଆପଣ ନିବେଶ ଟଙ୍କା ଉପରେ ଭଲ ରିଟର୍ଣ୍ଣ ପାଇପାରିବେ | ଯଦି ଆପଣ ଆପଣଙ୍କ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତେବେ ଆଜିଠାରୁ ସଞ୍ଚୟ କରିବା ଆରମ୍ଭ କରନ୍ତୁ | ଏହା ଫଳରେ ଆଗାମୀ ଦିନରେ ଆପଣଙ୍କ ପାଖରେ ଦୁଇ ପଇସା ସଞ୍ଚୟ ରାଶି ରହିବ ଯଦି ଆପଣ ନିବେଶ କରିବାକୁ ଚିନ୍ତା କରୁଛନ୍ତି ତେବେ ପୋଷ୍ଟ ଅଫିସ ସ୍କିମ ଏକ ଭଲ ବିକଳ୍ପ ହୋଇପାରେ ପୋଷ୍ଟ ଅଫିସର ଏହି ସ୍କିମର ନାମ ହେଉଛି କିଷାନ ବିକାଶ ପାତ୍ର ଯୋଜନା

ଏହି ସ୍କିମରେ ନିବେଶ କଲେ ଆପଣଙ୍କ ମୂଳ ଟଙ୍କା କିଛି ମାସ ଭିତରେ ନିବେଶ ହେବ ପୋଷ୍ଟ ଅଫିସର ଏହି ସ୍କିମରେ ଦେଶର ଅନେକ ନାଗରିକ ନିବେଶ କରୁଛନ୍ତି ଆପଣ ଏହି ଯୋଜନାରେ ନିବେଶ କଲେ ଆପଣଙ୍କ ଭବିଷ୍ୟତ ବି ସୁରକ୍ଷିତ ହୋଇପାରିବ | ଏହି ସ୍କିମରେ ନିବେଶ କଲେ 7.5 ପ୍ରତିଶତ ହାରରେ ରିଟର୍ଣ୍ଣ ମିଳିଥାଏ ଯାହା ଯେକୌଣସି ଫିକ୍ସ ଡିପୋଜିଟ ହାର ଠାରୁ ଅଧିକ ଏହି ସ୍କିମରେ ଏକ ଲକ୍ଷ ଟଙ୍କା ନିବେଶ କଲେ 115 ମାସରେ ଆପଣଙ୍କର ଟଙ୍କା ଦୁଇ ଡବଲ ହେବ ଅର୍ଥାତ ମ୍ୟାଚୁରିଟି ଟଙ୍କା ଭାବରେ ଆପଣଙ୍କୁ ଦୁଇ ଲକ୍ଷ ଟଙ୍କା ମିଳିବ |

କିଷାନ ବିକାଶ ପାତ୍ର ଯୋଜନାରେ ହଜାର ଟଙ୍କାରେ ନିବେଶ ଆରମ୍ଭ କରି ପାରିବେ ଏହି ଯୋଜନାରେ ନିବେଶ କରିବା ପାଇଁ ଅଧିକ ତମ ସୀମା କିଛି ନାହିଁ | 10 ବର୍ଷର ନାବାଳକ ମଧ୍ୟ ଏହି ଯୋଜନାରେ ନିବେଶ ଆରମ୍ଭ କରିପାରିବେ କିଷାନ ବିକାଶ ପାତ୍ର ଯୋଜନାରେ ନୋମିନ ସୁବିଧା ମଧ୍ୟ ଉପଲବ୍ଧ ରହିଛି ଏହି ଯୋଜନାରେ ନିବେଶ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ପୋଷ୍ଟ ଅଫିସରେ ଖାତା ଖୋଲିବାକୁ ହେବ | ଫର୍ମରେ ସମସ୍ତ ପ୍ରକାର ଦସ୍ତଖତ ଦାଖଲ କରି ପ୍ରଥମେ ଏକ ସଞ୍ଚୟ ଖାତା ଖୋଲିବାକୁ ହେବ

ଫର୍ମ ପୂରଣ ସମୟରେ ନିଶ୍ଚିତ କୁହନ୍ତୁ ଯେ ଆପଣ ପ୍ରତ୍ୟକ କେତେ ଟଙ୍କା ଜମା କରିବାକୁ ଚାହୁଁଛନ୍ତି | ଆପଣ ଯଦି 50,000 ଟଙ୍କାରୁ ନିବେଶ ଆରମ୍ଭ କରିବେ ତେବେ ଆପଣଙ୍କୁ ପ୍ୟାନ କାର୍ଡର ନକଲ ଜମା କରିବାକୁ ହେବ ସେହିଭଳି ଦଶ ଲକ୍ଷରୁ ଅଧିକ ଜମା କରିବାକୁ ହେଲେ ଆପଣଙ୍କୁ ଆୟ ପ୍ରମାଣପତ୍ର ଦାଖଲ କରିବାକୁ ହେବ ଏହିଭଳି ଭାବରେ ଏହି ସ୍କିମର ଲାଭ ଆପଣ ଉଠାଇ ପାରିବେ | ଯୋଜନାରେ ନିକଟରେ ଅଧିକ ଜାଣିବାକୁ ଚାହୁଁଥିଲେ ନିକଟସ୍ତ ପୋଷ୍ଟ ଅଫିସରୁ ସମସ୍ତ ବିବରଣୀ ପାଇପାରିବେ |

Leave a Reply

Your email address will not be published. Required fields are marked *