ଟି ଟ୍ୱେ ନ୍ତି ବିଶ୍ଵକପ 2024 ରେ କାମ କରୁ ନାହିଁ କୋହଲି ଙ୍କ ବ୍ୟାଟ ହେଲେ ହୃଦୟ ଜିତିଲା ଅଧିନାୟକ ରୋହିତ ଶର୍ମାଙ୍କ ବିବୃତି । ଇଂଲଣ୍ଡ ବିପକ୍ଷ ମ୍ୟାଚ ରେ ଟିମ ଇଣ୍ଡିଆ ତାର ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲା । ଗୋଟିଏ ପଟେ ଭାରତୀୟ ଦଳ କଷ୍ଟସାଧ୍ୟ ପ୍ରିଜରେ 171 ରନ ସଂଗ୍ରହ କରିଥିବା ବେଳେ ଅନ୍ୟପଟେ ଟିମ ଇଣ୍ଡିଆ ର ସ୍ପିନ ବୋଲର ମାନେ ଇଂଲଣ୍ଡ ବ୍ୟାଟସ ମାନଙ୍କୁ ଅତ୍ୟନ୍ତ ଲଜ୍ୟା ଜନକ ଭାବରେ ପରାସ୍ତ କରିଥିଲେ । ସମଗ୍ର ଦଳ 103 ରନ ରେ ଅଲ୍ ଆଉଟ୍ ହୋଇ ଯାଇଥିଲା ଏବଂ ଭାରତ 68 ରନ ରେ ମ୍ୟାଚ ଜିତି ଯାଇଥିଲା
ଏକ ପାଖିଆ ବିଜୟ ପରେ ଭାରତୀୟ ଦଳ ଫାଇନାଲ ରେ ଏକ ଶକ୍ତିଶାଳୀ ଦଳ ଭାବରେ ପ୍ରବେଶ କରିଛି । କ୍ୟାପଟେନ ରୋହିତ ଶର୍ମା ଟିମ ଇଣ୍ଡିଆର ବିଜୟର ନେତୃତ୍ୱ ନେଇଥିଲେ ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅର୍ଦ୍ଧଶତକ ହାସଲ କରି ଦଳକୁ ଏକ ଶକ୍ତିଶାଳୀ ଏବଂ ଦ୍ରୁତ ଆରମ୍ଭ କରିଥିଲେ କିନ୍ତୁ ବିରାଟ କୋହଲି ଙ୍କ ଫର୍ମ ଟିମ ଇଣ୍ଡିଆ ପାଇଁ ଚିନ୍ତାର କାରଣ ସାଜିଛି ପୁଣି ଥରେ ବିରାଟ କୋହଲି ଶସ୍ତା ରେ ପାଭି ଲିୟନ ଫେରିଥିଲେ ।
ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିରାଟ କୋହଲି 9 ଟି ବଲ ଖେଳି 9 ରନ କରିଥିଲେ । ବିରାଟ କୋହଲି ରିଶି ଟପ୍ଲିଙ୍କୁ ଏକ ବଡ଼ ସର୍ଟ ଖେଳିବାକୁ ଯାଇ ବୋଲ୍ଡ ହୋଇ ଯାଇଥିଲେ। ଏହି ବିଶ୍ଵକପ ରେ ବିରାଟ କୋହଲି ଙ୍କ ଫର୍ମ ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ପାଲଟିଛି ବିରାଟ କୋହଲି ଅଧିନାୟକ ରୋହିତ ଶର୍ମାଙ୍କ ସହ ବ୍ୟାଟିଙ୍ଗ ଆରମ୍ଭ କରି ଆସୁଛନ୍ତି କିନ୍ତୁ ସେହି ବିଶ୍ଵକପ ରେ ବିରାଟ କୋହଲି ଅତ୍ୟନ୍ତ ବିଫଳ ହୋଇଛନ୍ତି ।
ଯେତେବେଳେ ବିରାଟ କୋହଲି ଙ୍କୁ ଖରାପ ଫର୍ମ ବିଷୟରେ ପଚରା ଯାଇଥିଲା ସେତେବେଳ ରୋହିତ କହିଥିବା ଉତ୍ତର ସମସ୍ତଙ୍କ ହୃଦୟ ଜିତିଥିଲା । ରୋହିତ କହିଛନ୍ତି ଯେ ମୁଁ ବିରାଟ ଙ୍କ ଫର୍ମ କୁ ନେଇ ଏବେ ଚିନ୍ତିତ ନୁହଁ ମ୍ୟାଚ ପରେ ରୋହିତ କହିଛନ୍ତି ବିରାଟ ଜଣେ ଗୁଣାତ୍ମକ ଖେଳାଳି ଯେକୌଣସି ଖେଳାଳି ଏହି ରାଉଣ୍ଡ କୁ ଯାଇପାରିବ ଆମେ ଜାଣୁ ତାଙ୍କ ଶ୍ରେଣୀ କଣ ବଡ଼ ମ୍ୟାଚ ରେ ତାଙ୍କ ଗୁରୁତ୍ୱ କଣ ତେଣୁ ବିରାଟ ଫାଇନାଲ ମ୍ୟାଚ ରେ ଭଲ ପ୍ରଦର୍ଶନ କରିବେ ବୋଲି ରୋହିତ କହିଛନ୍ତି।