Vastu tips : ଧନ ପ୍ରାପ୍ତିର ମହା ଉପାୟ ନିଶ୍ଚୟ କରନ୍ତୁ ଏହି ୪ଟି କାମ ଘରେ ହେବ ଧନର ବର୍ଷା, କେବେବି ରହିବ ନାହିଁ ଦାରିଦ୍ରତା

ବନ୍ଧୁଗଣ ଛୋଟ ବଡ଼ ବସ୍ତୁ ମାନଙ୍କର ଆମ ଜୀବନରେ ମହତ୍ୱପୂର୍ଣ୍ଣ ସ୍ଥାନ ଅଟେ ଅତି ସାମାନ୍ୟ ଛୋଟ ଛୋଟ ବସ୍ତୁ ମାନ ଆମ ଜୀବନରେ ଧନ ବୃଦ୍ଧି କରିବାର ସହାୟକ ହୋଇଥାଆନ୍ତି ଘରେ ଏହି ସବୁ ଵସ୍ତୁ ମାନ ରଖିବା ଦ୍ୱାରା ଘରକୁ ଅନେକ ମାତ୍ରାରେ ଧନ ଆସିବାକୁ ଲାଗିଥାଏ ଆପଣ ଯଦି ଧନଵାନ ହେବାକୁ ଚାହୁଁଛନ୍ତି ତେବେ ଏହି ସବୁ ବସ୍ତୁକୁ ଘରେ ଅବଶ୍ୟ ରଖନ୍ତୁ | ଅନେକ ଲୋକ ଧନଵାନ ହେବାକୁ ଇଛା ରଖିଥାଆନ୍ତି ଧନଵାନ ହେବାକୁ ଅନେକ ପରିଶ୍ରମ ମଧ୍ୟ କରିଥାଆନ୍ତି କିନ୍ତୁ ତଥାପି ସେମାନେ ସଫଳ ହୋଇ ପାରନ୍ତି ନାହିଁ | ଏପରି କିଛି ଛୋଟ ଛୋଟ ଵସ୍ତୁ ଅଛି ଯାହା ଘରେ ରଖିବା ଦ୍ୱାରା ଘରେ ଧନର ବୃଦ୍ଧି ହୋଇଥାଏ ଏହା ଧନ ବୃଦ୍ଧି କରିବାରେ ସମ୍ପୂର୍ଣ୍ଣ ସହାୟକ ହୋଇଥାଏ ଏହି ବିଷୟରେ ଆସନ୍ତୁ ଜାଣିବା |

ପ୍ରଥମ ବସ୍ତୁ ହେଉଛି ନେଉଳର ମୂର୍ତ୍ତି ଏହା ଏପରି ଏକ ଜୀବ ଯିଏ କି ଧନକୁ ବୃଦ୍ଧି କରିବାର ସୂଚକ ହୋଇଥାଏ ଧନର ଅଧିକାରୀ ସ୍ୱୟଂ କୁବେର ମଧ୍ୟ ନେଉଳକୁ ପାଖରେ ରଖିଥାଏ ଏଣୁ ନେଉଳର ମୂର୍ତ୍ତି ଘରେ ରଖିବା ଦ୍ୱାରା ବହୁ ମାତ୍ରାରେ ଧନ ଆସିବାକୁ ଲାଗିଥାଏ | ଯଦି ଆପଣ ଧନଵାନ ହେବାକୁ ଚାହୁଁଛନ୍ତି ଆପଣଙ୍କ ପୂଜା ଘରେ ଏହି ନେଉଳର ମୂର୍ତ୍ତି ଅବଶ୍ୟ ରଖନ୍ତୁ |

ଦ୍ୱିତୀୟ ଦ୍ରବ୍ୟ ହେଉଛି ହନୁମାନଙ୍କ ପିନ୍ଧା ବସ୍ତ୍ର ଯେଉଁ ବ୍ୟକ୍ତି ଅଧିକ ଗରିବ ହୋଇଥାଆନ୍ତି ଯାହା ପାଖକୁ ଧନ ଆସିବାର ବାଟ ବନ୍ଦ ହୋଇ ଯାଇଥାଏ ତେବେ ଏହି ଦ୍ରବ୍ୟକୁ ଘରେ ଅବଶ୍ୟ ରଖନ୍ତୁ ଦେଖିବେ ଖୁବ କମ ଦିନରେ ଅବଶ୍ୟ ଧନଵାନ ହୋଇଯିବେ ଆପଣ ହନୁମାନ ମନ୍ଦିରକୁ ଯାଇ ଏକ ପିନ୍ଧା ବସ୍ତ୍ର ମାଗିକି ଆଣନ୍ତୁ ଏହାକୁ ଆଣି ଘରର ମୁଖ୍ୟ ଦ୍ୱାରରେ ପୋତି ଦିଅନ୍ତୁ ଏପରି କରିବା ଦ୍ୱାରା ହନୁମାନ ନିଶ୍ଚୟ ଆପଣଙ୍କ ଘରକୁ ଆସି ଥାନ୍ତି ଏବଂ ସେଠାରେ ହନୁମାନଙ୍କ ସବୁ ଶକ୍ତି ରୁଢ଼ ହୋଇ ରହିଥାଏ |

ତୃତୀୟ ଜିନିଷଟି ହେଉଛି ଯଦି ଆପଣଙ୍କୁ କାହାର ଅଧିକରୁ ଅଧିକ ଧନ ଆବଶ୍ୟକ ପଡ଼ିଥାଏ ତେବେ ଓସ୍ତ ଗଛ ,ବର ଗଛ ,ସମୀ ଗଛ ,ବେଲ ଗଛ ଏବଂ ଅଁଳା ଗଛ ଏହି ଗଛ ମୂଳରେ ଚାରି ମୁଖି ଦୀପ ଜଳାଇ ଦିଅନ୍ତୁ ଏବଂ ସେହି ସମସ୍ତ ଗଛର ପତ୍ରକୁ ତୋଳି ଆଣନ୍ତୁ ସେହି ସବୁ ପତ୍ରକୁ ଏକ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ ତାହାକୁ ଘରର ମୁଖ୍ୟ ଦ୍ୱାର ଉପରେ ଟାଙ୍ଗି ଦିଅନ୍ତୁ ଏହି ଉପାୟ କରିବା ଦ୍ୱାରା ଇଛା ନଥିଲେ ମଧ୍ୟ ମା ଲକ୍ଷ୍ମୀ ଟାଣି ହୋଇ ଚାଲି ଆସନ୍ତି |

ଚତୁର୍ଥ ମୂର୍ତ୍ତି ହେଉଛି ବେଙ୍ଗର ମୂର୍ତ୍ତି ଧନଵାନ ହେବା ପାଇଁ ଆପଣ ଆପଣଙ୍କ ଘରେ ବେଙ୍ଗର ମୂର୍ତ୍ତି ଅବଶ୍ୟ ରଖନ୍ତୁ ଛୋଟ ବଡ଼ ଯାହା ବି ହେଉନା କାହିଁକି ଚଳିବ କଳ୍ପ ତନ୍ତ୍ରରେ ବେଙ୍ଗକୁ ଧନ ବର୍ଷାର ସୂଚକ ବୋଲି ବର୍ଣ୍ଣିତ ଅଛି ଧନର ଚାବି କାଠି ବୋଲି ବର୍ଣ୍ଣିତ ଅଛି ଏଣୁ ବେଙ୍ଗର ମୂର୍ତ୍ତିକୁ ଘରେ ଅବଶ୍ୟ ସ୍ଥାପନ କରନ୍ତୁ ଏହା ଦ୍ୱାରା ଘରକୁ ଧନ ଆସିବାରେ ଲାଗିଥାଏ | ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ

Leave a Reply

Your email address will not be published. Required fields are marked *