ଏବେ ଏବେ ସୁଭଦ୍ରା ଯୋଜନାକୁ ନେଇ ଆସିଲା ବହୁତ ବଡ଼ ଅପଡେଟ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ସୁଭଦ୍ରା ଯୋଜନା ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ । ଦୀର୍ଘ 25 ବର୍ଷ ପରେ ବଦଳିଲା ଓଡ଼ିଶା ସରକାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ମୋହନ ଚରଣ ମାଝି । ମୁଖ୍ୟମନ୍ତ୍ରୀ ଭାବରେ କ୍ୟାବିନେଟରେ ବଡ଼ ଘୋଷଣା କରିଛନ୍ତି ଆମ ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ପାଇଁ ବଡ଼ ଘୋଷଣା ରହିଛି ତାହା ହେଉଛି ଆଗାମୀ 100 ଦିନ ଭିତରେ ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା ।
ନିର୍ବାଚନ ପୂର୍ବରୁ ବିଜେପି ତାର ନିର୍ବାଚନୀ ଇସ୍ତାହାର ରେ ଘୋଷଣା କରିଥିଲା ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନା ଲାଗୁ ହେବ । ଶେଷରେ ତାହା ହିଁ ହେବାକୁ ଯାଉଛି ଆଗାମୀ 100 ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି ନୂଆ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଛନ୍ତି । ଓଡ଼ିଶାରେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ପ୍ରତି ମହିଳାଙ୍କୁ ପଚାଶ ହଜାର ଟଙ୍କାର ଭାଉଚ୍ଚର ମିଳିବାକୁ ଯାଉଛି ।
ଦୁଇବର୍ଷ ଭିତରେ ଏହାକୁ ସେମାନେ ଖର୍ଚ୍ଚ କରିପାରିବେ ଏହି ସୁଭଦ୍ରା ଯୋଜନାରେ ଆବେଦନ ଅନଲାଇନ୍ ଏବଂ ଅ ଫ୍ଲାଇନ ମାଧ୍ୟମରେ ହୋଇ ପାରିବ । ବିବାହିତ ମହିଳା ମାନେ ନଗଦ ପୁରସ୍କାର ରାଶି ପାଇପାରିବେ ଏହି ଯୋଜନାରେ ଆବେଦନ କରିବା ପାଇଁ ଆଧାର କାର୍ଡ , ପ୍ୟାନ କାର୍ଡ ଏବଂ ବ୍ୟାଙ୍କ ପାସ ବୁକ , ଇନକମ ସାର୍ଟି ଫିକେଟ ଆବଶ୍ୟକ ହେବ ।
ଏହି ଯୋଜନାର ଲାଭ ଉଠା ଇବାକୁ ହେଲେ ଆପଣ ଓଡ଼ିଶାର ବାସିନ୍ଦା ହୋଇଥିବା ଦରକାର । କେବଳ ବିବାହିତ ମହିଳା ମାନେ ଏହି ଯୋଜନାରେ ଲାଭ ଉଠାଇ ପାରିବେ । ପ୍ରତି ପରିବାରରେ ଜଣଙ୍କୁ ଏହି ଯୋଜନାରେ ଲାଭ ମିଳିବ ମହିଳାଙ୍କ ବୟସ 23 ରୁ 35 ବୟସ ହୋଇଥିବା ଦରକାର ।