ଓଜନ ବଢେଇବାର ଘରୋଇ ଉପାୟ ଏକ ସପ୍ତାହରେ ବଢ଼ିବ ପାଞ୍ଚ କେଜି ,ଥରେ ନିଶ୍ଚୟ କରିକି ଦେଖନ୍ତୁ ଚମତ୍କାରୀ ଫାଇଦା

ବନ୍ଧୁଗଣ ଆଜି ଆମେ ଜାଣିବା ଅଳ୍ପ ଦିନରେ ଓଜନ ବଢ଼େଇବାର ଘରୋଇ ପ୍ରାକୃତିକ ଉପଚାର ବିଷୟରେ। ଅଧିକ ପତଳା ହେବା ଆପଣଙ୍କ ବ୍ୟକ୍ତିତ୍ଵ ଏବଂ ଆତ୍ମବିଶ୍ବାସ ଉପରେ ପ୍ରଭାବ ପକାଇ ଥାଏ। କହିବାକୁ ଗଲେ ବଜାରରେ ଓଜନ ବଢେଇବା ପାଇଁ ଅନେକ ଔଷଧ ଉପଲବ୍ଧ ହେଉଛି। ଏହାଦ୍ବାରା ଶରୀରରେ ଅନେକ ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଦେଇଥାଏ। ଆଜି ଜାଣିବା ଓଜନ ବଢେଇବା ପାଇଁ ଘରୋଇ ପ୍ରାକୃତିକ ଉପଚାର କଣ କରିବା ଆବଶ୍ୟକ। କିଛି ଲୋକେ ନିଜର ଓଜନ ବଢେଇବା ପାଇଁ ଅଧିକ ଖାଇବା ଆରମ୍ଭ କରି ଦେଇଥାନ୍ତି କିନ୍ତୁ ଓଜନ ବଢ଼ି ନଥାଏ।

ଅଧିକାଂଶ ସମୟରେ ଦେଖାଯାଉଛି ଯେ ଲୋକେ ଓଜନ ବଢେଇବା ପାଇଁ ଫାଷ୍ଟ ଫୁଡର ସେବନ କରୁଛନ୍ତି। ଯାହା ଶରୀରରେ ଚର୍ବି ସୃଷ୍ଟି କରିଥାଏ। ଅଧିକ ଜଙ୍କ ଫୁଡ଼ ସେବନ କରିବା ଉଚିତ ନୁହେଁ। ଓଜନ ବୃଦ୍ଧି କରିବା ପାଇଁ ଆପଣଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟର ସେବନ କରିବା ଉଚିତ। ଏମିତିକଲେ ଆମ ଶରୀରର ମାଂସପେଶୀ ବିକଶିତ ହୋଇଥାଏ । ଅଦରକାରୀ ସ୍ଥାନରେ ଚର୍ବି ବଢ଼ି ନଥାଏ। ଏହାସହିତ ଚର୍ମ ଉଜ୍ବଳ ଦେଖା ଯାଇଥାଏ। ଆଜି ମୁଁ ଆପଣଙ୍କୁ କିଛି ଉପାୟ କହିବି ଆପଣ କିପରି ଅଳ୍ପଦିନରେ ଓଜନ ବଢେଇ ପାରିବେ।

ପ୍ରଥମ ହେଉଛି କଦଳୀ ଯୁସର ସେବନ। ଓଜନ ବଢେଇବା ପାଇଁ। ପ୍ରତ୍ୟେକଦିନ ଦୁଇ ଗ୍ଲାସ କ୍ଷୀର ପିଇବା ଉଚିତ । କ୍ଷୀର ଏବଂ କଦଳୀ ଅଲଗା ଅଲଗା ସେବନ କଲେ ସେତେଟା ପ୍ରଭାବ ପକାଇ ନଥାଏ। ତେଣୁ ଏହାର ମିଶ୍ରଣ ପ୍ରସ୍ତୁତ କରିବା ଉଚିତ। ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ଗୋଟେ ଗ୍ଲାସ କ୍ଷୀର ନେଇ ଦୁଇଟି କଦଳୀ , ଅଧା ଚାମୋଚ ଗୁଜୁରାତି ଗୁଣ୍ଡ ,ଏକ ଚାମୋଚ ଘିଅ ମିଶେଇ ଗ୍ରାଇଣ୍ଡିଂ କରି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ସକାଳ ଜଳଖିଆ ସେବନ କରିବା ପୂର୍ବରୁ ସେବନ କରନ୍ତୁ।

ଏହାର ସେବନ କରିବା ଦ୍ଵାରା ଆମ ଶରୀରକୁ ୪୫୦ ରୁ ୫୦୦ କ୍ୟାଲୋରୀ ଶକ୍ତି ମିଳିଥାଏ।ଏଥିରେ ଗୁଆ ଘିଅ ପକାଇଲେ ଅଧିକ ଲାଭକାରୀ ହୋଇଥାଏ। କାରଣ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ଏଥିରେ ଥିବା ଗୁଜୁରାତି ଗୁଣ୍ଡ ଶରୀରରେ ହଜମ ଶକ୍ତି ବୃଦ୍ଧି କରିଥାଏ। କଦଳୀ ଏବଂ କ୍ଷୀରରେ ଥିବା ସମ୍ପୂର୍ଣ୍ଣ ପୋଷକ ତତ୍ତ୍ଵ ଶରୀରକୁ ମିଳିଥାଏ ଯାହା ଫଳରେ ଆପଣଙ୍କ ଓଜନ ଖୁବ୍ କମ୍ ଦିନ ମଧ୍ୟରେ ବଢ଼ି ଯାଇ ଥାଏ ।

Leave a Reply

Your email address will not be published. Required fields are marked *