BSKY କାର୍ଡ ଧାରୀଙ୍କୁ ଫେରାଉଛି ହସ୍ପିଟାଲ, କ’ଣ ବନ୍ଦ ହୋଇଯିବ BSKY ଯୋଜନା, ଦେଖନ୍ତୁ ସମ୍ପୂର୍ଣ ଖବର

2024 ନିର୍ବାଚନ ରେ ଓଡ଼ିଶା ବିଧାନ ସଭା 147 ଆସନ ରୁ ଭାରତୀୟ ଜନତା ପାର୍ଟି 81 ଆସନ ପାଇ ବହୁ ମତ ହାସଲ କରିଛି । ବିଜେଡି କୁ କେବଳ 51 ଆସନ୍ନ ରେ ସନ୍ତୁଷ୍ଟ ହେବାକୁ ଥିବା ବେଳେ ,କଂଗ୍ରେସ 14 ଟି ଏବଂ ସ୍ଵାଧୀନ 3 ଟି ସିପିଆଇ ଗୋଟିଏ ଆସନ୍ନ ପାଇଛନ୍ତି କିନ୍ତୁ ଲୋକ ମାନଙ୍କ ମନରେ ପ୍ରଶ୍ନ ଉଠୁଛି ବିଜେପି ସରକାର ଆସିଲେ ଲୋକମାନଙ୍କ ଯୋଜନା କାର୍ଯ୍ୟକାରୀ ହେବାକୁ ଦେବ ନା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ।

ପୂର୍ବରୁ BSKY କାର୍ଡ ମୋଦୀ ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ ହେବାକୁ ଦେଇନଥିଲେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଚାଲିଥିଲା ନିର୍ବାଚନ ପରେ ଅନେକ ବିଜେପି ନେତା ପ୍ରଚାର ସମୟରେ କହୁଥିଲେ ବିଜେପି ସରକାର ଆସିଲେ ରାଜ୍ୟରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କରାଯିବ । ତେବେ ରାଜ୍ୟରେ ଏବେ ବିଜେପି ସରକାର ଗଡ଼ି ବାକୁ ଯାଉଛି ତେବେ BSKY କାର୍ଡ ବଦଳରେ ଆୟୁଷ୍ମାନ କାର୍ଡ ଲାଗୁ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ବିଜେଡିର ସବୁଠାରୁ ବଡ଼ ଯୋଜନା ଭିତରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାମିଲ ।

ରାଜ୍ୟରେ ଏକ କୋଟି ଗରିବ ପରିବାର ମେଡିକାଲରେ କ୍ୟାସ ଲେସ ଚିକିତ୍ସା ପାଉଥିଲେ ।ମହିଳା ମାନଙ୍କ ପାଇଁ 10 ଲକ୍ଷ ଟଙ୍କା ଚିକିତ୍ସା ସୁବିଧା ଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ପାଇଁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ରହିବ ଏହି ଯୋଜନାରେ ମାସକୁ ତିରିଶ ଲକ୍ଷ ଆଠ ଶହ ପନ୍ଦର ଟି ବେସରକାରୀ ହସ୍ପିଟାଲ ରେ ଚିକିତ୍ସା ପାଉଥିଲେ ।

ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଦୁଇ ଶହ ସତୁରି କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ । ସେହିପରି ଆୟୁସ୍ମନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଯୋଗ୍ୟ ଲୋକ ମାନଙ୍କୁ ଆୟୁଷ୍ମାନ କାର୍ଡ ଦିଆଯାଏ ।ଆୟୁଷ୍ମାନ କାର୍ଡ ଧାରୀ ମାନେ ତାଲିକା ଭୁକ୍ତ ଚିକିତ୍ସାଳୟରେ ମାଗଣା ଚିକିତ୍ସା ମଧ୍ୟ ପାଆନ୍ତି ଏହି କାର୍ଡ ଧାରୀ ମାନଙ୍କୁ ମାଗଣା ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଉପକୃତ ଦିଆ ଯାଇଥିଲା ।

Leave a Reply

Your email address will not be published. Required fields are marked *