ଯଦି ପାକିସ୍ତାନ ହାରେ କେହି ବଞ୍ଚିବେନି ଇଣ୍ଡିଆ ଏବଂ ପାକିସ୍ତାନ ମ୍ୟାଚ ପୂର୍ବରୁ ଏଭଳି ଧମକ ଦେଲେ ଆତଙ୍କବାଦୀ ,ଶୁଣିକି ରାଗରେ ନିଆଁ ହେଲେ ଭାରତୀୟ ଖେଳାଳି

T20 ବିଶ୍ୱକପରେ ଜୁନ ୯ରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ଏହି ମ୍ୟାଚରେ ଆକ୍ରମଣ କରିବା ନେଇ ଆତଙ୍କବାଦୀ ଧମକ ମିଳିଛି । ଆଇଏସଆଇଏସକେ ଲୋନ ୱଲ୍ଫ ଆଟାକ କରିବ ବୋଲି ଧମକ ଦେଇଛି । ନାସାଉ କାଂଉଟି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବାକୁ ଥିବାରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆମେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ ।

ଖେଳାଳି ଓ ଦର୍ଶକଙ୍କ ସୁରକ୍ଷା ଆମ ହାତରେ ରହିଛି ବୋଲି ନାସାଉ କାଂଉଟିର କମିଶନର ପ୍ୟାଟ୍ରିକ ରାଇଡର କହିଛନ୍ତି । ଲୋନ ୱଲ୍ଫ ଆକ୍ରମଣର ଜଣେ ବ୍ୟକ୍ତି ହଠାତ ଗହଳି ସ୍ଥାନରେ ଆକ୍ରମଣ କରିଥାଏ । ନ୍ୟୁୟର୍କ ଗଭର୍ଣ୍ଣର କ୍ୟାଥୀ ହୋଚୁଲ କହିଛନ୍ତି ଗୋଇନ୍ଦା ରିପୋର୍ଟ ଅନୁସାରେ ସୁରକ୍ଷା ନେଇ କୌଣସି ବିପଦ ନାହିଁ । ଆଇଜଗନହାୱର ପାର୍କ ଷ୍ଟାଡିୟମରେ ୩ରୁ ୧୨ ଜୁନ ପର୍ଯ୍ୟନ୍ତ ଆଇସିସି ଟି୨୦ ବିଶ୍ୱକପ ମ୍ୟାଚର ୮ଟି ମ୍ୟାଚ ଖେଳାଯିବ ।

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଆଇଜନହାୱାର ପାର୍କ ସକାଳ ୬ଟା୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ । ପ୍ରଶଂସକ ଯିବା ପରେ ଏହାକୁ ଖୋଲାଯିବ । ଷ୍ଟାଡିୟମ ମଧ୍ୟକୁ ପ୍ରବେଶ କରିବା ବେଳେ ଦର୍ଶକଙ୍କୁ ମେଟାଲ ଡିଟେକ୍ଟର ମାଧ୍ୟମରେ ତଦନ୍ତ କରାଯିବ । ବ୍ୟାଗ ଓ ଡ୍ରୋନ ନେବା ଉପରେ କଟକଣା ରଖାଯାଇଛି ।

ସେହିପରି ପାର୍କିଂ କେବଳ ଭିଆଇପି ଟିକେଟଧାରୀଙ୍କ ଉଦ୍ଦିଷ୍ଟ । ଷ୍ଟାଡିୟମ ଭିତରେ ଏବଂ ବାହାରେ ପୋଲିସର ଛାଉଣୀ ରହିବ । ଆକଶମାର୍ଗରୁ ମଧ୍ୟ ନଜର ରଖାଯିବ । କାରଣ ଏଥର ପାକିସ୍ତାନୀ ଆତଙ୍କବାଦୀ ମାନେ କହିଛନ୍ତି ଯଦି ଭାରତ ଏଥର ଜିତିଲା ତାହେଲେ କୌଣସି ଭାରତୀୟ କ୍ରିକେଟରଙ୍କୁ ଜୀବିତ ରଖିବେନି ବୋଲି ଧମକ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *