Health : କେବଳ ଏକ ମାସରେ କମିଯିବ ଆପଣଙ୍କ ଦଶ କିଲୋ ଓଜନ ,ନିଶ୍ଚୟ ଖାଆନ୍ତୁ ଏହି ଜିନିଷ ଜାଣନ୍ତୁ ଏହାର ଚମତ୍କାରୀ ଫାଇଦା

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଏବଂ ଜଙ୍କ୍‌ ଫୁଡ୍‌ ଖାଇବା କାରଣରୁ ଲୋକଙ୍କ ମୋଟା ହେବା ସମସ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ହେଲ୍ଥ ଏକ୍ସପର୍ଟ ଅନୁସାରେ ମୋଟା ହେବା ଯୋଗୁ ଅନେକ ପ୍ରକାରର ରୋଗ ହୋଇଥାଏ । ତେବେ ଯଦି ମୋଟା ହେବା ସମସ୍ୟାକୁ ଅଣଦେଖା କରୁଛନ୍ତି ତାହେଲେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇପାରେ । ମୋଟା ହେବା ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନେ ଜିମ୍‌ ଯିବା ସହ ଡାଏଟ୍‌ ମଧ୍ୟ କରନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ, ଯେଉଁ ଲୋକଙ୍କ ପାଖରେ ଜିମ୍‌ ଯିବା ପାଇଁ ସମୟ ନାହିଁ ସେମାନେ କିପରି ଓଜନ କମ କରିବେ । ଏଥିରେ ଆମେ ଆପଣଙ୍କୁ ଏକ ସହଜ ଉପାୟ ଜଣାଇବୁ ଯାହା ସାହାଯ୍ୟରେ ବହୁତ ସହଜରେ ଓଜନ କମ୍‌ କରିପାରିବେ । ବାଦାମ ଖାଇଲେ ମଧ୍ୟ ଓଜନ କମ୍‌ ହୋଇଥାଏ । ୟୁନିଭରସିର୍ଟି ଅଫ୍‌ ସାଉଥ୍‌ ଅଷ୍ଟ୍ରେଲିଆ ଅନୁସନ୍ଧାନକାରିଙ୍କ ମୁତାବକ୍‌, ବାଦାମରେ ପ୍ରୋଟିନ୍‌ ବ୍ୟତୀତ ହେଲ୍ଦି ଫ୍ୟାଟ୍‌ ମିଳିଥାଏ ।

ଏହାକୁ ଖାଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଫ୍ୟାଟ୍‌ କମ୍‌ ହୋଇଥାଏ । ତେବେ ଏହା ମଧ୍ୟ ଜଣାପଡିଛି ଯେ ବାଦାମ ଖାଇଥିବା କିଛି ଲୋକଙ୍କ ଓଜନ ୭ କିଲୋ କମ୍‌ ହୋଇଛି । ବାଦାମରେ ଆଣ୍ଟିଅକ୍ସିଡାଣ୍ଟ ସହ ପ୍ରୋଟିନ୍‌ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ବାଦାମ ଖାଇବା ଦ୍ୱାରା ଶରୀରରେ ଶକ୍ତିର ଅଭାବ ଅନୁଭବ ହୁଏ ନାହିଁ । ଏହା ବ୍ୟତୀତ ବାଦାମ ଖାଇବା ଦ୍ୱାରା ଶରୀର ଆକ୍ଟିଭ ରହିଥାଏ ।

ବାଦାମ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍‌ର ଅଭାବ ପୁରା ହୋଇଥାଏ । ତେବେ ଓଜନ କମ୍‌ କରିବା ପାଇଁ ବାଦାମ ଖାଇବାର ସଠିକ୍‌ ପଦ୍ଧତି ଜାଣିବା ଉଚିତ୍‌ । ହେଲ୍ଥ ଏକ୍ସପର୍ଟଙ୍କ ଅନୁସାରେ, ୫ ରୁ ୧୦ ବର୍ଷର ଛୁଆ ପ୍ରତି ଦିନ ୨ ରୁ ୪ଟି ବାଦାମ ଖାଇବା ଜରୁରୀ । ଏହାସହ ୧୮ ରୁ ୨୦ ବର୍ଷର ପିଲା ପ୍ରତିଦିନ ୬ ରୁ ୮ ଟି ବାଦାମ ଖାଇବା ଉଚିତ୍‌ । ତେବେ ମହିଳାମାନେ ସବୁ ଦିନ ୧୨ଟି ବାଦାମ ଖାଇବା ଉଚିତ୍‌ ।
ବାଦାମ ଖାଇବା ପୂର୍ବରୁ କିଛି ଜରୁରୀ କଥା ଧ୍ୟାନ ରଖିବା ଉଚିତ୍‌ । ତେବେ ଯେଉଁ ଲୋକଙ୍କୁ ବାଦାମରୁ ଆଲର୍ଜି ଅଛି, ସେମାନେ ହେଲ୍ଥ ଏକ୍ସପର୍ଟଙ୍କ ପରାର୍ମଶରେ ବାଦାମ ଖାଇବା ଜରୁରୀ । ଏହ ବ୍ୟତୀତ ଅଧିକ ବାଦାମ ଖାଇବା ଠିକ୍‌ ନୁହେଁ । କାରଣ ଅଧିକ ବାଦାମ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ତେବେ ଏହି ଘରୋଇ ଉପଚାରକୁ ଫଲୋ କରିବା ସହ ଏକ୍ସରସାଇଜ ମଧ୍ୟ କରିବା ଜରୁରୀ ।

Leave a Reply

Your email address will not be published. Required fields are marked *