ବିଶ୍ୱକପ ପରେ ଇଣ୍ଡିଆ ଟିମରୁ ରାହୁଲ ଦ୍ରାଭିଡ ହେବେ ବିଦା, ଗୌତମ ଗମ୍ଭୀର ହେବେ ଟିମ ଇଣ୍ଡିଆର ନୂଆ କୋଚ BCCI ନେଲା ବଡ଼ ନିଷ୍ପତି

ଭାରତରେ ଏବେ ଚାଲିଛି ଆଇପିଏଲ କ୍ରେଜ । ଏହା ପରେ ପରେ ଆରମ୍ଭ ହୋଇଯିବ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । T20 ବିଶ୍ବକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ତେବେ ଏହାରି ମଧ୍ୟରେ ଏକ ବଡ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) । ମେ ୧୩ ତାରିଖରେ ବିସିସିଆଇ ପକ୍ଷରୁ ବଡ ଘୋଷଣା କରାଯାଇଥିଲା । ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ତ୍ତମାନର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆସନ୍ତା ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ପରେ ଶେଷ ହେବାକୁ ଯାଉଛି ।

ତେବେ ଶୁଣିବାକୁ ମିଳୁଛି ରାହୁଲ ଦ୍ରାବିଡ ପୁଣି ହେଡ କୋଚ ପଦବୀ ପାଇଁ ଆବେଦନ କରିପାରନ୍ତି । ତାଙ୍କ ବାଦ ଆଉ କେଉଁ କିମ୍ବଦନ୍ତୀ କ୍ରିକେଟର ମୁଖ୍ୟ କୋଚ ପାଇଁ ଦାବିଦାର ଅଛନ୍ତି, ଆସନ୍ତୁ ଜାଣିବା । ଟିମ ଇଣ୍ଡିଆର ମୁଖ୍ୟ କୋଚ ପାଇଁ ସବୁଠାରୁ ଅଧିକ ପସନ୍ଦ ତଥା ଡିମାଣ୍ଡଡେ ହେଉଛନ୍ତି ପୂର୍ବତନ କ୍ରିକେଟର VVS ଲକ୍ଷ୍ମଣ । ୪୯ ବର୍ଷୀୟ ଲକ୍ଷ୍ମଣ ଏବେ ନ୍ୟାଶନାଲ କ୍ରିକେଟ ଏକାଡେମୀ (NCA) ର ମୁଖ୍ୟ ଅଛନ୍ତି । ଦ୍ରାବିଡ ଛୁଟିରେ ଥିବାବେଳେ ଲକ୍ଷ୍ମଣ ସିନିଅର ଟିମର ପ୍ରଶିକ୍ଷକ କାମ ବି କରୁଥିଲେ ।

ତେଣୁ ଲକ୍ଷ୍ମଣ ଭାରତୀୟ ଦଳର ପରବର୍ତ୍ତୀ ହେଡ କୋଚ ହୋଇପାରନ୍ତି ।ଗତ ଦଶ ବର୍ଷ ମଧ୍ୟରେ ଶୀର୍ଷ ସ୍ତରରେ କ୍ରିକେଟ ଖେଳିଥିବା ଗମ୍ଭୀର କ୍ରିକେଟରେ ତାଙ୍କ ଦକ୍ଷତା ଏବଂ ଦଳ ମଧ୍ୟରେ ସମନ୍ବୟ ରକ୍ଷା କରିବା ଦିଗରେ ବେଶ ଦକ୍ଷ। KKRର ଅଧିନାୟକ ଥିବା ବେଳେ ଦୁଇ ଦୁଇଟି IPL ଟ୍ରଫି ହାତେଇଥିଲେ ଗମ୍ଭୀର ।

ସେହିଭଳି ୨୦୦୭ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଏବଂ ୨୦୧୧ ଦିନିକିଆ ବିଶ୍ବକପରେ ତାଙ୍କ ଚମତ୍କାର ବ୍ୟାଟିଂ ଯୋଗୁ ଭାରତ ବିଶ୍ବ ଚାମ୍ପିୟନ ହୋଇଥିଲା । ତେଣୁ ଗମ୍ଭୀର ମଧ୍ୟ ମୁଖ୍ୟ କୋଚ ଦୌଡରେ ରହିଛନ୍ତି ।ଅଷ୍ଟ୍ରେଲିଆ ଦଳର ମୁଖ୍ୟ କ୍ରିକେଟ କୋଚ ଜଷ୍ଟିନ ଲାଙ୍ଗର ଭାରତୀୟ ଦଳର କୋଚ ହେବା ଦୌଡରେ ଅଛନ୍ତି ।

ନିକଟରେ ସେ ହେଡ କୋଚ ହେବାକୁ ଇଚ୍ଛା ବ୍ୟକ୍ତ କରିଥିଲେ । କଙ୍ଗାରୁ ଟିମ ଟି-୨୦ ବିଶ୍ବକପ ବିଜୟୀ କରାଇବା ହେଉ କିମ୍ବା ଆସେସ ବିଜୟୀ କରାଇବା ସବୁଥିରେ ପ୍ରମୁଖ ଭୂମିକା ତୁଲାଇଥିଲେ ଜଷ୍ଟିନ ଲାଙ୍ଗର । ତେବେ ସେ ମଧ୍ୟ ଭାରତୀୟ ଦଳର ମୁଖ୍ୟ କୋଚ ରେସରେ ଅଛନ୍ତି । ଏହି ମାନଙ୍କ ମଧ୍ୟରୁ ଜଣେ ଭବିଷ୍ୟତରେ ଆମମାନଙ୍କୁ ଟିମ୍ ଇଣ୍ଡିଆର କୋଚ ଭାବରେ ଦେଖା ହୋଇ ପାରନ୍ତି ।

Leave a Reply

Your email address will not be published. Required fields are marked *