ଚାଷୀ ଭାଇ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର ,ଏହି ଦିନ ମିଳିବ ପିଏମ କିଷାନର ଆଗାମୀ କିସ୍ତି ଶୀଘ୍ର କରିଦିଅନ୍ତୁ ଏହି କାମ

କୃଷକମାନଙ୍କୁ ଆର୍ଥିକ କ୍ଷେତ୍ରରେ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପିଏମ କିସାନ ଯୋଜନା ଜାରି ରଖିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ସବୁଠାରୁ ବଡ ଯୋଜନା ମଧ୍ୟରୁ PM Kisan Samman Nidhi Yojna ଅଧୀନରେ କୃଷକମାନଙ୍କୁ ସୁବିଧା ଦିଆଯାଉ। ପ୍ରତିବର୍ଷ ଏହି ଯୋଜନା ଅଧୀନରେ କୃଷକମାନଙ୍କ ଆକାଉଣ୍ଟକୁ ୬,୦୦୦ ଟଙ୍କା ପଠାଯାଏ। ଏହି ରାଶି ତିନି କିସ୍ତିରେ କୃଷକ ଭାଇମାନଙ୍କ ଆକାଉଣ୍ଟକୁ ପଠାଯାଏ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧୬ ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଇଛନ୍ତି କେନ୍ଦ୍ର ସରକାର। ବର୍ତ୍ତମାନ କୃଷକମାନେ ୧୭ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ ଏହି କିସ୍ତି ପାଇବାରୁ କିଛି କୃଷକ ବାଦ୍ ପଡ଼ିପାରନ୍ତି । ଯେଉଁ କୃଷକମାନେ ନିଜ ନିଜର ଇ- କଣଉ ପ୍ରକ୍ରିୟା ଶେଷ କରିନାହାଁନ୍ତି, ସେମାନଙ୍କୁ ୧୭ତମ କିସ୍ତି ପାଇବାରୁ ବଞ୍ଚିତ ହେବାକୁ ପଡ଼ିପାରେ ।

ଏହି ଯୋଜନାର ଲାଭ ପାଇବାକୁ ହେଲେ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଇ-କେୱାଇସି କରିବାକୁ ପଡିବ। ଏହା ବ୍ୟତୀତ ବ୍ୟାଙ୍କ ଆକାଉଣ୍ଟକୁ ଘଚଉଓ ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ। ଏହା ପରେ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ପଠାଯିବ। କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଚଲାଇଛନ୍ତି ।

ଏବେ ଯାଏଁ ୧୬ଟି କିସ୍ତିର ଲାଭ ପାଇସାରିଛନ୍ତି କୃଷକ । ସେମାନଙ୍କ ଆକାଉଣ୍ଟକୁ ସରକାର ଟଙ୍କା ପଠାଇଛନ୍ତି । ଯଦି ଆପଣ ବି ପିଏମ କୃଷକ ସମ୍ମାନ ନିଧିର ଲାଭାର୍ଥୀ, ତେବେ ସର୍ବପ୍ରଥମେ ଏହି ଜରୁରୀ କାମ କରିନିଅନ୍ତୁ । ନହେଲେ ଆପଣଙ୍କ ଆକାଉଣ୍ଟକୁ ଆସିବନି ଟଙ୍କା ।

Leave a Reply

Your email address will not be published. Required fields are marked *