ମାଟ୍ରିକ ରେଜଲ୍ଟ ପରେ ବୋର୍ଡ ତରଫରୁ ଆସିଲା ବଡ଼ ଘୋଷଣା ,ଫେଲ ହୋଇଥିବେ ଏପରି ପରୀକ୍ଷା ଦେଇ ହୋଇପାରିବେ ପାସ ,Student ମାନେ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ତରଫରୁ ମିଳିଛି ଯାହାବି କିଛି ନୂଆ ଅପଡେଟ ରହିଛି ତାହା ସମସ୍ତେ ଜାଣିରଖିବା ଜରୁରୀ ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫଳ ତ୍ରୁଟିଶୂନ୍ୟ ରହିଛି ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି। ସଭାପତି କହିଛନ୍ତି ଯେ, ଗତବର୍ଷ ପରି ଏ ବର୍ଷ ମାଟ୍ରିକ ପାସ୍ ହାର ପ୍ରାୟ ଅପରିବର୍ତ୍ତିତ ରହିଛି।

ରାଜ୍ୟରେ କୌଣସି ବିଦ୍ୟାଳୟର ପାସହାର ଶୂନ ହୋଇନାହିଁ । ଅନ୍ୟପକ୍ଷରେ ଯେଉଁ ପରୀକ୍ଷାର୍ଥୀମାନେ ପାସ୍ କରି ପାରିନାହାନ୍ତି ସେମାନଙ୍କ ଲାଗି ବୋର୍ଡ ପକ୍ଷରୁ ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା ରହିଛି। ଉକ୍ତ ପରୀକ୍ଷା ଖୁବ ଶୀଘ୍ର ବୋର୍ଡ ଦ୍ଵାରା ଆୟୋଜନ କରାଯିବ ଫେଲ ହୋଇଯାଇଥିବା ପରୀକ୍ଷାର୍ଥୀମାନେ ନିରାଶ ନହୋଇ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ସଭାପତି ପରାମର୍ଶ
ଦେଇଛନ୍ତି।

ଏହି ପରୀକ୍ଷା ଲାଗି ଆସନ୍ତା ୧୦ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ସେହିପରି ପରୀକ୍ଷା ଫଳକୁ ନେଇ ଯେଉଁ ସେହିପରି ପରୀକ୍ଷା ଫଳକୁ ନେଇ ଯେଉଁ ପରୀକ୍ଷାର୍ଥୀଙ୍କ ମନରେ ସନ୍ଦେହ ରହିଛି ସେମାନେ ପୁନଃ ଯାଞ୍ଚ୍ (ରିଚେକିଂ) ପାଇଁ ବୋର୍ଡରେ ଆବେଦନ କରିପାରିବେ ବୋଲି ବ୍ୟବସ୍ଥା ରହିଛି। ଆବେଦନ ଲାଗି ଆସନ୍ତା ୨୯ ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ସମୟ ସୀମା ରହିଛି।

ସେହିପରି ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ବା ଏସଓସି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ମାନେ ଉକ୍ତ ସମସ୍ୟା ସୀମା ମଧ୍ୟରେ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ଗୁଡ଼ିକରେ ସିଧା ସଳଖ ଆବେଦନ କରିପାରିବେ ବୋଲି ଶ୍ରୀ ତରାଇ ପ୍ରକାଶ କରିଛନ୍ତି ବର୍ତ୍ତମାନ ଯାହାବି କିଛି ନୂଆ ଅପଡେଟ ଥିଲା ଆମେ ଆପଣଙ୍କୁ ଜଣାଇ ଦେଲୁ

Leave a Reply

Your email address will not be published. Required fields are marked *