ଓଡ଼ିଶାକୁ ମାଡ଼ି ଆସୁଛି ବଡ଼ ବର୍ଷା, ଏହି ଦିନ ଠାରୁ ଲଗାଣ ବର୍ଷାରେ ଭିଜିବେ ରାଜ୍ୟବାସୀ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

ରାଜ୍ୟକୁ ଶୀଘ୍ର ଆସିବ ମୌସୁମୀ । ଶୀଘ୍ର ମୌସୁମି ଆଣିଛି ବାତ୍ୟା ‘ରେମାଲ’ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ୫ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମି ବାୟୁ । ବାତ୍ୟା ପରେ ରାଜ୍ୟରେ ଅନୁକୂଳ ରହିଛି ପାଣିପାଗ । ଅନ୍ୟପଟେ କାଲିଠାରୁ ରାଜ୍ୟରେ ଶୁଖିଲା ପାଗ ରହିବା ସହିତ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ଦିନ ତାପମାତ୍ରା । ସେହିପରି ନିର୍ଦ୍ଧାରିତ ସମୟରେ ମୌସୁମି ବାୟୁ ପ୍ରବେଶ କରିବ । ପୂର୍ବାନୁମାନ କରି ପାଣିପାଗ ବିଭାଗ ଏହା ସୂଚନା ପ୍ରଦାନ କରିଛି ।

ତେବେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ଏ ନେଇ କହିଛନ୍ତି ଯେ, ଜୁନ୍‌ ପହିଲା ସୁଦ୍ଧା କେରଳ ଛୁଇଁବ ମୌସୁମି ବାୟୁ । ବାତ୍ୟା ରେମାଲର ପ୍ରଭାବ ପାଗ ଅନୁକୂଳ କରିଛି । କିଛି ଦିନ ପୂର୍ବରୁ ହେଉଥିବା ତାପମାତ୍ରାରେ ପଡିଛି ବ୍ରେକ । ୫ ଦିନ ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାକୁ ବି ଏଥର ସଠିକ୍ ସମୟରେ ମୌସୁମି ବାୟୁ ପ୍ରବେଶ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ତେବେ ଆସନ୍ତା କାଲିଠୁ ପୁଣି ଥରେ ବଢିବ ଦିନ ତାତି । ପ୍ରାୟତଃ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ ବୋଲି କୁହାଯାଉଛି । ୩୧ ତାରିଖ ପର୍ଯ୍ୟନ୍ତ ଏହିପରି ସ୍ଥିତି ଜାରି ରହିବ । ଏହା ସହ କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଚାଷୀଙ୍କ ପାଇଁ ଖୁସି ଖବର କାରଣ ଚଳିତ ବର୍ଷ ବର୍ଷା ଅଧିକ ହେବ ଯାହା ଚାଷୀଙ୍କ ପାଇଁ ନିହାତି ଏକ ବଡ ଖବର |

ମୌସୁମୀର ଆକଳନ ଅନୁଯାୟୀ, କୃଷି କାର୍ଯ୍ୟ ହେଉଥିବା ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ । ଓଡ଼ିଶା ରାଜ୍ୟ ସମେତ ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନରେ ଭଳି ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ ବୋଲି କୁହାଯାଉଛି ।

ଅନ୍ୟପଟେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତରପ୍ର‌ଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ବିହାର, ଆନ୍ଧ୍ରପ୍ରଦେଶର କିଛି ଅଂଶରେ ମୌସୁମୀ ସମୟରେ ସ୍ବାଭାବିକଠାରୁ ଅଧିକ ବର୍ଷା ଆଶା କରାଯାଉଛି । ସେପଟେ ଜୁନ୍‌ ମାସରେ ସମ୍ପୁର୍ଣ୍ଣ ଦେଶରେ ମୌସୁମୀ ଜନିତ ବର୍ଷା ସ୍ବାଭାବିକ ହେବ ।

Leave a Reply

Your email address will not be published. Required fields are marked *