SBI ଗ୍ରାହକ ମାନଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ସୂଚନା ,ଭୁଲରେ ନିଜ ଫୋନରେ କରନ୍ତୁ ନାହିଁ ଏପରି କାମ ନଚେତ ଖାଲି ହୋଇଯିବ ଆକାଉଣ୍ଟ

ନମସ୍କାର ବନ୍ଧୁଗଣ ଏବେ SBI ନିଜ ଗ୍ରାହକ ମାନଙ୍କ ପାଇଁ ନେଇ ଆସିଲା ବଡ଼ ସୂଚନା SBI ରେ ଆକାଉଣ୍ଟ ଥିଲେ ଆପଣ ହୋଇଯାଆନ୍ତୁ ସାବଧାନ କଣ ଆସିଛି ଅପଡେଟ ଆଜିର ବିଷୟରେ ସମ୍ପୂର୍ଣ୍ଣ ଅପଡେଟ ଆମେ ଆପଣଙ୍କୁ ଦେବାକୁ ଯାଉଛୁ | ଆଜି କାଲି ଅନଲାଇନ ଠକେଇ ବଢ଼ିବାରେ ଲାଗିଛି ଠକାଇର ନୂଆ ନୂଆ ତରିକା ବ୍ୟବହାର କରି ଠକୁଛନ୍ତି ଠକ ମାନେ | ଅନଲାଇନ ପେମେଣ୍ଟ ସୁବିଧା ଉପଲବ୍ଧ ଥିବା ବେଳେ ଏହି ଠକେଇ ଅଧିକ ହେଉଛି ନିକଟରେ SBI ନାଁ ରେ ଏକ ଫେକ ଏସେମେସ ସୋସିଆଲ ମେଡିଆରେ ଘୁରି ବୁଲୁଚି

ଯେଉଁଥିରେ SBI ର ରିୱାର୍ଡ ପଏଣ୍ଟ ନାଁ ରେ ଠକେଇ କରୁଛନ୍ତି ସାଇବର ଠକ ଏନେଇ ଗ୍ରାହକଙ୍କୁ ଚେତାଇ ଛନ୍ତି SBI | ସୂଚନା ଅନୁସାରେ ହ୍ବାଟସପ ଏବଂ ମ୍ୟାସେଜ ପଠାଇ ଲୋକ ମାନଙ୍କୁ ଭୁଆଁ ବୁଲାଉଛନ୍ତି ଲୁଟେରା ମାନେ SBI ରିୱାର୍ଡ ପଏଣ୍ଟ ନାଁ ରେ ଲୋକ ମାନଙ୍କୁ ନିଜ ଜାଲରେ ଫସାଉଛନ୍ତି

ଏଣ୍ଟରପ୍ରାଇଜ ରିୱାର୍ଡ ଲୟାଲଟି ପ୍ରୋଗ୍ରାମ ଭାବରେ SBI ଏହାର ଗ୍ରାହକଙ୍କୁ ଏକାଧିକ ବ୍ୟାଙ୍କିଙ୍ଗ ଚ୍ୟାନେଲ ଗୁଡ଼ିକରେ ରିୱାର୍ଡ ପଏଣ୍ଟ ଦେଉଛି ଏବଂ ପ୍ରତ୍ୟକ ପଏଣ୍ଟର ମୂଲ୍ୟ 25 ଟଙ୍କା ଏହିଭଳି ଏକ ମ୍ୟାସେଜ ସୋସିଆଲ ମେଡିଆରେ ବର୍ତ୍ତମାନ ଘୁରି ବୁଲୁଛି | ଏହା ସହିତ ଏହା ତଳେ ଏକ ଲିଙ୍କ ଦେଖିବାକୁ ମିଳୁଛି ସେହି ଲିଙ୍କରେ ଯିଏ କ୍ଲିକ କରୁଛନ୍ତି

ଆପଣଙ୍କ ଆଗରେ ଏକ ଏପିଏକ ଡାଉନଲୋଡ କରିବା ପାଇଁ ଅପ୍ସନ ଆସିଯାଇଛି | ଏନେଇ ସୋସିଆଲ ମେଡିଆରେ SBI ପୁରା ସୂଚନା ଜଣାଇଛି | ତେବେ SBI ଟୁଇଟ ଯୋଗେ ସ୍ପଷ୍ଟ କରିଛି ଆପଣ କେବେବି ଏହି ମ୍ୟାସେଜ ଉପରେ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଦିଅ ଯାଇଥିବା ଲିଙ୍କ ଉପରେ କ୍ଲିକ କରି କୌଣସି ଏପିକେ ଡାଉନଲୋଡ କରନ୍ତୁ ନାହିଁ

ଯଦି ଆପଣ ଭୁଲ ବଶତଃ ଏପିକେ ଡାଉନଲୋଡ କରି ଦେଉଛନ୍ତି ତେବେ ଆପଣଙ୍କ ଫୋନରେ ଥିବା ନେଟ ବ୍ୟାଙ୍କିଙ୍ଗ ଟି ହ୍ୟାକ ହୋଇ ଯାଇପାରେ | ଯଦି ଆପଣ ଫୋନରେ ୟୋନୋ SBI କିମ୍ବା କୌଣସି UPI ଆପ୍ଲିକେସନ ବ୍ୟବହାର କରୁଛନ୍ତି ତେବେ ଲୁଟେରା ଚାହିଁଲେ ଆପଣଙ୍କ ନେଟ ବ୍ୟାଙ୍କିଙ୍ଗକୁ ହ୍ୟାକ କରି ଦେଇପାରେ

Leave a Reply

Your email address will not be published. Required fields are marked *