ମାଡ଼ି ଆସୁଛି ବାତ୍ୟା ଅଶାନ୍ତ ହେଲାଣି ସମୁଦ୍ର ସାବଧାନ ଓଡ଼ିଶା ବାସୀ ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ

ଭୟଙ୍କର ରୂପଧରି ମାଡିଆସୁଛି ବାତ୍ୟା ରେମଲ୍ ଭୀଷଣ ବାତ୍ୟାର ରୂପନେଇ ଏଇଠି ଛୁଇଁବ ସ୍ଥଳଭାଗ ବାତ୍ୟା ଆସୁଛି ଦୃଦୟର ସ୍ପନ୍ଦନ ବଢି ବଢି ଚାଲିଛି, ଚିନ୍ତାରେ ସବୁଦଳ | ଜଣାନ୍ତୁ ଓଡ଼ିଶାର କେଉଁ ସ୍ଥାନରେ କେମିତି ରହିବ ବାତ୍ୟାର ପ୍ରଭାବ | ଠିକ ଭୋଟ ସମୟରେ ଏହି ବାତ୍ୟା ଓଡିଶାକୁ ଆସିବା ପାଇଁ ଥିଲା ବୋଲି ଏବେ ଭୟବିତ୍ତ ହୋଇ ଲୋକେ ଆଲୋଚନା କରୁଛନ୍ତି ଏହାରି ଭିତରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଅବପାତରେ ପରିଣତ ହୋଇଛି |

ତେବେ ଆସନ୍ତା କାଲି ସକାଳ ସୁଦ୍ଧା ଏହା ବାତ୍ୟାର ରୂପନେବ ଓ 26 ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି | ତେବେ ଭୁବେନେଶ୍ଵର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି, ପଂଣିପାଗ କେନ୍ଦ୍ର ସୂଚନା ଅନୁସାରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଅବପାତଟି ସକ୍ରିୟ ରହିଛି ଏହା ଉତର ପୂର୍ବଦିଗରେ ଗତିକରୁଛି ଅବପାତ ବାଂଲାଦେଶ ଉପକୂଳରୁ 800କିଲୋମିଟର ଓ ପଶ୍ଚିମବଙ୍ଗ ଉପକୂଳରୁ 810 କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ହୋଇଛି |

ତେବେ ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ଆହୁରି ଘନୀଭୂତ ହୋଇ ବଙ୍ଗୋପ ସାଗରରେ ବାତ୍ୟାରେ ପରିଣତ ହେବ ଏହି ଶାମ୍ଭବୀୟ ବାତ୍ୟାର ନାମ ରହିବ ରେମଲ୍ | କାଲି ସନ୍ଧ୍ୟା ସୁଦ୍ଧା ଏହା ଏକ ଭୀଷଣ ବାତ୍ୟାର ପରିଣତ ହେବାରେ ସମ୍ଭାବନା ରହିଛି | ତେବେ 26 ତାରିଖ ମଧ୍ୟ ରାତ୍ରିରେ ଲ୍ୟାଣ୍ଡଫ୍ଲ କରିବ ବାତ୍ୟା ଆଉ ବାତ୍ୟାର ଲ୍ୟାଣ୍ଡଫଲ ସମୟରେ ସର୍ବାଧିକ ସତର୍କ ରହିବାପାଇଁ ପରାମର୍ଶ ଦିଆଯାଇଛି | ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ସାଗର ଦୀପ ଖେପଉପର ମଝିରେ ସ୍ଥଳଭାଗ ଛୁଇଁବ ଏହି ବାତ୍ୟା, ଓଡିଶା ଉପକୂଳରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ |

ତେବେ ଆଜିଠାରୁ ଓଡ଼ିଶାର ପାଗରେ ପରିବର୍ତନ ହେବ ସହିତ ପାଗ ସାମାନ୍ୟ କୋହଳ ରହିବ | ଆଜି ଏବଂ କାଲି ଦୁଇଦିନ ଉତର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି | ତେବେ ଜଗସିଂହପୁର, କନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ ଜିଲ୍ଲାରେ ବର୍ଷା ଲାଗିରହିବ ଏହା ସହିତ 27 ତାରିଖରେ ବାଲେଶ୍ଵର ଓ ମୟରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରଃହିଛି | ସମୁଦ୍ର ଉପକୂଳରେ ପବନର ବେଗ ରହିପାରେ 40ରୁ 50 କିଲୋମିଟର ତେବେ ଏବେ ଠାରୁ ସାବଧାନ ହୋଇଯନ୍ତୁ |

Leave a Reply

Your email address will not be published. Required fields are marked *