ଆଜିର ରାଶିଫଳ ମେ 21 ମଙ୍ଗଳବାର 2024 ,କେମିତି କଟିବ ଆଜିର ଦିନ

ମେଷ ରାଶି – ଆଜି କିଛି ନୂଆ କାର୍ଯ୍ୟର ଶୁଭାରମ୍ଭ କରି ପାରନ୍ତି । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ମାନସିକ ଏବଂ ଶାରୀରିକ ଜୀବନ ସୁଖମୟ ହେବ । ପରିବାର ସହ ଉତ୍ତମ ସମୟ ବିତାଇବେ । ମହିଳା ମାନେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସ ରଖି କାର୍ଯ୍ୟ କରିବେ । କୌଣସି କଥାକୁ ନେଇ ଚିନ୍ତାରେ ରହି ପାରନ୍ତି ।

ବୃଷ ରାଶି – ଆଜି ଆପଣ କମ୍ ପରିଶ୍ରମରେ ଅଧିକ ଏବଂ ଭଲ ପାଇପାରନ୍ତି । ଧନ ଲାଭର ଯୋଗ ରହିଛି । କୋର୍ଟରେ ବିଚାରଧିନ ଥିବା ମାମଲାରେ ଜୟଯୁକ୍ତ ହେବେ । ପାରିବାରିକ ସୁଖ ଶାନ୍ତି ରହିବ । ବ୍ୟବସାୟୀ ମାନେ ନୂଆ କାର୍ଯ୍ୟର ଆରମ୍ଭ କରିପାରନ୍ତି ।

ମିଥୁନ ରାଶି – ଆଜି ନିଜ ସନ୍ତାନଙ୍କୁ ନେଇ ଚିନ୍ତାରେ ରହିପାରନ୍ତି । ସମସ୍ୟା ବଢିପାରେ । ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ବାଣିଜ୍ୟ-ବ୍ୟବସାୟ ପାଇଁ ଦିନଟି ଅନୁକୂଳ । ବିଦ୍ୟାର୍ଥିମାନେ ପାଠପଢାରେ କୃତକାର୍ଯ୍ୟ ହେବେ ।

କର୍କଟ ରାଶି – ଛାତ୍ରଛାତ୍ରୀଙ୍କୁ କ୍ରିଡା କ୍ଷେତ୍ରରେ ସଫଳତା ମିଳିବ । ଉଚ୍ଚ ସମ୍ମାନ ପାଇବେ । ସନ୍ତାନଙ୍କ ସମ୍ବନ୍ଧିତ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ଗୁରୁଜନଙ୍କ ପ୍ରେରଣା ଓ ଆର୍ଥିକ ସହାୟତାରେ ଉତ୍ସାହ ବୃଦ୍ଧି ପାଇବ ।

ସିଂହ ରାଶି – ରାଜନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ମାନ ସମାନ ମିଳିବ । ପଡୋଶୀଙ୍କ ସହ ବିବାଦ ସୃଷ୍ଟି ହୋଇପାରେ । ଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ଆର୍ଥିକ ସ୍ଥିତି ସୁଧୁରିବ । ମନ ଭଲ ରହିବ । ବ୍ୟବସାୟରେ ଲାଭ ମିଳିବ

କନ୍ୟା ରାଶି – କୌଣସି ପ୍ରସଙ୍ଗକୁ ନେଇ ପାରିବାରିକ ସମସ୍ୟା ଦେଖାଦେଇପାରେ । ବାଧାବିଘନ୍ନ ଓ ସମସ୍ୟା ଲଗି ରହିବ । ନକାରତ୍ମକ ଚିନ୍ତା ମନକୁ ଆସିବ ।

ତୁଳା ରାଶି – ପରିବାର ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ଛାତ୍ରଛାତ୍ରୀ ପାଠପଢାରେ ମନ ଲଗାଇବେ । କୌଣସି କାରଣରୁ ଦୂରଯାତ୍ରା କରିପାରନ୍ତି । ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତୁ । ସ୍ୟାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ବିଛା ରାଶି – ଆଜି ଆପଣଙ୍କ ଦିନଟି ମିଶ୍ରିତ ଫଳ ଦେବ । ନିଜ ଭବିଷ୍ୟତ ପାଇଁ ବା କ୍ୟାରିୟର ପାଇଁ କୌଣସି ବଡ଼ ପଦକ୍ଷପ ନେଇ ପାରନ୍ତି । ପରିବାର ସହ ସମୟ ବିତାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ଆଜି କୌଣସି ଶୁଭ ସମ୍ବାଦ ପାଇପାରନ୍ତି । ଧନ ପ୍ରାପ୍ତ ହେବାର ସମ୍ଭାବନା ରହିଛି ।

ଧନୁ ରାଶି – କର୍ମକ୍ଷେତ୍ରରେ ଅନେକ ଦିନରୁ ଆଶା ପୂରଣ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ବ୍ୟବସାୟରେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଅନୁକୂଳ ପରିଣାମ ପାଇବେ । ଜୀବନସାଥୀଙ୍କ ସହ କୌଣସି କାରଣରୁ ମତଭେଦ ହୋଇପାରେ ।

ମକର ରାଶି – ପରିବାର ଓ ବନ୍ଧୁଙ୍କ ସହ ଦିନଟି କଟିବ । କର୍ତ୍ତବ୍ୟ ପରାୟଣ ହେବେ । ପରିକ୍ଷା ଏବଂ ପ୍ରତିଯୋଗିତାରେ ଉତ୍ତିର୍ଣ୍ଣ ହେବେ । ଶତ୍ରୁ ବୃଦ୍ଧି ହୋଇ ପାରନ୍ତି । ଆର୍ଥିକ ସ୍ଥିତି ସୁଦୃଢ ହେବ ।

କୁମ୍ଭ ରାଶି – କାର୍ଯ୍ୟରେ ସଫଳତା ମିଳିବ । ଅଫିସ ପରିସ୍ଥିତିକୁ ନେଇ ଚିନ୍ତାରେ ରହିବେ । ରାସ୍ତାଘାଟରେ ସତର୍କ ହୋଇ ଯିବା ଆସିବା କରନ୍ତୁ । ପାରିବାରିକ ଜୀବନ ସୁଖମୟ ହେବ ।

ମୀନ ରାଶି – ରାଜନୀତି କ୍ଷେତ୍ରରେ ଜଶମାନ ବୃଦ୍ଧି ହେବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପ୍ରଚୁର ଅର୍ଥ ଲାଭ କରିପାରନ୍ତି । ଉଚ୍ଚ ଆଶା ପୂରଣ ହେବ । ବୈବାହିକ ଜୀବନ ସୁଖମୟ ହେବ ।

Leave a Reply

Your email address will not be published. Required fields are marked *