ମାଟ୍ରିକ ଛାତ୍ର ଛାତ୍ରୀଙ୍କ ଫଳାଫଳକୁ ନେଇ ଆସିଲା ବଡ଼ ଅପଡେଟ ,ରେଜଲ୍ଟ ବାହାରିଲେ ସବୁ Student ମାନେ କରିବାକୁ ହେବ ଏହି କାମ

ନମସ୍କାର ବନ୍ଧୁଗଣ ଏପର୍ଯ୍ୟନ୍ତ ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଫଳାଫଳ ପ୍ରକାଶ ହୋଇ ନାହିଁ କିନ୍ତୁ ଯୁକ୍ତ ଦୁଇରେ ଆଡମିସନ ନେଇ କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଛୁ | ଯେମିତିକି ପୂର୍ବ ଅପଡେଟ ଅନୁସାରେ ଖବର ଆସିଛି ଏହି ମେ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ପ୍ରକାଶ ପାଇବ ଆଗକୁ ଯୁକ୍ତ ଦୁଇ ନେଇ ବିଭିନ୍ନ କଲେଜ ଏବଂ ବିଶ୍ୱ ବିଦ୍ୟାଳୟରେ ନାମ ଲେଖା ଆରମ୍ଭ ହେବ | ଦଶମ ପାସ କରିବାକୁ ଥିବା ପିଲା ମାନେ ରେଜଲ୍ଟ ପ୍ରକାଶ ପାଇବା ପରେ ଆବେଦନ ମଧ୍ୟ ଆରମ୍ଭ କରିବେ |

ନାମ ଲେଖା ପ୍ରକ୍ରିୟା ପ୍ରତିବର୍ଷ ଶ୍ୟାମ ପୋର୍ଟାଲ ମାଧ୍ୟମରେ କରାଯିବ ତେବେ ଆବେଦନ କରିବା ସମୟରେ ଶିକ୍ଷାର୍ଥୀ ମାନେ କିପରି ଆବେଦନ କରିବେ ସେଥିଲାଗି ସଚେତନ କରିବ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ଆବେଦନ ସମୟରେ କଣ କରିବା ଉଚିତ ଓ ଅନୁଚିତ ସଚେତନ ମଧ୍ୟ କରାଯିବ | ଏନେଇ ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଏକ ବୁକ ପ୍ଲେଟ ପ୍ରଦାନ କରାଯାଇଛି |

ବୁକ ପ୍ଲେଟକୁ ପ୍ରଧାନ ଶିକ୍ଷକ ମାନେ ନିଜର ନୋଟିସ ବୋର୍ଡରେ ପ୍ରଦର୍ଶିତ କରିବେ ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶକକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି | ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଉତ୍ତୀର୍ଣ ପିଲାଙ୍କୁ ଯୁକ୍ତ ଦୁଇ ପାଇଁ ଆବେଦନ କରିବାକୁ ହେବ ଏଥିପାଇଁ SAMS ପୋର୍ଟାଲରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହେବ |

ଅନେକ ସମୟରେ ପିଲାମାନେ ଏଥିରେ ଭୁଲ ଭାଲ କରିଥାଆନ୍ତି ଆବେଦନ ସମୟରେ ଭୁଲ ନହେବା ପାଇଁ ଦାୟିତ୍ୱ ପ୍ରଧାନ ଶିକ୍ଷକ ନେବେ ନିର୍ଦେଶାଳୟ ପକ୍ଷରୁ ଦିଆ ଯାଇଥିବା ବୁକଲେଟରେ ସମସ୍ତ ପରାମର୍ଶ ଦିଆଯାଇଛି | ଏହି ବୁକଲେଟ ନୋଟିସ ବୋର୍ଡରେ ଲଗାଯିବ ଏଥିପାଇଁ ସାର୍ଟିଫିକେଟ ଦିନ ଆସିବାକୁ ଥିବା ସମସ୍ତ ପିଲାଙ୍କୁ ଏହି ବୁକଲେଟ ମଧ୍ୟ ବଣ୍ଟନ କରାଯିବ

Leave a Reply

Your email address will not be published. Required fields are marked *