ଶ୍ରୀକ୍ଷେତ୍ର ପୁରୀର ମହାପ୍ରଭୁ ଜଗନ୍ନାଥଙ୍କ ଦେବଦାଶୀ କେତକୀଙ୍କୁ କିଏବା ନଜାଣେ କେତକୀ ପ୍ରଭୁ ଜଗନ୍ନାଥଙ୍କ ଅତିପ୍ରିୟ | ଯାହାର ନାଚ ଦେଖିଲେ ପ୍ରଭୁ ଖୁସିହୋଇଯାନ୍ତି ଏହାଭିତରେ କେତକୀ ବୁଡ଼ି ହୋଇଗଲାଣି ଜୀବନର ଶେଷ ସମୟ ପାଖେଇଆସିଲାଣି ମନକୁ କେତେକଥା ଆସୁଥାଏ ମାନେ ମାନେ ପ୍ରଭୁଙ୍କୁ କହୁଥାଏ ପ୍ରଭୁ ତମକୁ ଖୁସିକରିବା ପାଇଁ ଦେବଦାସୀ ହୋଇ ଜୀବନସାରା ନାଚିଲି କିନ୍ତୁ ମୋର ନିଜର ବୋଲି କେହି ନାହାନ୍ତି ସନ୍ତାନ ପ୍ରାପ୍ତିରେ ନାରୀର ଭାଗ୍ୟ ସାର୍ଥକ ହୁଏ |
ପ୍ରଭୁ ଏମିତି କିଛି କରନ୍ତନ୍ତି ମୋତେ ଏକ ପୁତ୍ର ପ୍ରାପ୍ତ ହୁଅନ୍ତା ଏମିତି ଭାବି ଭାଇ ମନକୁ ମନ କୁହନ୍ତି ଛାଡ଼ ମୋରବା ସେ ଭାଗ୍ୟ କାହିଁ ମୋରତ ପୋଡ଼ା କପାଳ ଏମିତି ଭାବି ଭାବି କେତକୀ ଭାରି ମନଦୁଃଖ କରୁଥାଏ | ସେତ ଭାବର ଠାକୁର ଏତିକିକଥା କେମିତି ନବୁଝିବେ ହଟାତ ଦିନେ କଳା ମଚ ମଚ ଛୋଟ ପୁଅ ଛୁଆଟିଏ ହୋଇ ପ୍ରଭୁ କେତକୀ ପାଖକୁ ଆସିଲେ ଆଉ କେତକୀ ଛୁଆଟିକୁ ଦେଖି ଭାରି ଖୁସି ହୋଇଗଲା ଆଉ ତାକୁ ଗେଲ କରିପକେଇଲା ପିଲାଟି ମଧ୍ୟ ମା ମା କହି ଗେଲ କରିପକଉଥାଏ |
ଆଉ ସ୍ନେହରେ କେତକୀ ପିଲାଟିକୁ କହିଲା ଆରେ ତୁ ନଖାଇନଅପି ଶୁଖିକି କଳାକାଠ ପଡ଼ିଗଲୁଣି ତୁ ନୀତି ସକାଳୁ ଆସିବୁ ମୁଁ ତତେ ଯାଉ ଖାଇବାକୁ ଦେବି | ପିଲାଟି କହିଲା ହଁ ମାଆ ମୁଁ ସବୁଦିନ ସୂର୍ଯ୍ୟ ଉଦୟ ହେବାପୂର୍ବରୁ ଆସିବି ଏତିକି କହି ପିଲାଟି ଚାଲିଗଲା | ତାପରେ ସେହିଦିନ କେତକୀକୁ ରାତିସାରା ନିଦ ଅସିଲାନାହିଁ ତାକୁ ପିଲାଟିଏ ମିଳିଛି ସେ ସକାଳେ ଆସିବ ବଗଡ଼ା ଅର୍ଣ୍ଣ ଖାଇବ ଏହି କଥା ଭାବି ଭାବି କେତକୀ ରାତି ଚାରିଟାରୁ ଉଠି ବଗଡ଼ା ଅର୍ଣ୍ଣ ତିଆରିକରିବାରେ ଲାଗିପଡ଼ିଲା |
ଭାରି ଶ୍ରଦ୍ଧାରେ ରୋଷେଇ ଶାରିଲା ସେପଟେ ଭୋରୁ ଆସି ପୁଅ ତାର ଘରେ ପହଁଚିଲା ପୁଅକୁ ଦେଖି କେତକି ସଙ୍ଗେ ସଙ୍ଗେ ବାଡ଼ିରୁ କଦଳୀପତ୍ର କାଟିଆଣି ପୁଅକୁ କୋଳରେ ବସେଇ ବଗଡ଼ା ଅର୍ଣ୍ଣ ଖୁଆଇ ଦେଲା | ଆଉ ପଚାରୁଥାଏ ଏତେଦିନ ହେଲା ତୁ କେଉଁଠି ଥିଲୁ କଣ ଦେଖା ଦେଉନଥିଲୁ ତୋ ନାଁ କଣ ବାବା ତୋ ଘର କେଉଁଠି ପିଲାଟି କହିଲା ମାଆ ମୋ ନାଁ କାଳିଆ ମୁଁ ଏହି ଶ୍ରୀକ୍ଷେତ୍ରରେ ରୁହେ ମୋର ସେମିତି କିଛି ଘର ନାହଁ | ଆଉ ଯିଏ ମୋତେ ଶ୍ରଦ୍ଧାରେ ଡାକେ ମୁଁ ତା ପାଖକୁ ଚାଲିଆସେ ତାପରେ କେତକୀ କହିଲା ତୁ ସବୁଦିନ ଆସିବୁ ମୁଁ ତୋପାଇଁ ଏମିତି ସବୁଦିନ ବଗଡ଼ା ଅର୍ଣ୍ଣ କରି ଖାଇବାକୁ ଦେବି…..