ସ୍ୱପ୍ନରେ ଭଗବାନଙ୍କୁ ଦେଖିବାର ଅର୍ଥ ଜାଣନ୍ତୁ କିଛି ଖାସ୍ କଥା ଜୀବନ ବଦଳିଯିବ ଆପଣଙ୍କର ,ଭକ୍ତି ଥିଲେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ କୁହାଯାଏ କି ଆମର ସ୍ୱପ୍ନର ମାଧ୍ୟମରେ ଆମେ ଆମର ମନରେ ଲୁଚିଥିବା ଇଚ୍ଛାକୁ ଦେଖିପାରୁ। ଆମେ କେଉଁ ପ୍ରକାରର ସ୍ବପ୍ନ ଦେଖନ୍ତି ଏହା ଆମ ହାତରେ ନଥାଏ। ଆମକୁ କୌଣସି ପ୍ରକାରର ସ୍ବପ୍ନ ଆସିପାରେ। କେବେ କେବେ ଆମର ସ୍ବପ୍ନ ବିଲକୁଲ୍ ନିଅର୍ଥକ ହୋଇଥାଏ ତ କେବେ କେବେ ଆମର ସ୍ବପ୍ନରେ ଈଶ୍ୱରୀୟ ସନ୍ଦେଶ ବା ସଙ୍କେତ ଆସିଥାଏ। ଆମର ପ୍ରାଚୀନ ଗ୍ରନ୍ଥ ଆଉ ପୁରାଣରେ ବି ସ୍ବପ୍ନକୁ ମହତ୍ତ୍ଵପୂର୍ଣ୍ଣ ମାନା ଯାଇଥାଏ ଏବଂ ସ୍ବପ୍ନରେ ବି ଅଲଗା ଅଲଗା ଜିନିଷ ଦେଖିବାର ଅଲଗା ଅଲଗା ଅର୍ଥ ଜଣା ଯାଇଛି। ଋକ୍ ବେଦ ଏବଂ ଅଥର୍ବବେଦରେ ବି ସ୍ବପ୍ନ ଦେଖିବା ଏବଂ ଏହାର ଆମ ଜୀବନ ଉପରେ କଣ ପ୍ରଭାବ ପଡିଥାଏ ତାହା ସବୁ ଦର୍ଶାଯାଇଛି। ଆଜିକା ସମୟରେ ସ୍ବପ୍ନକୁ ଗୋଟେ ଭ୍ରମ ବା ମାୟା ବୋଲି ମାନା ଯାଇଥାଏ।

ଆଉ ଗୋଟେ ପଟେ ସ୍ବପ୍ନକୁ ଈଶ୍ୱରଙ୍କ ଦ୍ଵାରା ଦିଆଯାଉଥିବା ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣା ବିଷୟରେ ପୂର୍ବ ସୂଚନା ମାନା ଯାଇଥାଏ। ଆମେ ପ୍ରାୟ ସଙ୍କଟ ସମୟରେ ହିଁ ଈଶ୍ୱରଙ୍କୁ ମନେ ପକାଇଥାନ୍ତି। ମନ୍ଦିରରେ ଈଶ୍ୱରଙ୍କ ଦର୍ଶନ ତ ବୋହୁତ ସହଜରେ ହୋଇଯାଇଥାଏ କିନ୍ତୁ ଯାହା ହେଲେବି ଏହି କାମନା ରହିଥାଏ କି କାସ୍ କେବେ ସାକ୍ଷାତ ଈଶ୍ୱରଙ୍କ ଦର୍ଶନ ହୋଇଯାଉ, ଯାହାକି ବୋହୁତ କଠିନ କାମ ହୋଇଥାଏ। ଆପଣ ଏହା ଅନୁଭବ କରୁଥିବେ କି ଆମର ସ୍ବପ୍ନରେ ଘର, ଗଛଲତା, ମଣିଷ, ପଶୁପକ୍ଷୀ, ମନ୍ଦିରର ଦର୍ଶନ ହୋଇଯାଇଥାଏ କିନ୍ତୁ ମନ୍ଦିରରେ ବିରାଜମାନ ଇଶ୍ୱରଙ୍କ ଦର୍ଶନ ହୋଇପାରି ନଥାଏ।

ସ୍ବପ୍ନରେ ଆମେ ମନ୍ଦିର ଦେଖିଥାଉ, ଏହାସହ ଜଡ଼ିତ ଅନେକ ବସ୍ତୁକୁ ମଧ୍ୟ ଦେଖିଥାଉ। ମନ୍ଦିରରେ କେତେକ ପ୍ରକାର ଲୋକଙ୍କୁ ମଧ୍ୟ ଦେଖିଥାଉ କିନ୍ତୁ ଆମକୁ ଈଶ୍ୱର ହିଁ ଦେଖା ଯାଇନଥାନ୍ତି। କାହିଁକି ନା ଈଶ୍ୱରଙ୍କୁ ଦେଖିବା ଏତେ ସହଜ ହୋଇନଥାଏ। ସଚ୍ଛା ଶ୍ରଦ୍ଧା ଏବଂ ଭକ୍ତି ଦ୍ଵାରା ଈଶ୍ୱର ତ ପ୍ରସନ୍ନ ହୋଇ ଥାଆନ୍ତି କିନ୍ତୁ ଦର୍ଶନ ଦିଅନ୍ତି ନାହିଁ। ଭଗଵାନଙ୍କ ଦର୍ଶନ ପାଇଁ ପୂର୍ବ କାଳରେ ବୋହୁ ପ୍ରକାରର ଜପ, ତପ,ଉପବାସ,ତପସ୍ୟା ଆଦି କରୁଥିଲେ। ମହାଭାରତ, ରାମାୟଣ ଏବଂ ଅନ୍ୟ ପ୍ରାଚୀନ ଗ୍ରନ୍ଥରେ ବି କେତେଥର ଏହି ତପସ୍ୟାର ଉଲ୍ଲେଖ ରହିଥାଏ

ଯାହା ଦ୍ଵାରା ଭଗଵାନଙ୍କ ସାକ୍ଷାତ ଦର୍ଶନ ପ୍ରାପ୍ତି କରିବା ତଥା ତାଙ୍କୁ ପ୍ରସନ୍ନ କରିବାର ବରଦାନ ପ୍ରାପ୍ତ ଦିଆଯାଇଥାଏ, ଯାହାକୁ ସାକ୍ଷାତକାର କୁହାଯାଇଥାଏ। କିନ୍ତୁ ଏହି ତପସ୍ୟା କୌଣସି ସାମାନ୍ୟ ତପସ୍ୟା ହୋଇନଥାଏ ଯାହାକୁ କେହିବି ସାମାନ୍ୟ ବ୍ୟକ୍ତି କରିପାରିବ ବରଂ ଏହା ବର୍ଷ ବର୍ଷ ଧରି ଚାଲୁଥିବା କଠୋର ତପସ୍ୟା ହୋଇଥାଏ। ଯାହାକୁ ସମସ୍ତେ କରିପାରିନଥିଲେ କୌଣସି ବିଶେଷ ଅଦ୍ଭୁତ ଶକ୍ତି ଥିବା ବ୍ୟକ୍ତି ହିଁ ଏହି ତପସ୍ୟା କରିବାରେ ସକ୍ଷମ ହୋଇପାରୁଥିଲେ। କିନ୍ତୁ ଆଜିର ଏହି କଳିଯୁଗରେ ମନୁଷ୍ୟ ସାଧାରଣ ପ୍ରୟାସରେ ବି ଈଶ୍ୱର ଦର୍ଶନ କରିପାରିବ।

ଈଶ୍ୱର ଆମ ସ୍ବପ୍ନରେ ଆସିବା ଆଉ ସାକ୍ଷାତ ଦର୍ଶନ ଦେବା ଏହା ଆମ ସମସ୍ତଙ୍କର ଇଚ୍ଛା ହୋଇଥାଏ। ପରନ୍ତୁ ଏହା କେବଳ ପୁନ୍ୟବାନ୍ ଲୋକଙ୍କ ପାଇଁ ସମ୍ଭବ ହୋଇଥାଏ। ଏହି କଳିଯୁଗରେ ଭଗଵାନଙ୍କ ସାକ୍ଷାତ ଦର୍ଶନ ହେବା ସମ୍ଭବ ଅଟେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ବ୍ରହ୍ମମୁହୂର୍ତ୍ତରୁ ଉଠି ଈଶ୍ୱରଙ୍କ ଧ୍ୟାନ କରିବା ଉଚିତ୍। ଈଶ୍ୱରଙ୍କ ସ୍ୱରୂପର କଳ୍ପନା କରିବା ଉଚିତ୍ ଏବଂ ସର୍ବଦା ପ୍ରେରଣାଶିଳ ରହିବା ଉଚିତ୍। ଏହାଦ୍ବାରା ଆପଣଙ୍କୁ ଦିନେ ନା ଦିନେ ଈଶ୍ୱରଙ୍କ ସାକ୍ଷାତକାର ହୋଇଥାଏ।

Leave a Reply

Your email address will not be published. Required fields are marked *