PhonePe ବ୍ୟବହାର କରୁଥିଲେ ବଡ଼ ଜରୁରୀ ସୂଚନା ଭୁଲରେ କରନ୍ତୁ ନାହିଁ ଏପରି କାମ ନଚେତ ଗାଏବ ହୋଇଯିବ ଆପଣଙ୍କ ଟଙ୍କା

ନମସ୍କାର ବନ୍ଧୁଗଣ ଫୋନ ପେ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଖବର ଯଦି ଆପଣ ଫୋନ ପେ ବ୍ୟବହାର କରୁଛନ୍ତି ଆଉ ଏଥିରେ ଟଙ୍କା ରେଣ ଦେଣ କରୁଛନ୍ତି ଜାଣିରଖନ୍ତୁ ଫୋନ ପେ ତରଫରୁ ଜାରି ହେଲା ସତର୍କ ସୂଚନା ନଚେତ ଆପଣଙ୍କ ଟଙ୍କା ମଧ୍ୟ ହୋଇପାରେ ଗାଏବ ତେବେ ଏନେଇ ଫୋନ ପେ ତରଫରୁ ଜାରି ହେଲା ବଡ଼ ଅପଡେଟ | ସାଇବର ଅପରାଧର ଏକ ସାଧାରଣ ରୂପ ହେଉଛି KYC ଠକେଇ ଯେଉଁଥିରେ ସାଇବର ଅପରାଧୀ ମାନେ ସିଧା ସଳଖ କଲ କରି ସାମାନ୍ୟ ଫ୍ରି ବିନିମୟରେ ଅତି ଶୀଘ୍ର KYC ଜାଞ୍ଜ କରିବାର ଅଫର ଦେଇ ସରଳ ଉପଭୋକ୍ତାଙ୍କୁ ଠକେଇ ଥାଆନ୍ତି

ତେବେ ଧ୍ୟାନ ଦେବା ଜରୁରୀ ଯେ ଫୋନ କଲ କରି କିମ୍ବା କୌଣସି ଥାର୍ଡ଼ ପାର୍ଟି ଆପ ଡାଉନଲୋଡ କରି KYC କରିବା ସମ୍ଭବ ନୁହେଁ ତେବେ ଆପଣଙ୍କୁ ଠକିବା ପାଇଁ ଲୋକମାନେ ଆପଣଙ୍କୁ କହିପାରନ୍ତି ଯେ ଆପଣଙ୍କ ଫୋନ ପେ ରେ KYC ନାହିଁ ଅର୍ଥାତ ଡିଜିଟାଲ ୱାଲେଟ ଅବୈଧ ଅଟେ ଏବଂ ସେମାନେ ଏହାକୁ ଅନଲାଇନରେ ପୁନଃ ବୈଧ କରିପାରିବେ

ଯାହାକି କେବେ ସମ୍ଭବ ନୁହେଁ ତେଣୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କାର୍ଡ କିମ୍ବା ଏପରି କୌଣସି ଅନ୍ୟ ବିବରଣୀ କଲ କରୁଥିବା ବ୍ୟକ୍ତିଙ୍କୁ ସ୍କ୍ରିନ ସେୟାର କରୁଥିବା କୌଣସି ଆପକୁ ଡାଉନଲୋଡ କରନ୍ତୁ ନାହିଁ ଏହି ଆପ ଗୁଡ଼ିକ ଠକ ମାନଙ୍କୁ ଆପଣଙ୍କ ପାସ ୱାର୍ଡ ,ପିନ ଏବଂ ଅନ୍ୟ ଗୁଡ଼ିକ ଗୁରୁତ୍ୱ ବିବରଣୀ ଦେବାକୁ ଅନୁମତି ଦେଇଥାଏ

ତେବେ ପ୍ରକୃତ ଫୋନ ପେ ପତିନିଧି ଆପଣଙ୍କୁ KYC କରିବାକୁ କେବେବି ଫୋନ କରନ୍ତି ନାହିଁ ଏବଂ ଆପଣଙ୍କୁ ଥାର୍ଡ ପାର୍ଟିର ଆପ ଡାଉନଲୋଡ କରିବାକୁ କୁହନ୍ତି ନାହିଁ ସାଇବର ଅପରାଧୀ ମାନେ କଲ କରି ଏପରି ବାହାନ କରିଥାଆନ୍ତି ତେଣୁ ଏସବୁ ନକରିବା ପାଇଁ ଫୋନ ପେ ସତର୍କ ସୂଚନା ଜାରି କରିଛି |

Leave a Reply

Your email address will not be published. Required fields are marked *