IPL ଇତିହାସରେ ପ୍ରଥମଥର ଅଜବ ଶୈଳୀରେ ରନ୍ ନେଇ ଆଉଟ୍ ହେଲେ ଷ୍ଟାର ଅଲରାଉଣ୍ଡର ଜାଡେଜା ,କହିଲେ ସବୁ ଭୁଲ ସଞ୍ଜୁର ସେ …ଦେଖନ୍ତୁ

ନମସ୍କାର ବନ୍ଧୁଗଣ IPL ଇତିହାସର ପ୍ରଥମ ଥର ଅଜବ ଶୈଳୀରେ ରନ ନେଇ ରବୀନ୍ଦ୍ର ଜାଡେଜା ହେଲେ ଆଉଟ୍ IPL ୨୦୨୪ ର ୬୧ ତମ ମ୍ୟାଚ ରେ ଚେନ୍ନାଇ ସୁପର କିଙ୍ଗସ କୁ ଭେଟିଥିଲା ରାଜସ୍ଥାନ ରୟାଲ । ଚେନ୍ନାଇ ର ଚିତମ୍ବର ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚରେ ସୁପର କିଙ୍ଗସ ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ରବୀନ୍ଦ୍ର ଜାଡେଜା ଏକ ଅଦ୍ଭୁତ ଢଙ୍ଗରେ ଆଉଟ୍ ହୋଇଥିଲେ । ରାଜସ୍ଥାନ ବିପକ୍ଷରେ ତାଙ୍କର ଏକ ବଡ଼ ଭୁଲ ପାଇଁ ଦଳ ବହୁତ ବଡ଼ କ୍ଷତି ସହିଥିଲା

ବାସ୍ତବରେ ୧୬ ତମ ଓଭରର ପଞ୍ଚମ ବଲରେ ସେ ଆଉଟ ହୋଇଥିଲେ । ତାଙ୍କର ରନ ଆଉଟ ପ୍ରଶଂସକ ମାନଙ୍କୁ ଆଶ୍ଚର୍ୟ୍ଯ କରିଥିଲା ଏବଂ ଲୋକ ମାନେ ଏହାର ନିୟମ ଖୋଜିବା ଆରମ୍ଭ କରିଥିଲେ ଜାଡେଜା ଅଭେସ ଖାନଙ୍କ ବଲକୁ ଥାର୍ଡ ମ୍ୟାନ ଆଡ଼କୁ ଖେଳିଥିଲେ ଋତୁରାଜ ଗାଇକ୍ୱାଡ ଙ୍କ ରନ ଅଫ୍ ବେଳେ ଜାଡେଜା ଅସୁବିଧାରେ ପଡ଼ିଥିଲେ ସେ ଦ୍ୱିତୀୟ ରନ ନେବାକୁ ଚାହୁ ଥିଲେ

ଋତୁରାଜ ଗାଇକ୍ୱାଡ ତାଙ୍କୁ ଫେରାଇ ଦେଇଥିଲେ ଏହି ସମୟରେ ଉଇକେଟ କିପର ବ୍ୟାଟର ଚତୁରତା ରେ ଥିବା ଉଇକେଟକୁ ବଲ୍ ମାରିଥିଲେ ବଲ ଉଇକେଟ ବଦଳରେ ତାଙ୍କ ପିଠିରେ ବାଜି ଥିଲା । ଅମ୍ପ୍ ୟାର ମାନେ ତାଙ୍କ ଭୁଲ କୁ ଦେଖି ତାଙ୍କୁ ରନ ଆଉଟ୍ କରି ଦେଇଥିଲେ ।

ନିୟମ ୩୭.୧୧ ଅନୁଯାୟୀ ଯଦି କୌଣସି ପ୍ଲେୟାର ପଡ଼ିଆରେ ବାଧା ସୃଷ୍ଟି କରୁଛନ୍ତି । ଯେତେବେଳେ ବଲ ଖେଳିବା ପରେ ସେ ଜାଣି ଶୁଣି ବିପକ୍ଷ ଦଳର ଫିଲ୍ଡର ଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ତେବେ ତାଙ୍କୁ ଆଉଟ୍ କରି ଦିଆଯାଏ

Leave a Reply

Your email address will not be published. Required fields are marked *