ଭାରତ ପାଇଁ ବୋଝ ସାଜିଛନ୍ତି ଏହି ଖେଳାଳି, ନ ଖେଳି ପାରିଲେ ବି ମିଳୁଛି ମୌକା

ଭାରତୀୟ ଟିମ ବର୍ତ୍ତମାନ ସମୟରେ କିଛି ପରିବର୍ତ୍ତନ ସହ ଆଗକୁ ବଢୁଛି । ଦଳରେ ଅନେକ ଯୁବ ପ୍ଲେୟାରଙ୍କୁ ସାମିଲ କରାଯାଉଛି । ସେହିପରି ଶିଖର ଧୱନ ଓ ଭୁବନେଶ୍ୱର କୁମାରଙ୍କ ଭଳି କିଛି ସିନିୟର ଖେଳାଳିଙ୍କୁ ଟିମ ମ୍ୟାନେଜମେଣ୍ଟ ସ୍ଥାୟୀ ଭାବେ ବାହାରର ରାସ୍ତା ବି ଦେଖାଇଛି । କିନ୍ତୁ ଦଳରେ ଏମିତି ବି ଜଣେ ଖେଳାଳି ରହିଛନ୍ତି, ଯିଏ ଦୀର୍ଘ ଦିନରୁ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି । ଅନେକ ସ୍ଥାନରେ ତାଙ୍କୁ ଅବସର ନେବା ପାଇଁ ଦାବି ହେଉଥିବା ବେଳେ ସେ ବିଶ୍ୱକପ ଦଳରେ ମଧ୍ୟ ସୁଯୋଗ ପାଇଛନ୍ତି । ତେବେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଲାଣି । ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଗତ ଏକ ବର୍ଷ ଧରି ବ୍ୟକ୍ତିଗତ ପ୍ରଦର୍ଶନ କିଛି ଖାସ ରହିନି ।

ଗତ ଏକଦିବସୀୟ ବିଶ୍ୱକପକୁ ଯଦି ଛାଡିଦେବା, ତେବେ ତିନୋଟି ଫର୍ମାଟରେ ଏହି ପ୍ଲେୟାର ଜଣକ ପୁରା ଶାନ୍ତ ପଡି ଯାଇଛନ୍ତି । ଆଇପିଏଲ ୨୦୨୪ରେ ରୋହିତ ରନ କରିବା ପାିଁ ସଂଘର୍ଷ କରୁଥିବା ପରି ମନେ ହେଉଛି । ଚଳିତ ସିଜନରେ ରୋହିତ ମୋଟ ୧୨ଟି ମୁକାବିଲା ଖେଳିଥିବା ବେଳେ ମାତ୍ର ୩୩୦ ରନ କରିବାରେ ସପଳ ହୋଇଛନ୍ତି । ଖରାପ ଫର୍ମ ସହିତ ରୋହିତଙ୍କ ଷ୍ଟ୍ରାଇକ ରେଟ ବି ଚିନ୍ତାଜନକ ରହିଛି । ସେ କେବଳ ୧୫୨.୭୮ ଷ୍ଟ୍ରାଇକ ରେଟରେ ରନ କରିଛନ୍ତି । ୩୭ ବର୍ଷୀୟ ପ୍ଲେୟାର ରୋହିତ ଶର୍ମାଙ୍କ ବୟସ ଓ ଖରାପ ଫର୍ମକୁ ନେଇ କିଛି ଫ୍ୟାନ୍ସ ତାଙ୍କୁ ସନ୍ନ୍ୟାସ ନେଇଯିବା ପାଇଁ ପରାମର୍ଶ ଦେଇଛନ୍ତି ।

ତେବେ ବର୍ତମାନ ସମୟରେ ଏମିତି ଅନେକ ଯୁବ ଖେଳାଳି ରହିଛନ୍ତି, ଯିଏ ଟିମ ଇଣ୍ଡିଆରେ ତାଙ୍କ ଜାଗା ନେବା ପାଇଁ ପ୍ରସ୍ତୁତ ରହିଥିବା କୁହାଯାଉଛି । ଏହି ତାଲିକାରେ ଋତୁରାଜ ଗାୟକ୍ୱାଡ, ଅଭିଷେକ ଶର୍ମା ଓ ସାଇ ସୁଦର୍ଶନଙ୍କ ଭଳି ଅନେକ ଯୁବ ପ୍ରତିଭା ସାମିଲ ରହିଛନ୍ତି । ଏହାବ୍ୟତୀତ ଯଶସ୍ୱୀ ଜଏସ୍ୱାଲ, ଇଶାନ୍ କିଶାନ ଏବଂ ଶୁଭମନ ଗିଲ୍ ଟିମ ଇଣ୍ଡିଆ ପାଇଁ ନିୟମିତ ଦଳରେ ସୁଯୋଗ ପାଉଛନ୍ତି । ଆଇପିଏଲ ୨୦୨୪ରେ ଯଦି ଏମାନଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା, ତେବେ ଋତୁରାଜ ଏହି ସିଜିନରେ ୧୨ଟି ମ୍ୟାଚରେ ଏବେ ଯାଏଁ ୫୪୧ ରନ କରିଛନ୍ତି ।

ଏହାବ୍ୟତୀତ ସାଇ ୧୨ଟି ମୁକାବିଲାରେ ୫୨୭ ରନ , ସେହିପରି ଅଭିଷେକ ୧୨ଟି ମ୍ୟାଚରେ ୨୦୫.୬୪ ଷ୍ଟ୍ରାଇକ ରେଟରେ କରିପାରିଛନ୍ତି ୪୦୧ ରନ । କହିବାକୁ ଗଲେ ଏହି ତିନି ଜଣ ପ୍ଲେୟାର ଆଇପିଏଲ ୨୦୨୪ରେ ସବୁଠୁ ଅଧିକ ପ୍ରଭାବ ପକାଇଥିବା ପ୍ଲେୟାରଙ୍କ ମଧ୍ୟରେ ସାମିଲ ରହିଛନ୍ତି । ଯଦିଓ ଏହାପରେ ବି ଟିମ ମ୍ୟାନେଜମେଣ୍ଟ ତାଙ୍କୁ ନଜର ଅନ୍ଦାଜ କରିଥିଲା । ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ ୨୦୨୪ରେ କୌଣସି ସ୍କ୍ୱାଡରେ ସାମିଲ କରାଯାଇନାହିଁ । ଯେଉଁକାରଣ ପାଇଁ ସିଲେକ୍ଟର୍ସ ଓ ବିସିସିଆଇ ଉପରେ ଏହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ଯେଉଁଠି ଗୋଟିଏ ପଟେ ବାକି ଟିମ ଯୁବ ଖେଳାଳିଙ୍କ ଉପରେ ଭରସା କରୁଛି, ସେପଟେ ଭାରତୀୟ ଟିମ ଏବେ ବି ବୟସ ବଢୁଥିବା ଖେଳାଳିଙ୍କୁ ଖେଳାଉଛି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *