ଆଜିର ରାଶିଫଳ 14 ମେ ମଙ୍ଗଳବାର 2024 ,କେମିତି କଟିବ ଆଜିର ଦିନ

ମେଷ ରାଶି – ଆଜି ଦ୍ୱିଜା ନକ୍ଷତ୍ର ସାହାଯ୍ୟ, ସହଯୋଗ ଲାଭକରି ହାତକୁ ନେଇଥିବା କାମ ସମ୍ପନ୍ନ କରିପାରିବେ। ବନ୍ଧୁଙ୍କ ପରାମର୍ଶରେ ପରିବାରର ସହମତି ନେଇ କୌଣସି ଦୀର୍ଘମିଆଦୀ ଯୋଜନା ଶୁଭାରମ୍ଭ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। କର୍ମକ୍ଷେତ୍ରର କଅଁଳ କଥା କହି ପରିସ୍ଥିତିକୁ ସୁଧାରିନେବେ।

ବୃଷ ରାଶି – ସ୍ବଗୃହୀ ଶନି ଦଶମ କେନ୍ଦ୍ରସ୍ଥ ଯୋଗୁ କର୍ମକ୍ଷେତ୍ରରେ ଦାୟିତ୍ୱବୋଧ ଅସୁସ୍ଥ ମାନସିକତାକୁ ନିମନ୍ତ୍ରଣ କରିବ। କର୍ମାରମ୍ଭ କ୍ଷେତ୍ରରେ ନିଷ୍ପତ୍ତିର ପରିବର୍ତ୍ତନ ସାଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିପାରେ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ବନ୍ଧୁଙ୍କ ପକ୍ଷପାତିତାକୁ କେନ୍ଦ୍ରକରି ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିପାରେ।

ମିଥୁନ ରାଶି – ଆଜିର ଗ୍ରହ ସ୍ଥିତି ପ୍ରଭାବରୁ କୌଣସି କାମ ଅଟକି ରହିବ ନାହିଁ। ବନ୍ଧୁଙ୍କ ସାହାଯ୍ୟରୁ ଅର୍ଥନୈତିକ ସ୍ଥିତିରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେବ। ମୃଗଶିରା ନକ୍ଷତ୍ର ସକାଶେ ଶତ୍ରୁତାର ସାମ୍‌ନା ସାମ୍‌ନିର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ, କିନ୍ତୁ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ।

କର୍କଟ ରାଶି – ପାପଗ୍ରହ ଦୃଷ୍ଟିବର୍ଜିତ କର୍ମସ୍ଥ ଚନ୍ଦ୍ରଙ୍କ ଯୋଗୁ ଅର୍ଥ, ସମ୍ମାନ, ପ୍ରତିଷ୍ଠା ଓ ପ୍ରଶଂସା ପାଇପାରିବେ। ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ସକାଳୁଆ ଯାତ୍ରା ଓ ମଙ୍ଗଳଜନକ କାମ ଆହ୍ଲାଦଦାୟକ ହେବ। ପାରିବାରିକ, ବ୍ୟବସାୟିକ, ଆନୁଷ୍ଠାନିକ କାର୍ଯ୍ୟକ୍ରମ ସହ ବନ୍ଧୁସମ୍ପର୍କରୁ ଆଶାନୁଯାୟୀ ସୁଫଳ ପାଇବେ।

ସିଂହ ରାଶି – ଆଜି ଦୁଃସ୍ଥାନସ୍ଥ ମଙ୍ଗଳ ଯୋଗୁ ସାମାଜିକ ଓ ପାରିବାରିକ କ୍ଷେତ୍ରର ସ୍ଥିତି ଭଲ ରହିବ ନାହିଁ। ବୁଧଙ୍କ ପ୍ରଭାବରୁ ସାଙ୍ଗସାଥୀଙ୍କ ସାହଚର୍ଯ୍ୟରେ ବକେୟା ଅର୍ଥ ଆଦାୟ କରିପାରିବେ। ଉଚ୍ଚବର୍ଗର ବ୍ୟକ୍ତିଙ୍କ ସହଯୋଗ ପାଇ ସ୍ଥଗିତ କାମର ପୁନଃ ଆରମ୍ଭ କରିପାରନ୍ତି। ବହୁ ଦିନରୁ ହଜିଯାଇଥିବା ଜିନିଷଟିର ଖୋଜଖବର ଆଜି ପାଇଯିବେ।

କନ୍ୟା ରାଶି – ସପ୍ତମ କେନ୍ଦ୍ରର ପାପଗ୍ରହଜନିତ ସାମୟିକ ପ୍ରତିବାଦର ସ୍ବର ଏବଂ ପ୍ରତିରୋଧର ଆଶଙ୍କାରେ ମନ ହଲଚଲ ହୋଇପାରେ। ବନ୍ଧୁଙ୍କ ସହ ବାକ୍‌ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହେବା ସୂଚନା ରହିଛି। ଚିତ୍ରା ନକ୍ଷତ୍ର ସମସ୍ୟାମୂଳକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ଯେସାକୁ ତେସା ନୀତିରେ କାମକରି ସମାଲୋଚିତ ହେବେ।

ତୁଳା ରାଶି – ସପ୍ତମ କେନ୍ଦ୍ରର ପାପଗ୍ରହଜନିତ ସାମୟିକ ପ୍ରତିବାଦର ସ୍ବର ଏବଂ ପ୍ରତିରୋଧର ଆଶଙ୍କାରେ ମନ ହଲଚଲ ହୋଇପାରେ। ବନ୍ଧୁଙ୍କ ସହ ବାକ୍‌ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହେବା ସୂଚନା ରହିଛି। ଚିତ୍ରା ନକ୍ଷତ୍ର ସମସ୍ୟାମୂଳକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ଯେସାକୁ ତେସା ନୀତିରେ କାମକରି ସମାଲୋଚିତ ହେବେ।

ବିଛା ରାଶି – ଆପଣଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ହେତୁ ମାନସିକ ଅସ୍ଥିରତା ଲାଗି ରହିବ। ଦୀର୍ଘଦିନରୁ ଲାଗିରହିଥିବା ସମସ୍ୟାର ସମାଧାନ ହେବା କାରଣରୁ ବ୍ୟସ୍ତତା ଦୂରହୋଇଯିବ। ଅନୁରାଧା ନକ୍ଷତ୍ର ସକାଶେ ଖଳଲୋକମାନେ ଅପପ୍ରଚାର କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିପାରେ।

ଧନୁ ରାଶି – ସମସ୍ୟାର ଆଶୁ ସମାଧାନପୂର୍ବକ କାମ ହାସଲ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ଆଶା ରହିଛି। ମୂଳା ନକ୍ଷତ୍ରର ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେବ। କର୍ମକ୍ଷେତ୍ରରେ, ରପ୍ତାନି ବାଣିଜ୍ୟରେ, ପରିବହନରେ ଅସଫଳ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରେ ରାଜନୀତିରେ ପ୍ରଶଂସିତ ହେବା ସୂଚନା ରହିଛି।

ମକର ରାଶି – ପୂର୍ବ ନିର୍ଦ୍ଧାରିତ ଯୋଜନା ବଦଳାଇବା କଷ୍ଟକର ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ଉପକୃତ ହେବେ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଦ୍ୱାରକୁ ଗମନ କରିବାକୁ ପଡ଼ିପାରେ। ଶ୍ରବଣା ନକ୍ଷତ୍ର ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ।

କୁମ୍ଭ ରାଶି – କଠିନ ଶ୍ରମ ସାଙ୍ଗକୁ ଖାଦ୍ୟରେ ବ୍ୟତିକ୍ରମ ହେତୁ ଅଜୀର୍ଣ୍ଣ ଓ ଆମାଶୟ ଦେଖାଦେଇପାରେ। ଶତଭିଷା ନକ୍ଷତ୍ର ପାଇଁ ବେଖାତିର ମନୋଭାବ ନେଇ ବନ୍ଧୁମାନେ ଅସହଯୋଗ କରିପାରନ୍ତି। ତର୍କବିତର୍କ ଶେଷରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ଆଶଙ୍କା ଦେଖାଦେଇପାରେ।

ମୀନ ରାଶି – ଆପଣଙ୍କ କଥା ଓ କାମରେ ଫରକ ନ ଥିବା କାରଣରୁ ସଫଳତା ଅବଶ୍ୟମ୍ଭାବୀ। ଦିନଟିରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ । ରେବତୀ ନକ୍ଷତ୍ର ମୁହଁରେ ମଧୁର କଥା କହୁଥିଲେ ମଧ୍ୟ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।

Leave a Reply

Your email address will not be published. Required fields are marked *