ଆଜିର ରାଶିଫଳ 13 ମେ ସୋମବାର 2024 ,କେମିତି କଟିବ ଆଜିର ଦିନ

ମେଷ ରାଶି – ଆଜି ଅନୁକୂଳ ଗ୍ରହସ୍ଥିତି ସହିତ ସ୍ବଗୃହୀଚନ୍ଦ୍ର ପ୍ରଭାବରୁ ଆନୁଷ୍ଠାନିକ କାର୍ଯ୍ୟ, କର୍ମାରମ୍ଭ, ବନ୍ଧୁମିଳନର ସୁଯୋଗ ମିଳିବ। କୌଣସି ଭଲ କାମରେ ନିଜକୁ ନିୟୋଜିତ କରି ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଶଂସାଭାଜନ ହେବେ। ପରିବାରରେ ନିଜ ଅଧିକାର ଜାହିର କଲେ ଅପଦସ୍ଥ ହେବାକୁ ପଡିପାରେ। ଋଣ ପରିଶୋଧ ପାଇଁ ମାର୍ଗ ପ୍ରଶସ୍ତ ହୋଇ ନ ପାରେ।

ବୃଷ ରାଶି – ଆଜିର ଗ୍ରହଯୋଗ ପ୍ରଭାବରୁ ଅର୍ଥ ପାଇବାର ଅଭିଳାଷ ରଖି କୈାଣସି ବ୍ୟକ୍ତି ପ୍ରଶଂସା କରିପାରନ୍ତି। ସମସ୍ୟା ବହୁଳ ପାରିବାରିକ ଜୀବନରେ ସାମାନ୍ୟ ରିହାତି ମିଳିପାରେ। ବହୁତ ଦିନରୁ ପ୍ରତୀକ୍ଷା କରିଥିବା ଖବରଟିକୁ ହଠାତ୍‌ ପାଇ ଉତ୍‌ଫୁଲ୍ଲିତ ହୋଇଯିବେ। ଆନୁଷ୍ଠାନିକ କାମରେ ଆବଶ୍ୟକ ସହଯୋଗର ଆଶା ବୃଥା ହେବନାହିଁ।

ମିଥୁନ ରାଶି – ଧନାଧିପ ଧନସ୍ଥ ଯୋଗୁ ବକେୟା ଆଦାୟ ସକାଶେ ଆଲୋଚନା କରିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନ ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଆଜିର ଯାତ୍ରାରେ ସତର୍କ ନ ରହିଲେ କିଛି ଜିନିଷ ହଜିଯାଇପାରେ। କର୍ମକ୍ଷେତ୍ରରେ ଜଣେ ସହକର୍ମୀ ସହିତ ସାମାନ୍ୟ କଥାରୁ ଝଗଡା ଲାଗିପାରେ।

କର୍କଟ ରାଶି – ଆଜି ରାଶ୍ୟାଧିପଙ୍କ ସୁପ୍ରଭାବରୁ ପ୍ରତ୍ୟେକ ଆଶା ଓ ଅଭିଳାଷ ପୂରଣ ହୋଇଯିବ। କିନ୍ତୁ ଶନିଙ୍କ କୁପ୍ରଭାବରୁ କୌଣସି ଅସୁବିଧା ନ ଥାଇ ମଧ୍ୟ ସବୁ କାମ ବିଳମ୍ବରେ ସମ୍ପନ୍ନ ହେବ। ଗଣତନ୍ତ୍ର, ଲୋକସମ୍ପର୍କ, ସଂଗଠନ ଓ ଆଇନ ଅଦାଲତରୁ ସୁଫଳ ଲଭିବେ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।

ସିଂହ ରାଶି – ରବି ଓ ଶନିଙ୍କ ଷଡାଷ୍ଟକ ସ୍ଥିତି ପାରିବାରିକ କ୍ଷେତ୍ରରେ ମତାନ୍ତରଜନିତ ଅଶାନ୍ତି ଉଦ୍ରେକ କରିପାରେ। ଆବଶ୍ୟକତା ପୂରଣ ପାଇଁ ଆଜି କିଛି ଅଧିକ ଅର୍ଥ ଦରକାର ପଡିବ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଆଶା ଉଜ୍ଜ୍ୱଳ ହେବାର ଲକ୍ଷ୍ୟ କରିବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବା ସାଙ୍ଗକୁ ଟେନସନ୍‌ କିଛି ମାତ୍ରାରେ କମିଯାଇପାରେ।

କନ୍ୟା ରାଶି – ସପ୍ତମସ୍ଥ ତୃତୀୟାଧିପ ହେତୁ ସମ୍ପର୍କୀୟଙ୍କ ଜରିଆରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ କରିବେ। ଅଭାବ ନ ଥିଲେ ମଧ୍ୟ ବେହିସାବୀ ଖର୍ଚ୍ଚ ସକାଶେ ପରିବାରରୁ ତାଗିଦ୍‌ ପାଇପାରନ୍ତି। ଆଜି କର୍ମକ୍ଷେତ୍ରରେ ବିବାଦୀୟ ହେବେ। କଳା, କ୍ରୀଡା, ସାହିତ୍ୟ, ସାମ୍ବାଦିକତା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।

ତୁଳା ରାଶି – ସପ୍ତମଭାବସ୍ଥ ଗ୍ରହପ୍ରଭାବରୁ ଆଜି ଶିଳ୍ପ, ବ୍ୟବସାୟ ଓ ଯାତ୍ରା ପାଇଁ ଦିନଟି ପ୍ରଶସ୍ତ ରହିବ। କୌଶଳକ୍ରମେ ଅନ୍ୟକୁ କାମରେ ଲଗାଇ ଫାଇଦା ହାସଲ କରି ପାରିବେ। ଅନଟନ ଦୂରେଇ ଯିବା ସହ ଆର୍ଥିକ ଅଭିବୃଦ୍ଧି ପାଇଁ କୈାଣସି ଯୋଜନା ଫଳପ୍ରସୂ ହୋଇପାରେ। ବନ୍ଧୁମାନଙ୍କ ପ୍ରେରଣାରେ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇ ପାରନ୍ତି।

ବିଛା ରାଶି – ଚନ୍ଦ୍ରଙ୍କ ଏକାଦଶସ୍ଥ ବୃହସ୍ପତି ହେତୁ ଏକାଧାରରେ ଶାରୀରିକ ଓ ମାନସିକ ସୁସ୍ଥତାକୁ ଋଦ୍ଧିମନ୍ତ କରିବ। ବୈଷୟିକ ଅଭିବୃଦ୍ଧି ଏବଂ ବନ୍ଧୁସମ୍ପର୍କ ଦୃଢୀଭୂତ ହୋଇପାରେ। ରାଶ୍ୟାଧିପ ରାହୁଯୁକ୍ତ କାରଣରୁ ନେଗେଟିଭ୍‌ ଚିନ୍ତା ମନକୁ ଆକ୍ରାନ୍ତ କରିପାରେ। ପରିବାରର ସମସ୍ୟା ଦିଗରେ ବନ୍ଧୁ ପରାମର୍ଶ ଗ୍ରହଣଯୋଗ୍ୟ ହେବ।

ଧନୁ ରାଶି – ଆଜି ଦିନର ଗ୍ରହସ୍ଥିତି ଭଲ ନ ଥିବାରୁ ଜଗିରଖି ଚଳିବା ଭଲ। କୋଣଭାବସ୍ଥ ଗ୍ରହଜନିତ ଯାହା ଚାହଁୁଥିବେ ତାହା ପାଇବାରେ ଅସୁବିଧା ହୋଇ ନ ପାରେ। ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ ଓ ପ୍ରତିଷ୍ଠା ମିଳିବ। ରାଜନୀତି, ଆଇନ, ଗବେଷଣା, ସଭାସମିତି କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବାର ସୂଚନା ମଧ୍ୟ ରହିଛି।

ମକର ରାଶି – ଆଜିର ସପ୍ତମସ୍ଥ ସ୍ବଗୃହୀଚନ୍ଦ୍ର ହେତୁ ଯାତ୍ରା, ବାଣିଜ୍ୟ ଦିଗରୁ ସୁଫଳ ମିଳିବ। ଦୈନନ୍ଦିନ କାମରେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଏବଂ ଆପଣଙ୍କ ସକାଶେ କିଛି ମଧ୍ୟ କରିପାରନ୍ତି। ଗୁରୁଜନଙ୍କ କଥାକୁ ଭାଙ୍ଗି ନ ପାରି ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କଲେ ଉପକୃତ ହେବେ। ବିବାଦୀୟ ପରିସ୍ଥିତିର ମୁକାବିଲା କରିବାକୁ ପଡିପାରେ।

କମ୍ଭ ରାଶି – ଦେହରେ ବସାବାନ୍ଧି ରହିଥିବା ରୋଗ, ଶୁଝିପାରୁ ନ ଥିବା ଋଣ ଏବଂ ସମାଲୋଚନା କରୁଥିବା ଲୋକଟି ପାଇଁ ଚିନ୍ତା ବଢିଯିବ। ଗୁରୁଜନଙ୍କ ଉସତ୍ାହ ପାଇ ଦୁଃସାଧ୍ୟ ସାଧନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ଆଲୋଚନା, ବ୍ୟବସାୟିକ ପରିସ୍ଥିତି ସକାଶେ ବ୍ୟସ୍ତତା ପ୍ରକାଶ କରିବେ।

ମୀନ ରାଶି – ପରିବାରରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ। ସାହିତ୍ୟ ଚର୍ଚ୍ଚା,ସଭାସମିତି, ଦୂର ଭ୍ରମଣ, ରାଜନୀତି ଏବଂ ପ୍ରଶାସନିକ କାର୍ଯ୍ୟ ପାଇଁ ଦିନଟି ଭଲ। କେତେକ ବ୍ୟକ୍ତିଙ୍କ ଅସହଯୋଗଜନିତ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ପୁରାତନ ରୋଗଜନିତ ଶାରୀରିକ ପୀଡାରେ କଷ୍ଟ ପାଇପାରନ୍ତି।

Leave a Reply

Your email address will not be published. Required fields are marked *