ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର ,ହ୍ୱାଟ୍ସଅପରେ ଅତି ସହଜରେ ଦେଖିପାରିବେ ନିଜ ରେଜଲ୍ଟ Student ମାନେ ଶୀଘ୍ର ଦେଖନ୍ତୁ

ଏବେ ଏବେ ଆସିଲ ମାଟ୍ରିକ ପରୀକ୍ଷା ଫଳକୁ ନେଇ ବହୁତ୍ ବଡ଼ ଖବର ଯାହାକୁ ମେଟ୍ରିକ୍ ପରୀକ୍ଷା ଦେଉଥିବା ଛାତ୍ର ଓ ଛାତ୍ରୀମାନଙ୍କର ଜାଣିବା ନିହାତି ଆବଶ୍ୟକ ଆସନ୍ତୁ ଜାଣିବା ସେହି ଗୁରୁତ୍ଵ ପୂର୍ଣ୍ଣ ଖବର ବିଷୟରେ ।କଟକ: ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଭ ପ୍ରକାଶ ପାଇବ।

ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ଯମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖୁଛି । ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମଟ୍ରିକ ଫଳ ପ୍ରକାଶନ ବ୍ୟବସ୍ଥାରେ ଏଥର କିଛି ନୂଆ ପଦକ୍ଷେପ ନେଇଥିବାରୁ ଫଳ ପ୍ରକାଶ ଲାଗି ଆକଳନ ହୋଇଥିବା ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି।

ପରୀକ୍ଷା ଫଳ ପ୍ରକାଶ ପରେ କୃତୀ ପରୀକ୍ଷାର୍ଥୀମାନଙ୍କୁ ଡିଜିଟାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥ୍ ଇଥ‌ିବା ବେଳେ ଏବେ ହ୍ବାଟସ୍‌ଆପ୍‌ରେ ପରୀକ୍ଷାର୍ଥୀମାନ ରେଜଲ୍ଭ ଜାଣିବା ଲାଗି ଆଉ ଏକ ନୂଆ ପଦକ୍ଷେପ ନେବାକୁ ବୋର୍ଡ ପ୍ରସ୍ତୁତି ଚଳାଇଛି।

ଫଳ ପ୍ରକାଶ ମାତ୍ରେ ପରୀକ୍ଷାର୍ଥୀମାନେ ହାତପାଆନ୍ତାରେ ରେଜଲ୍ସ ସିଟ୍ ପାଇବା ଲାଗି ବୋର୍ଡ ପକ୍ଷରୁ ହ୍ରାଟସ୍‌ଆପ୍‌ରେ ଏହି ସୁବିଧା ଉପଲବ୍ଧ କରାଇବାକୁ ଯୋଜନା ହୋଇଛି।

Leave a Reply

Your email address will not be published. Required fields are marked *