କଳା ପାଣିର କଳା କାହାଣୀ ,ଏହି ଜେଲର ଦଣ୍ଡର ସତ୍ୟତା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ନମସ୍କାର ବନ୍ଧୁଗଣ ଯାହାର ନାଁ ଶୁଣିଲେ ଦେହ ଥରେ, ମନରେ ଖେଳିଯାଏ ଅଜଣା ଭୟ ସେହି ସ୍ଥାନର ନାମ ହେଉଛି କଳାପାଣି ଦଣ୍ଡ । ଯେଉଁ ଜାଗାର ନାଁ ଶୁଣିଲେ ଦେହ ଓ ମନ ଥରି ଉଠେ ଅତୀତରେ କଳାପାଣି ଦଣ୍ଡର ନାଁ ଶୁଣିଲେ କଏଦୀ ମାନେ ଥରୁଥିଲେ । ସତ କହିବାକୁ ଗଲେ ଏହା ଏକ ଜେଲ ଯାହା ଏକ ଶର୍କୁଲାର ଜେଲ ନାମରେ ଜଣାଶୁଣା ଆଣ୍ଡାମାନ ନିକୋବର ଦ୍ଵିପପୁଞ୍ଜର ବୋଟବ୍ଲେୟରରେ ଏହି କଳାପାଣି ରହିଛି ଭାରତ ଠାରୁ ହଜାର ହଜାର କିମି ଦୂରରେ ଥିବା ଏହି ଜେଲକୁ ଇଂରେଜ ମାନେ ତିଆରି କରିଥିଲେ ।

ଯେଉଁ ଥରେ ଭାରତର ସ୍ଵତନ୍ତ୍ରତାର ସୁନାମିକୁ ବନ୍ଦୀ କରି ରଖାଯାଇଥିଲା । କିନ୍ତୁ ସଂସ୍କୃତ ଭାଷାରେ କଳାପାଣିର ଅର୍ଥ ହେଉଛି ମୃତ୍ୟୁର ସ୍ଥାନ । ଯେଉଁ ଜାଗାକୁ ଥରେ ଯିଏ ଯାଏ ଆଉ ଫେରେ ନାହି । ତେବେ ଇଂରେଜ ମାନେ ଏହାର ନାମ ସିକ୍ଯୁଲାର ରଖିବା ପଚରା ଏକା ଆଶ୍ଚର୍ଯ୍ୟ ଜନକ କାରଣ ମଧ୍ୟ ରହିଛି ।ଏହାର କାରଣ ହେଉଛି ୧୮୫୭ ଖ୍ରୀଷ୍ଟାବ୍ଦ ରେ କଳାପାଣିର ଏହି କାରାଗାର ରେ ମୂଳଦୁଆ ପଡି ୧୯୦୬ ମସିହାରେ କାମ ଶେଷ ହୋଇଥିଲା ।

ସେତେବେଳେ କଏଦୀ ଙ୍କୁ ପାଇଁ ତିଆରି ହୋଇଥିବା ଏହି ସିକ୍ଯୁଲାର ଜେଲରେ ୬୯୮ଟି କୋଠରି ରହିଥିଲା । ପ୍ରତେକ କୋଠରି ୧୫.୮ ଫୁଟ ହୋଇଥିବା ବେଳେ କଏଦୀ ମାନେ ପରସ୍ପର ସହ କଥା ନ ହେବ ପାଇଁ କୋଠରି ଗୁଡିକରେ ୩ ମିଟର ଉଚ୍ଚର ସ୍କ୍ଯାଏ ଲାଇଟ ତିଆରି ହୋଇଥିଲା ।ଏହି ଜେଲ ରେ ଯେଉଁ ମାନେ ଯାଉଥିଲେ ଇଂରେଜ ମାନେ ତାଙ୍କ ପ୍ରତି ବହୁତ ଅତ୍ୟାଚାର କରୁଥିଲେ ବୋଲି କୁହା ଯାଉଛି ।

କଏଦୀ ଙ୍କ ପାଇଁ ପାଲଟି ଥିବା କଳାପାଣି ଜେଲର ଚତୁପାର୍ଶ୍ଵରେ ରହିଛି ଗଭୀର ସମୁଦ୍ର । ହଜାର ହଜା କିମି ପରଜ୍ଯ ଲମ୍ବିଥିବା ଏହି ଅଚଳ ସମୁଦ୍ରକୁ ପାର କରିବା ପାଇଁ କୌଣସି ବ୍ୟକ୍ତି ପକ୍ଷରେ ସମ୍ଭବ ନୁହେଁ । ଯଦି କୌଣସି କଏଦୀ ଜେଲ ରୁ ଖସି ପଳାୟନ କରିବାକୁ ଚେଷ୍ଟା କରେ ତେବେ ସେହି ଗଭୀର ସମୁଦ୍ର ଭିତରେ ବୁଡି ମାରିବା ସାରା ଅଟେ ।ଏମିତିକି ଏଠାରେ କଏଦୀ ମାନଙ୍କ ପାଇଁ ସ୍ଵତନ୍ତ୍ର କୋଠରି ରହିଥିଲା । ଯେଉଁଠି କଏଦୀ ମାନେ ଅଲଗା ଅଲଗା ରହିବା ସହ କେହି କାହା ସହ କଥା ହୋଇପାରୁ ନ ଥିଲେ ।

ଏହି କାରଣରୁ କଳାପାଣି ଜେଲ କୁ ସ୍ଵତନ୍ତ୍ର ସେଲୁଲାର ଜେଲ ବୋଲି ମଧ୍ୟ କୁହାଯାଏ । ଏତେବ ସବୁ ବାଦ ଏହି ଜେଲରେ ବନ୍ଦୀ ଜୀବନ କାଟୁଥିବା ଅନେକ ଭାରତୀୟଙ୍କୁ ଫାଶୀ ଦଣ୍ଡ ଦିଆ ଯାଇଛି ।ଆଜି ବି ଏଠାରେ ବହୁ ବନ୍ଦୀଙ୍କ ମୃତ୍ୟୁ ହୋଇଛି । ଯାହାର କାରଣ ଏ ଯାଏ ଜଣା ପଡି ନାହି । ଭାରତୀୟଙ୍କ ଲହୁ ଓ ଲୁହରେ ଏହି ଜେଲ ଜରଜିତ ହୋଇଥିବାରୁ ଭାରତୀୟ ଇତିହାସରେ ଏହାକୁ ଅନ୍ଧକାରର ଅଧୟୟ କୁହାଯାଏ ।

Leave a Reply

Your email address will not be published. Required fields are marked *