ଅକ୍ଷୟ ତୃତୀୟା ଦିନ ଘରକୁ ଆଣନ୍ତୁ ଏହି ୫ଟି ଜିନିଷ ,ମାତା ଲକ୍ଷ୍ମୀଙ୍କ କୃପାରୁ ପୁରା ବର୍ଷ ଧନ ପ୍ରାପ୍ତି ହେବ ଥରେ ନିଶ୍ଚୟ ଆଣିକି ଦେଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଅକ୍ଷୟ ତୃତୀୟାର ବିଶେଷ ମହତ୍ତ୍ଵ ବିଷୟରେ ଏବଂ ଅକ୍ଷୟ ତୃତୀୟା ଦିନ କେଉଁ କାର୍ଯ୍ୟ କଲେ ଆପଣଙ୍କୁ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦା ସର୍ବଦା ପ୍ରାପ୍ତି ହୋଇଥାଏ । ଏହି ବର୍ଷ ଅକ୍ଷୟ ତୃତୀୟା ମେ ମାସ ୧୦ ତାରିଖ ଦିନ ଅର୍ଥାତ୍ ଶୁକ୍ରବାର ଦିନ ପଡ଼ିଅଛି। ବୈଶାଖ ମାସରେ ଅକ୍ଷୟ ତୃତୀୟା ଅତ୍ୟନ୍ତ ମହତ୍ତ୍ଵ ଅଟେ ଅର୍ଥାତ୍ ସବୁ ମାସ ଠାରୁ ବୈଶାଖ ମାସରେ ପୁଣ୍ୟ ଅର୍ଜନ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ ।

ଅକ୍ଷୟ ତୃତୀୟାରେ ଆପଣ ଯେକୌଣସି କାର୍ଯ୍ୟ କରିବେ ତାହା ଅକ୍ଷୟ ହୋଇକି ରହିବ ।ଅର୍ଥାତ୍ ତାହା କେବେ ମଧ୍ୟ କ୍ଷୟ ହେବ ନାହିଁ ତାହା ସର୍ବଦା ବଢ଼ି ବଢ଼ି ଚାଲିବ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ ଘରକୁ କେଉଁ ଜିନିଷ ଆଣିଲେ ଘରକୁ କେଉଁ କାମ କଲେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।ପ୍ରଥମ କଥା ଆପଣ ଯଦି ଘରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଫୋଟ ଘରେ ରଖିଛନ୍ତି

ତେବେ ଆପଣ ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀ ଏବଂ ବିଷ୍ଣୁ ଙ୍କ ବିଶେଷ ଭାବରେ ପୂଜାର୍ଚ୍ଚନା କରନ୍ତୁ ଏବଂ ଯଦି ଆପଣ ଘରେ ଶାଳ ଗ୍ରାମ କରିଛନ୍ତି ତେବେ ଏହି ଦିନ ଶାଳ ଗ୍ରାମକୁ ବିଶେଷ ଭାବରେ ପୂଜା କରି ନିଜ ଶକ୍ତି ମୁତାବକ କିଛି ପ୍ରସାଦ ପ୍ରସ୍ତୁତ କରି ଘରେ ଭୋଜନ ଲଗାଇ ଦିଅନ୍ତୁ ଏହି ଦିନ ଆପଣ ଯଦି ଗୋଟିଏ ଥର ରାମ ନାମ ଜପ କରିଦେବେ

ତେବେ ଏହା ଆପଣଙ୍କ ସମସ୍ତ ପାପକୁ ନଷ୍ଟ କରିଦେବ । ଆପଣ ଏହି ଅକ୍ଷୟ ତୃତୀୟା ଦିନ କିଛି ସୁନା ପିତଳ ଘରକୁ କିଣି ଆଣନ୍ତୁ ଏବଂ ଏହାକୁ ମା ଲକ୍ଷ୍ମୀ ଥିବା ସ୍ଥାନରେ ରଖି ପୂଜା କରି ଦିଅନ୍ତୁ ଯଦି ଆପଣଙ୍କ ପାଖରେ ସୁନା ରୂପା ଆଣିବାର କ୍ଷମତା ନାହିଁ ତେବେ ଆପଣ ଏହି ଦିନ ଚାଉଳ ,ଡାଲି ଏବଂ ଚିନି ଗହମ ଆଣିବେ ତେବେ ଆପଣଙ୍କ ଘରେ ମା ଅନ୍ନପୂର୍ଣ୍ଣା ବାସ କରିଥାଆନ୍ତି

Leave a Reply

Your email address will not be published. Required fields are marked *