ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖବର ,ମେ ତୃତୀୟ ସପ୍ତାହରେ ବାହାରିବ ସବୁ Student ଙ୍କ ଫଳାଫଳ

ନମସ୍କାର ବନ୍ଧୁଗଣ ଏବେ ଏବେ ଆସିଲା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କୁ ନେଇ ଏକ ବଡ ଅପଡେଟ ବର୍ତ୍ତମାନ ଯାହାବି କିଛି ନୂଆ ସୂଚନା ମିଳିଛି ତାହା ସମସ୍ତେ ଜାଣି ରଖିବା ଜରୁରୀ ତେବେ ଚାଲନ୍ତୁ ଆଉ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା ଏବେ 22 ତାରିକରେ ଯୁକ୍ତ ଦୁଇ ଖାତା ଦେଖା ଶେଷ ହୋଇଥିବା ବେଳେ ପରିଷଦ ପକ୍ଷରୁ ମୂଲ୍ୟାୟନ ମାର୍କକୁ ୱେବସାଇଟରେ ପ୍ରକାଶ ପ୍ରକ୍ରିୟା ପାଇଁ ଏକ ଆଇଟି ଫାର୍ମକୁ ଦାୟିତ୍ଵ ଦିଆଯାଇଛି ।

ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରେଜଲ୍ଟ ପ୍ରକାଶ ରେ ସାମାନ୍ୟ ବିଳମ୍ବ ହୋଇପାରେ । ସୂଚନାଯୋଗ୍ୟ ମୋଟ ଚଳିତ ବର୍ଷ ମୋଟ ତିନି ଲକ୍ଷ ଛୟା ଅସି ଦୁଇଶହ ପଚାଶ ଜଣ ପରୀକ୍ଷା ଦେଇଛନ୍ତି ସମୁଦାୟ ସତେଇଶି ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି । ଗ୍ରୀଷ୍ମ ପ୍ରବାହ ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲା ପ୍ରଥମ।ପର୍ଯ୍ୟାୟ ଖାତା ଦେଖା ଏପ୍ରିଲ 2 ରେ ସରିବାକୁ ଥିବା ବେଳେ ଏହା ଚାରି ଦିନ ବିଳମ୍ବରେ ସରିଥିଲା

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଏପ୍ରିଲ 20 ରେ ଶେଷ ହେବାକୁ ଥିବା ବେଳେ ଏପ୍ରିଲ 22ରେ ସରିଥିଲା ବୋର୍ଡର ଜଣେ ବରିଷ୍ଟ ଅଧିକାରୀଙ୍କ କହିବା କଥା ଖାତା ଦେଖାରେ ଟିକେ ବିଳମ୍ବ ହୋଇଛି । ରେଜଲ୍ଟ ପ୍ରକାଶ ପାଇଁ ବିଭିନ୍ନ ପ୍ରକ୍ରିୟା ରହିଛି

ତଥାପି ମେ ତୃତୀୟ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବା ପାଇଁ ଲକ୍ଷ ରଖାଯାଇଛି । ଚଳିତ ଏକା ଥରକେ କଳା,ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ମିଳିଥିବା ସୂଚନା ଅନୁସାରେ ଯୁକ୍ତ ଦୁଇ ପରୀକ୍ଷା ଫଳ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *