ବଢ଼ି ଚାଲିଛି ଗ୍ରୀଷ୍ମର ତାତି ଖରାରେ କଲବଲ ହେଉଛନ୍ତି ଓଡ଼ିଶା ବାସୀ ,ଆହୁରି ପାଞ୍ଚ ଦିନ ରେଡ଼ ୱାର୍ଣ୍ଣିଙ୍ଗ

୨୪ ଘଣ୍ଟା ବ୍ୟବଧାନରେ ପୁଣିଥରେ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର ଓ କଟକ। ଗୁରୁବାର ୪୦ ଡିଗ୍ରି ତଳେ ଥିବା ଟୁଇନ୍ ସିଟିର ତାପମାତ୍ରା ଆଜି ପୁଣିଥରେ ୪୦ ଡିଗ୍ରି ପାର୍ କରିଛି। ଭୁବନେଶ୍ବରରେ ୪୧.୬ ଡିଗ୍ରି ଓ କଟକରେ ୪୦.୫ ଡିଗ୍ରି ରେକର୍ଡ କରାଯାଇଛି। ୪୪.୬ ଡିଗ୍ରି ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି । ଏହା ତଳକୁ ଟିଟିଲାଗଡ଼ରେ ୪୪, ନୂଆପଡ଼ାରେ ୪୩.୯, ବଲାଙ୍ଗୀରରେ ୪୩.୪, ମାଲକାନଗିରି ଓ ପାରଳାଖେମୁଣ୍ଡିରେ ୪୩.୩, ଭବାନୀପାଟଣାରେ ୪୩ ଡିଗ୍ରି ରେକର୍ଡ କରାଯାଇଛି। ଏହାରି ଭିତରେ ଆଉ ଏକ ଆଶ୍ଵସ୍ତି କଲା ଭଳି ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ ମେ’ ୯ରୁ ୧୫ ତାରିଖ ମଧ୍ୟରେ ଓଡ଼ିଶାବାସୀଙ୍କୁ ଗ୍ରୀଷ୍ମ ପ୍ରବାହ (ହିଭ୍)ରୁ ଆଶ୍ଵସ୍ତି ମିଳିବ। ସର୍ବୋଚ୍ଚ ତାପମାତ୍ରା ସ୍ଵାଭାବିକଠାରୁ କମ୍ ରହିବ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ ସ୍ଥିତି ଉପୁଜିବାକୁ ଥିବାରୁ ୟେଲୋ ୱାଣ୍ଡିଂ ଜାରି ହୋଇଛି।

ମେ’ ୪ରୁ ୬ ମଧ୍ୟରେ ଉପକୂଳ ଓଡ଼ିଶାର ତାପମାତ୍ରା ୩୯ ଡିଗ୍ରି ଓ ଆଭ୍ୟନ୍ତରୀଣ ସ୍ବାଭାବିକଠାରୁ କମ୍ ରହିବ ସର୍ବୋଚ୍ଚ ତାପମାତ୍ରା ରାଜ୍ୟର ଉତ୍ତପ୍ତ ସହର ପାଲଟିଲା | ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୫ ଡିଗ୍ରି ଅଧିକ ରହିବା ମେ” ୬ରୁ ୯ ତାରିଖ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସହ ପବନ ହୋଇପାରେ। ୪ ଓ ୫ ତାରିଖରେ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାରେ ହିଟ୍ୱେଭ୍ ଗୋଟିଏ ପାଲଟିଲା ବୌଦ୍ଧ ଓଡ଼ିଶାର ତାପମାତ୍ରା ୪୦ରୁ ୪୩ ଡିଗ୍ରି ମଧ୍ୟରେ ରହିବ। ଏହାପରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ।

୧୦ରୁ ୧୬ ତାରିଖ ମଧ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ହେବାକୁ ଥିବାରୁ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ କମ୍ ରହିବା ନେଇ ଆକଳନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ଏପ୍ରିଲ ୨୫ରୁ ମେ’ ୧ ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହିଭ୍ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଭ୍) ଅନୁଭୂତ ହୋଇଥିଲା । ଏପ୍ରିଲ ୩୦ରେ ଚଳିତ ସିଜିନ୍‌ର ସର୍ବୋଚ୍ଚ ତାପମାତ୍ରା ବାରିପଦାଠାରେ୪୬.୪ ଡିଗ୍ରି ରେକର୍ଡ ହୋଇଛି | ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ଉପକୂଳ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଏହି ୭ ଦିନରେ ସ୍ଵାଭାବିକ ଭାବେ ୧୨.୪ ମିମି ବର୍ଷା ହେବା କଥା। ମାତ୍ର ଏଥର ୨.୬ ମିମି ହୋଇଛି ।

୨୪୫ ଟି ସ୍ଥାନରେ ଜଳୁଛି ଜଙ୍ଗଲ : କଳାହାଣ୍ଡିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ସବୁଠି ଜଙ୍ଗଲ ଜଳୁଛି। ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଆଁ ବ୍ୟାପୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି । ବନ କର୍ମଚାରୀଙ୍କ ସହ ଓଡ୍ରାଫ୍ ଟିମ୍‌ର ଉଦ୍ୟମ ପରେ ମଧ୍ୟ ଅଧିକାଂଶ ସ୍ଥାନରେ ବନାଗ୍ନି ନିୟନ୍ତ୍ରଣ ଭିତରକୁ ଆସିପାରୁ ନାହିଁ। ଆଜି ଦିନରେ ଓଡ଼ିଶାର ୨୪୫ଟି ବନାଗ୍ନି ଚିହ୍ନଟ କରାଯିବା ପରେ ତାହାକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନିଆଯାଇଛି। ତେବେ ୨୬ଟି ସ୍ଥାନରେ ଲାଗିଥିବା ବଡ଼ଧରଣର ବନାଗ୍ନିକୁ ଆୟତ୍ତ କରାଯାଇପାରି ନ ଥିବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍‌ଇ) ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି। ଦେଶର ୧୭୬ଟି ସ୍ଥାନରେ ବଡ଼ଧରଣର ଜଙ୍ଗଲ ଜଳୁଛି।

ସେଥିମଧ୍ୟରୁ ଉତ୍ତରାଖଣ୍ଡରେ ସର୍ବାଧିକ ୭୭ଟି ଥିବା ବେଳେ ଓଡ଼ିଶାରେ ୨୬, ଛତିଶଗଡ଼ରେ ୨୪, ଝାଡ଼ଖଣ୍ଡରେ ୨୨ରେ ରହିଛି। କଳାହାଣ୍ଡି ଜିଲ୍ଲାର କେଗାଁଓ, ବରଗଡ଼ର ନୃସିଂହନାଥ, କନ୍ଧମାଳର ବେଲଘର, ବାଲିଗୁଡ଼ା, ସୋରଡ଼ା, ସମ୍ବଲପୁରର ନାକଟିଦେଉଳ, ଅନୁଗୁଳର ଆଠମଲ୍ଲିକ, ଦେବଗଡ଼ର ବାରକୋଟେ, ବୌଦ୍ଧର ପୁରୁଣା କଟକ, ସୁନ୍ଦରଗଡ଼ର ଜର୍ଜା, ବରସୁଆଁ, କୋଇଲା, କୁଆରମୁଣ୍ଡା, ବାଙ୍ଗିରିପୋଷି, ପିଠାବଟା, ଡୁକୁରା ଓ ମହିପୁର ରେଞ୍ଜରେ ବଡ଼ଧରଣର ବନାଗ୍ନି ସୃଷ୍ଟି ହୋଇଛି। ୨୪୫ଟି ସ୍ଥାନରେ ଛୋଟ ଓ ମଧ୍ୟମଧରଣର ନିଆଁ ଲାଗିଛି। ଆଜି ନିଆଁ ସାମାନ୍ୟ କମ୍ ରହିଥିଲେ ମଧ୍ୟ ବ୍ରହ୍ମପୁର ଓ ବାରିପଦା ରେଞ୍ଜରେ ଅଧିକ ସଂଖ୍ୟକ ଜଙ୍ଗଲ ନିଆଁ ଲାଗିଛି। ଚଳିତ ସିଜିନ୍‌ର ବନାଗ୍ନିରେ ଓଡ଼ିଶା ଏବେ ମଧ୍ୟ ଦ୍ଵିତୀୟ ସ୍ଥାନରେ ରହିଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୯ହଜାର ୩୫୨ଟି ଓ ଓଡ଼ିଶାରେ ୧୯ହଜାର ୧୨୪ଟିରେ ନିଆଁ ଲାଗିଲାଣି। ୧୬ ହଜାର ୬୦୭ଟି ବନାଗ୍ନି |

Leave a Reply

Your email address will not be published. Required fields are marked *