ନମସ୍କାର ଦର୍ଶକବନ୍ଧୁ AC କିଣିବା ପୂର୍ବରୁ ଜାଣିରଖନ୍ତୁ ଏଇ କେତୋଟି କଥା ନେହେଲେ ଆପଣଙ୍କୁ ସହିବାକୁ ପଡ଼ିପାରେ ଏହିସବୁ କ୍ଷତି ବର୍ତ୍ତମାନ ସମୟରେ ଜଳବାୟୁର ପ୍ରଭାବ ପରିବେଶ ଉପରେ ଏତେ ପ୍ରଭାବ ପକାଉଛି ଯେ ସୂର୍ଯ୍ୟଙ୍କ ଉତ୍ତାପ ଦିନକୁ ଦିନ ତେଜ ହେବାକୁ ଲାଗିଛି ଖାସ କରି ଏହି ଦିନରେ ଅସହ୍ୟ ଖରା ତାତି ଏବଂ ଗରମ ଅନୁଭବ ହେଉଛି |ଖରା ତାତିରୁ ରକ୍ଷା ପାଇବା ପାଇଁ ସମସ୍ତେ ଏସି ଏବଂ କୁଳରର ସାହାଯ୍ୟ ନେଉଛନ୍ତି ଭୀଷଣ ଖରା ଗରମରେ ବିନା ଏସିରେ ରହିବା କୌଣସି ଟଚର ଠାରୁ କମ ନୁହେଁ |
ତେଣୁ ଗରିବ ଲୋକଟିଏ ମଧ୍ୟ କେମିତି କଣ କରି ଏସି କିଣିବାକୁ ଆଗ୍ରହ ପ୍ରକାଶ କରୁଛି | ଆଜି କାଲି ଅଧିକାଂଶ ଲୋକଙ୍କ ଘରେ ଏସି ବ୍ୟବହାର ହେଉଛି ତେବେ ଆପଣ ଯଦି ଖରା ତାତିରୁ ରକ୍ଷା ପାଇବା ପାଇଁ ଏସି କିଣିବା ପାଇଁ ଚାହୁଁଛନ୍ତି ତେବେ ଏସି କିଣିବା ପୂର୍ବରୁ କେତେକ ବିଷୟ ନିହାତି ଜାଣିବା ଉଚିତ ଏହି ସବୁ ବିଷୟରେ ଧାଏଁ ଦେଲେ ଆପଣ ଠକାମିରେ ପଡ଼ିବେ ନାହିଁ |
ଏସି କୁଲର କିଣିବା ପରେ ବିଦ୍ୟୁତ ଖର୍ଚ୍ଚକୁ ମଧ୍ୟ ଜଗିବାକୁ ପଡ଼ିଥାଏ ତେଣୁ ଯେତେବେଳେ ଏସି କିମ୍ବା କୁଲର କିଣୁଛନ୍ତି ସବୁବେଳେ ଅଧିକ ଷ୍ଟାର ରେଟିଙ୍ଗ ଥିବା କୁଲର କିମ୍ବା ଏସି କିଣିବାକୁ ଚେଷ୍ଟା କରନ୍ତୁ ଏହା ଦ୍ୱାରା ବିଦ୍ୟୁତ ଖର୍ଚ୍ଚ କମ ହେବା ସହିତ ଘର ମଧ୍ୟ ଥଣ୍ଡା ରହିଥାଏ | କମ ରେଟିଙ୍ଗ ଵାଲା ଏସି କିଣିବା ଦ୍ୱାରା ଅତ୍ୟଧିକ ବିଦ୍ୟୁତ ଖର୍ଚ୍ଚ ସହ ଥଣ୍ଡା କରିବାରେ ମଧ୍ୟ ସମସ୍ୟା କରିଥାଏ |
ଏସି ଶୀଘ୍ର ଖରାପ ହୋଇ ଖର୍ଚ୍ଚାନ୍ତରେ ପଡ଼ିବାରେ ମଧ୍ୟ ସମ୍ଭାବନା ରହିଥାଏ | ସେହିଭଳି ଆପଣଙ୍କ ଘର ସାଇଜର ଦେଖି ସେତିକି ସାମନାର ଏସି କିଣନ୍ତୁ ଅଯଥାରେ ଅଧିକ କିମ୍ବା କମ କ୍ଷମତା ବିଶିଷ୍ଟ ଏସି କିଣନ୍ତୁ ନାହିଁ | ଆବଶ୍ୟକ ଅନୁସାରେ ଏସିର ବ୍ୟବହାର କରନ୍ତୁ ରକ୍ଷଣା ବେକ୍ଷଣ କରନ୍ତୁ ତେବେ ଯାଇ ଏସି ଭଲ ଚାଲିବା ସହ ଆପଣ କମ ଖର୍ଚ୍ଚାନ୍ତରେ ପଡ଼ିବେ |