Vastu : ମହିଳାମାନେ ଘରେ ଏହି ୫ଟି ଭୁଲ କରିବା ଦ୍ୱାରା ମା ଲକ୍ଷ୍ମୀ ଘରକୁ ଆସିନଥାନ୍ତି , ଖୁବ ଶୀଘ୍ର ସ୍ୱାମୀଙ୍କୁ ଦାଣ୍ଡର ଭିକାରି ସଜେଇ ଦିଅନ୍ତି

ନମସ୍କାର ଦର୍ଶକବନ୍ଧୁ ମହିଳା ମାନେ କେବେବି ଘର ଭିତରେ ଏହି 5 ଟି କାମ କରିବା ଉଚିତ ହୋଇନଥାଏ ନହେଲେ ଘରେ ଦୁଃଖ ଏବଂ ଦାରିଦ୍ରତା ଆସିଥାଏ ମା ଲକ୍ଷ୍ମୀ ଏହି ପରି ଘରୁ ରାଗିକି ଚାଲି ଯାଇଥାଆନ୍ତି ବନ୍ଧୁଗଣ ଆମ ପ୍ରାଚୀନ ଗ୍ରନ୍ଥରେ ସମସ୍ତ ପତି ପତ୍ନୀଙ୍କୁ ଭଗବାନ ଶିବ ଏବଂ ମା ପାର୍ବତୀଙ୍କର ରୂପ ବୋଲି ମନାଯାଏ | ଭଗବାନ ଶିବ ଏବଂ ମା ପାର୍ବତୀ ଦୁହେଁ ଦୁହେଁଙ୍କର ଅଂଶ ଅଟନ୍ତି ଠିକ ସେହିପରି ପତି ପତ୍ନୀ ଦୁହେଁ ଦୁହେଁଙ୍କ ଅର୍ଦ୍ଧାଙ୍ଗିନୀ ହୋଇ ଥାଆନ୍ତି | ସେଥିପାଇଁ ପତ୍ନୀକୁ ଅର୍ଦ୍ଧାଙ୍ଗିନୀ କୁହାଯାଇଥାଏ ବିବାହ ପରେ ପତିଙ୍କ ଭାଗ୍ୟ ପତ୍ନୀଙ୍କ ସହିତ ଜଡ଼ିତ ହୋଇ ରହିଥାଏ ପତ୍ନୀଙ୍କ କର୍ମ ,ଧର୍ମ ଏବଂ ପୁଣ୍ୟ ଆଦିର ଫଳ ପତିକୁ ପ୍ରାପ୍ତ ହୋଇଥାଏ ଏବଂ ସେହି ଦ୍ୱାରା ପତ୍ନୀ ଦ୍ୱାରା କରା ଯାଇଥିବା ଭୁଲ କାର୍ଯ୍ୟର ଫଳ ମଧ୍ୟ ସ୍ୱାମୀଙ୍କୁ ସହ୍ୟ କରିବାକୁ ପଡ଼ିଥାଏ | ମହିଳା ମାନଙ୍କ ଏପରି କିଛି ଭୁଲ ପାଇଁ ମା ଲକ୍ଷ୍ମୀ ରାଗି ଯାଇଥାଆନ୍ତି ଏବଂ ଘରୁ ଚାଲି ଯାଇଥାଆନ୍ତି ଏବଂ ଏଭଳି ଘରେ ତାଙ୍କ ଭଉଣୀ ଅଲକ୍ଷ୍ମୀ ବାସ କରିଥାଆନ୍ତି ତେବେ ଆସନ୍ତୁ ଜାଣିବା କଣ ସେହି ସବୁ ଭୁଲ ଗୁଡ଼ିକ |

ପ୍ରଥମରେ ସନ୍ଧ୍ୟା ସମୟରେ କୌଣସି ବି ମହିଳା ବାଳ ଖୋଲା ରଖି ଘରେ ବୁଲିବା ଅନୁଚିତ ଅନେକ ମହିଳା ମାନଙ୍କ ଅଭ୍ୟାସ ରହିଥାଏ କି ସେମାନେ ସନ୍ଧ୍ୟା ସମୟରେ ନିଜ କେଶକୁ ଖୋଲି ଘରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିଥାଆନ୍ତି | ଏପରି କରିବା ଶାସ୍ତ୍ର ଅନୁସାରେ ଅନୁଚିତ ଅଟେ ସନ୍ଧ୍ୟା ସମୟରେ କେଶ ଖୋଲି ବୁଲିବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ |

ଦ୍ୱିତୀୟରେ ଦେଖିଥିବେ କେତେକ ଘରର ମହିଳା ମାନେ ଘରର ମୁଖ୍ୟ ଦ୍ୱାରରେ ବସି ଗପସପ କରିଥାଆନ୍ତି ଏବଂ ଭୋଜନ ମଧ୍ୟ କରିଥାଆନ୍ତି ଏହା ଅଶୁଭ ହୋଇଥାଏ | କାରଣ ମା ଲକ୍ଷ୍ମୀ ଆପଣଙ୍କର ଘର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିଥାଆନ୍ତି ତେଣୁ ଯଦି ମହିଳା ମାନେ ମୁଖ୍ୟ ଦ୍ୱାର ରାସ୍ତା ବନ୍ଦ କରି ବସି ଯାଆନ୍ତି ତେବେ ମା ଲକ୍ଷ୍ମୀ ଦୁଆର ମୁହଁରୁ ଫେରି ଚାଲନ୍ତି |

ତୃତୀୟରେ ବହୁତ ମହିଳା ମାନେ ଘରେ ବହୁତ ଡେରି ପର୍ଯ୍ୟନ୍ତ ଶୋଇଥାଆନ୍ତି ଯଦି ଘରର ମହିଳା ମାନେ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ଶୋଇକି ରୁହନ୍ତି ତାହେଲେ ଘରେ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ | ସେଥିପାଇଁ ସକାଳୁ ଶୀଘ୍ର ଉଠି ଭଗବାନଙ୍କ ପୂଜାର୍ଚନା କରନ୍ତୁ ଯାହା ଦ୍ୱାରା ଘରେ ସକରାତ୍ମକ ବାତାବରଣ ଲାଗି ରହିବ |

ଚତୁର୍ଥରେ ଘରର ଲୋକ ଖାଇଥିବା ଅଇଁଠା ବାସନ ଖାଇଥିବା ରାତିରେ ପଡ଼ିକି ରହିବା ଉଚିତ ନୁହେଁ ଅଇଁଠା ବାସନ ନକରାତ୍ମକ ଉର୍ଜାକୁ ଘରକୁ ଆଣିଥାଏ ଏହି କାରଣ ପାଇଁ ମା ଲକ୍ଷ୍ମୀ କେବେ ଘରେ ବାସ କରନ୍ତି ନାହିଁ | ତେଣୁ ରାତିର ଅଇଁଠା ବାସନ ରାତିରେ ହିଁ ସଫା କରି ଦିଅନ୍ତୁ |

ପଞ୍ଚମରେ ପତ୍ନୀ ସ୍ନେହ ,ପ୍ରେମ ଏବଂ ମମତାର ପ୍ରତୀକ ବୋଲି ମାନି ଥାଆନ୍ତି କିନ୍ତୁ କିଛି ମହିଳା ମାନଙ୍କ ବାଣୀ ଅତ୍ୟନ୍ତ କଟୁ ସ୍ୱଭାବର ହୋଇଥାଏ ଏହିପରି ମହିଳା ମାନେ ଘରେ ସର୍ବଦା କଳି ଝଗଡ଼ା କରିଥାଆନ୍ତି | ଏହି ପରି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ସେଥିପାଇଁ ଘରେ କେବେ କଳି ଝଗଡ଼ା କରିବା ଉଚିତ ନୁହେଁ

Leave a Reply

Your email address will not be published. Required fields are marked *