ଆଜିର ରାଶିଫଳ 19 ଏପ୍ରିଲ ଶୁକ୍ରବାର 2024 ,କେମିତି କଟିବ ଆଜିର ଦିନ

ମେଷ ରାଶି – ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ। କଳ କାରଖାନା, ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଲାଭବାନ ହେବେ। ଆଜିର ଫେରିବା ବାଟରେ ବନ୍ଧୁଠାରୁ ଅର୍ଥ ସାହାଯ୍ୟ ପାଇ ଖୁସି ହେବେ।

ବୃଷ ରାଶି – ପାପଗ୍ରହ ଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ମନ ଅନୁଯାୟୀ କୌଣସି କାର୍ଯ୍ୟ ସମ୍ପନ୍ନ ହେବ ନାହିଁ। ଦୂରଦର୍ଶିତା ଅଭାବରୁ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବିବାଦୀୟ ପରିସ୍ଥିତି, ପିଲାଙ୍କ ବୈବାହିକ ସମସ୍ୟା, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଲାଗିରହିବ। କଳା, କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ମିଥୁନ ରାଶି – ଧନାଧିପଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ପ୍ରଭାବରୁ ଆର୍ଥିକ, ପ୍ରଶାସନିକ, ରାଜନୈତିକ ଓ ଆନୁଷ୍ଠାନିକ କାମରେ ସଫଳତା ପାଇବେ। ଶୁକ୍ରଙ୍କ ସୁପ୍ରଭାବରୁ ବିଳାସ ସାମଗ୍ରୀ କ୍ରୟ ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ୍‌ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିପାରିବେ। ପିଲାଙ୍କ କୃତିତ୍ୱ କାରଣରୁ ଖୁସି ରହିବେ।

କର୍କଟ ରାଶି – ସରକାରୀ କାମରେ କେହି ଅଯଥା କିଛି ଅଭିଯୋଗ ଆଣିପାରନ୍ତି। ଅବଶ୍ୟ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହା କି ବନ୍ଧୁ ଗହଣରେ ଆପଣ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯିବେ। ପ୍ରଶାସନ, ସାମ୍ବାଦିକତା ଓ ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ। ବନ୍ଧୁମିଳନ ମାଧ୍ୟମରେ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।

ସିଂହ ରାଶି – ଶନି ଓ ମଙ୍ଗଳଙ୍କ ପ୍ରତ୍ୟକ୍ଷ ଦୃଷ୍ଟରେ ଚନ୍ଦ୍ର ମାନସିକ ସ୍ତରକୁ କ୍ଷତବିକ୍ଷତ କରିପାରେ। ବନ୍ଧୁଙ୍କ ଅନୁରୋଧ କିମ୍ବା ଅଫିସ୍‌ କାମରେ ଇଚ୍ଛା ନ ଥାଇ ମଧ୍ୟ ଦୂରସ୍ଥାନକୁ ଯିବାକୁ ବାଧ୍ୟ ହେବେ। ଆର୍ଥିକ ସମସ୍ୟା ମଧ୍ୟରେ ପିଲାଙ୍କ ଆବଶ୍ୟକତା ଅପୂରଣ ରହିବ ନାହିଁ। ରବିଙ୍କ ସବଳତାରୁ ସ୍ବାସ୍ଥ୍ୟ, ପ୍ରଶାସନିକ କ୍ଷେତ୍ର, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।

କନ୍ୟା ରାଶି – ଭାଗ୍ୟାଧିପତି ଉଚ୍ଚସ୍ଥ ହେତୁ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ। କୌଣସି ଶୁଭ ଖବର ପାଇ ମନଟି ଏକପ୍ରକାର ଖୁସି ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ନିର୍ମାଣ କାମରୁ ଲାଭବାନ୍‌ ହେବେ। ଅପରିଚିତ ଲୋକଟି ମିତ୍ରତା ଛଳରେ ପାଖେଇ ଆସିବା ହେତୁ ବିରକ୍ତି ଅନୁଭବ କରିପାରନ୍ତି।

ତୁଳା ରାଶି – ନିରାମୟ ସ୍ବାସ୍ଥ୍ୟ ସଙ୍ଗକୁ ସରଳ ସାବଲୀଳ ଭାବରେ ଆଜିର ଜୀବନଯାତ୍ରା ସ୍ବାଭାବିକ ରହିବ। ମଙ୍ଗଳ ଓ ଶନିଙ୍କ ସ୍ଥିତିଜନିତ ପାରିବାରିକ ସ୍ଥିତି ପରିବର୍ତ୍ତନର ଆଶା କରାଯାଇ ନ ପାରେ। ଆଇନ ଅଦାଲତ, ସଂଗଠନ, ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ହୋଇଯିବ। ହଠାତ୍‌ ଜଣେ ପ୍ରିୟବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ।

ବିଛା ରାଶି – ଅଯଥା ବ୍ୟୟ ସାଙ୍ଗକୁ ସମ୍ପର୍କୀୟଙ୍କ ବେଖାତିର କଥା ବେଶି ବାଧିବ। ପାରିବାରିକ କ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ମତାନ୍ତର ଘଟିବାର ସୂଚନା ରହିଛି। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ଆଦୃତ ହେବେ। ଆନୁଷ୍ଠାନିକ କାମରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି।

ଧନୁ ରାଶି – ଅଷ୍ଟମାଧିପ ନବମସ୍ଥ ଯୋଗୁ ପ୍ରତ୍ୟେକ କାର୍ଯ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ଅତୀତ ଘଟଣା କିମ୍ବା ଅନ୍ୟମାନଙ୍କ ଘରୋଇ କଥା ଆଲୋଚନାରେ ମନ ଅଶାନ୍ତ ରହିବ। ବନ୍ଧୁଙ୍କ ସହ ଭଟ୍ଟା ପଡ଼ିଥିବା ସମ୍ପର୍କ ଯୋଡ଼ିବା ସକାଶେ ପ୍ରଯନତ୍ କଲେ ସଫଳ ହେବେ। ଯାତ୍ରା, ପ୍ରତିଯୋଗିତା, ପରିବହନ, ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିପାରନ୍ତି।

ମକର ରାଶି – ସପ୍ତମାଧିପ ଦୁଃସ୍ଥାନସ୍ଥ ଯୋଗୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପ୍ରତିଦ୍ୱନ୍ଦ୍ୱିତାରେ ବିଫଳ ହେବେ। ଛୋଟ କଥାକୁ କେନ୍ଦ୍ରକରି ପରିବାରରେ କଳହ ଲାଗିପାରେ। ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ। ପ୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।

କୁମ୍ଭ ରାଶି – ରାଶିରେ ମଙ୍ଗଳ ଅବସ୍ଥାନ କରୁଥିବାରୁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ଶୁକ୍ରଙ୍କ ସୁପ୍ରଭାବରୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷାରେ ସମର୍ଥ ହେବେ। ଧନିଷ୍ଠା ନକ୍ଷତ୍ର ସକାଶେ କେତୁ ପ୍ରଭାବରୁ ମାନସିକ ଓ ଶାରୀରିକ ସୁସ୍ଥତା ରହି ନ ପାରେ। ପାରିବାରିକ ଜୀବନରେ ଉଚିତ ବୁଝାମଣା ରହିବ।

ମୀନ ରାଶି – ମନ ପ୍ରଫୁଲ୍ଲ ରହିବ ଓ ଏବଂ କାମଗୁଡ଼ିକ ସୁରୁଖୁରୁରେ ସମ୍ପାଦିତ ହୋଇଯିବ। କୌଣସି ବନ୍ଧୁଙ୍କ ସାହାଯ୍ୟରୁ ଯାନବାହନ, ନୂତନ ମେଶିନାରି ଜିନିଷ କିଣି ପାରନ୍ତି। ରେବତୀ ନକ୍ଷତ୍ରର ଆମତ୍ୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ହେତୁ ସାମୟିକ ଦୁଶ୍ଚିନ୍ତାମୁକ୍ତ ହେବେ। ସହକର୍ମୀଙ୍କ ସହ ଆଲୋଚନା ଅନୁଯାୟୀ ଆଜିର ଅଫିସିଆଲି କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

Leave a Reply

Your email address will not be published. Required fields are marked *