Malika Bachana : ମାଳିକା ବଚନ ହେଉଛି ସତ କାଳ ଗ୍ରାସିଲାଣି ଦେଖାଦେଲାଣି ଶେଷ ବେଳର ଲକ୍ଷଣ ଶୁଣିଲେ ଧର୍ଯ୍ୟ ରହିବ ନାହିଁ

ବନ୍ଧୁଗଣ ଆପଣମାନେ ଦେଖିଲେ 2019-20 ମସିହାରେ କରଣ ଆସିଲା ଅନେକ ଲୋକ ମରିଲେ ଏବଂ ଅନେକ ମରୁ ମରୁ ବଞ୍ଚିଲେ 2021 ବେଳକୁ କରୋନା ଛାଡ଼ିଲା 2022-23 ଯାଇସାରିଛି ମହାପୁରୁଷ ରୁକ୍ମଣୀ ବେଦରେ କହିଲେ 2024 ଏପ୍ରିଲ ମାସରେ ମୀନ ଶନିଯୋଗ କାକ କୁକୁର ଏକତ୍ର ହୋଇବେ କୁକୁର କାଉ ରବିବେ ଏକାଠି ହେବେ ଇନ୍ଦ୍ର ବର୍ଷା କରିବେ ନାହିଁ ଭୟଙ୍କର ଖରା ହେବ ଦର୍ଶକବନ୍ଧୁ |ଏହି ବର୍ଷ ଭୟଙ୍କର ଶସ୍ୟ କ୍ଷେତ୍ର ନଷ୍ଟ ହୋଇପାରେ ବର୍ଷା ହେବାର ପରିମାଣ କମିଯିବ ବହୁ ଜାଗାରେ ମରୁଡ଼ି ଦେଖାଯିବ ବୋଲି ମହାପୁରୁଷ କହିଛନ୍ତି ଦୁର୍ବିପାତ ହେବ |

ମହାପୁରୁଷ କହିଲେ 2024 ରେ ଆଉ ସବୁ କଣ ଘଟିବ |ଏପ୍ରିଲ ମାସରେ ଭୟଙ୍କର ଭୂମିକମ୍ପ ହେବ କେଉଁ ସ୍ଥାନରେ ହେବ ନା ପାଶ୍ଚାତ୍ୟ ସ୍ଥାନରେ ହେବ ଭାରତକୁ ଲାଗି ରହିଥିବା ପଡ଼ୋଶୀ ଦେଶ ହେଉ କିମ୍ବା ଭାରତକୁ ଛାଡ଼ି ରହିଥିବା ଦେଶ |ଏହି ଦେଶରେ କୌଣସି କୌଣସି ସ୍ଥାନରେ ଭୟଙ୍କର ଭୂମିକମ୍ପ ଦେଖାଦେବ ଭାରତରେ ଏପ୍ରିଲ ମାସରେ ଅହସ୍ୟ ଗରମ ହେବ ଅଂଶୁଘାତରେ କିଛି ପ୍ରାଣୀ ହାନି ହେବେ |

ଯୋଗିନୀ ମାନେ ମର୍ତ୍ୟରେ ଲୀଳା ଆରମ୍ଭ କରିବେ ଆପଣମାନେ ଜାଣି ନିଅନ୍ତୁ ଭଲ ଭାବରେ ଦୁଷ୍ଟ ଲୋକମାନଙ୍କ ନାଶ ହେବାର ସମୟ ମଧ୍ୟ ଆସି ସାରିଲାଣି ବୁଦ୍ଧି ଜ୍ଞାନ ହଜି ଯିବ ସମସ୍ତଙ୍କର ମହାପୁରୁଷ ଲେଖିଲେ ମୁଣ୍ଡ ଗଡୁଥିବ ଲୋକମାନେ ଦେଖୁଥିବେ କିଛି କରି ପାରୁନଥିବେ |ଚତୁର୍ଦିଗରେ ଭୟ ସଞ୍ଚାର ହୋଇଯିବ ଆପଣମାନଙ୍କ ମନରେ ଭୟ ସଞ୍ଚାର ହୋଇଛି କି ନାହିଁ ସେ କଥା ଆପଣମାନେ ନିଜକୁ ପଚାରନ୍ତୁ

ଜାଣିପାରିବେ ଭଲ ଭାବରେ |ଆପଣମାନେ ରାସ୍ତାକୁ ବାହାରୁଛନ୍ତି ଯାହା ବି ଡର ରହୁଥିବ କିଏ ଗାଡ଼ି ପିଟି ଦେବ ତ କିଏ ହୁଏ ତ କିଛି ଚୋରି କରି ନେଇଯିବ ଏହି ଭୟ ସଞ୍ଚାର ଯେବେ ମନ ଭିତରେ ଆସିଯାଏ ତେବେ ଜାଣି ନିଅନ୍ତୁ ଯେ କଳିର ସମୟ ଏବେ ନିକଟ ହୋଇ ଆସୁଛି ତେଣୁ ଏହି ଘୋର କଳିରୁ ରକ୍ଷା ପାଇବା ପାଇଁ ଗୋଟିଏ ମାତ୍ର ରାସ୍ତା ଭଗବାନଙ୍କ ଶରଣ ନେବା ଏବଂ ଉଚିତ ମାର୍ଗରେ ଚାଲିବା |

Leave a Reply

Your email address will not be published. Required fields are marked *