ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା ସରକାର ନେଲେ ବଡ଼ ନିଷ୍ପତି ସବୁ Student ମାନଙ୍କୁ ଶିକ୍ଷା କ୍ଷେତ୍ରରେ ମିଳିବାକୁ ଯାଉଛି ସୁବିଧା ,

ଏବେ ଏବେ ଆସିଲା ସ୍କୁଲ ଛାତ୍ର ଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା ଯାହାବି କିଛି ରହିଛି ତାହା ସମସ୍ତେ ଜାଣିରଖିବା ଜରୁରୀ ତେବେ ଆସନ୍ତୁ ଜାଣିବା କଣ ସେହି ଅପଡେଟ | ରାଜ୍ୟରେ ସରକାରୀ ସ୍କୁଲଗୁଡିକ ଲାଗି ବିଭାଗ ପକ୍ଷରୁ ବାର୍ଷିକ ଅନୁଦାନ ମିଳୁଥିବା ବେଳେ ଆସନ୍ତାବର୍ଷ ଠାରୁ ସରକାର ସ୍ଵତନ୍ତ୍ର ଅନୁଦାନ ପ୍ରଦାନ କରିବେ। ବିଶେଷକରି ସ୍କୁଲ୍ ଗୁଡିକରେ ବିଜ୍ଞାନ ଉପକରଣ, ପାଠ୍ୟପୁସ୍ତକ, ଖେଳ ସରଞ୍ଜମ, ଶିକ୍ଷାଦାନ ଲାଗି ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଅନୁଯାୟୀ ସୁବିଧା ସୁଯୋଗ ଏବଂ କିଛି ଛାତ୍ରୀ ସ୍କୁଲ୍‌ଗୁଡିକରେ ପିଲାଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ଏହି ଅନଦାନ ପ୍ରଦାନ କରାଯିବ।

ତେବେ ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୧୫ହଜାର ପ୍ରାଥମିକ ସ୍କୁଲ ଏବଂ ୧୭ହଜାର ଉଚ୍ଚପ୍ରାଥମିକ ସ୍କୁଲ୍‌କୁ ତାଲିକାଭୁକ୍ତ କରାଯାଇଛି । ପରବର୍ତ୍ତୀ ସମୟରେ ରାଜ୍ୟର ସବୁ ସରକାରୀସ୍କୁଲ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁଯାୟୀ, ବିଜ୍ଞାନ ଉପକରଣ ଲାଗି ପ୍ରତି ସ୍କୁଲକୁ ୫ହଜାର, ପାଠ୍ୟପୁସ୍ତକ ଲାଗି ୮ହଜାର, ଖେଳ ସରଞ୍ଜମ ଲାଗି ଅଢ଼େଇ ହଜାର, ଛାତ୍ରୀ ସ୍କୁଲଗୁଡିକରେ ପିଲାଙ୍କୁ ମୌଳିକ ସୁବିଧା ଲାଗି ୬ହଜାର ଟଙ୍କା ଦିଆଯିବ। ମୋଟ୍ ଉପରେ ପ୍ରତି ସ୍କୁଲ୍‌ ୨୧, ୫୦୦ଟଙ୍କା ପ୍ରଦାନ କରାଯିବ। ପ୍ରତି ୩ବର୍ଷକୁ ଥରେ ଏହି ଅନୁଦାନ ଦିଆଯିବ।

ସେହିପରି ସ୍କୁଲ ମନିଟରିଂ ଲାଗି ପ୍ରତ୍ୟେହ ସ୍କୁଲକୁ ବାର୍ଷିକ ଅତିରିକ୍ତ ୫ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଶିକ୍ଷକଙ୍କ ଲାଗି ତାଲିମ୍, ବିଭିନ୍ନ ପ୍ରତିଯୋଗିତା ଓ ପ୍ରଦର୍ଶନୀର ଆୟୋଜନ ଲାଗି ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଜଣାଯାଇଛି । ସ୍କୁଲ୍ ଓ ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ୫ମ ଶ୍ରେଣୀ ମଧ୍ୟରେ ୩୭ଲକ୍ଷ ୭୧ହଜାର ୨୪୯ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୨ଲକ୍ଷ ୧ହଜାର ୬୨୧ ରହିଛି।

ମୋଟ୍ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨% ପିଲାଙ୍କର ସଠିକ୍ ଦକ୍ଷତା ବୃଦ୍ଧି ଘଟୁଥିବା ବେଳେ ୬୫% କ୍ରୀଡ଼ ଓ ବିଜ୍ଞାନରେ ପଛରେ ଥାନ୍ତି। ଏପରିକି ସରକାରୀ ସ୍କୁଲଗୁଡିକରେ କେବଳ ପିଲାଙ୍କୁ ପାଠ୍ୟପୁସ୍ତକରେ ସୀମିତ ରଖାଯାଉଥ‌ିବା ବେଳେ ଆସନ୍ତା ଶିକ୍ଷାବର୍ଷରୁ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଜାତୀୟସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରେ ସବୁ କ୍ଷେତ୍ରରେ ମୁକାବିଲା କରିବାର ଦକ୍ଷତାବୃଦ୍ଧି ଲାଗି ପ୍ରୟାସ କରାଯିବ।

ଏନେଇ ମଧ୍ୟ ସେମାନଙ୍କର ଶିକ୍ଷାଦାନ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ସହ କ୍ରୀଡ଼ା, କଳା, ସଙ୍ଗୀତ, ବିଜ୍ଞାନ ଆଦି ଯେଉଁ କ୍ଷେତ୍ରରେ ପିଲାଙ୍କର ରୁଚିଥି ସମ୍ପୃକ୍ତ ବିଷୟରେ ଅଧିକ ଦକ୍ଷତା ବଢ଼ାଇବା ଲାଗି ଅତିରିକ୍ତ ପ୍ରୟାସ କରାଯିବ ।

Leave a Reply

Your email address will not be published. Required fields are marked *